ETV Bharat / sports

ନିରାଶ ନାଗଲ, ଫ୍ରେଞ୍ଚ ଓପନ ମୁଖ୍ୟ ଡ୍ରରେ ପ୍ରବେଶରୁ ବଞ୍ଚିତ

author img

By

Published : May 27, 2021, 5:19 PM IST

ହରିୟାଣାର ଯୁବ ଟେନିସ ଷ୍ଟାର ସୁମିତ ନାଗଲ ଗତ ରାତିରେ ଚିଲେର ଆଲେଜଣ୍ଡ୍ରୋ ତାବିଲୋଙ୍କ ଠାରୁ 3-6, 3-6 ସେଟ୍‌ରେ ପରାସ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

Nagal fails to make French Open main draw cut
ନିରାଶ ନାଗଲ, ଫ୍ରେଞ୍ଚ ଓପନ ମୁଖ୍ୟ ଡ୍ରରେ ପ୍ରବେଶରୁ ବଞ୍ଚିତ

ପ୍ୟାରିସ: ଭାରତୀୟ ଟେନିସ ଷ୍ଟାର ସୁମିତ ନାଗଲ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ରରେ ପହଞ୍ଚିବାରେ ହାଟ୍ରିକ ହାସଲରୁ ବଞ୍ଚିତ ହୋଇଛନ୍ତି । ଫ୍ରେଞ୍ଚ ଓପନ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟର ଦ୍ବିତୀୟ ରାଉଣ୍ଡରେ ସିଧାସଳଖ ସେଟ୍‌ରେ ପରାସ୍ତ ହେବାପରେ ନିରାଶ ହୋଇଛନ୍ତି ସୁମିତ ।

ହରିୟାଣାର ଯୁବ ଟେନିସ ଷ୍ଟାର ଗତ ରାତିରେ ଚିଲେର ଆଲେଜଣ୍ଡ୍ରୋ ତାବିଲୋଙ୍କ ଠାରୁ 3-6, 3-6 ସେଟ୍‌ରେ ପରାସ୍ତ ହୋଇଛନ୍ତି । ଏଥିସହ କ୍ବାଲିଫାୟର୍ସରେ ଭାରତର ଅଭିଯାନ ଶେଷ ହୋଇଛି ।

ପୂର୍ବରୁ ରାମକୁମାର ରାମାନାଥନ, ପ୍ରଜନେଶ ଗୁନେଶ୍ବରନ ଓ ଅଙ୍କିତା ରାଇନା ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇସାରିଛନ୍ତି ।

ତେବେ ପୁରୁଷ ଯୁଗଳ ମୁଖ୍ୟ ଡ୍ରରେ ରୋହନ ବୋପାନ୍ନା ଓ ଦିବଜୀ ସରନ ଯୋଡି ଭାରତର ପ୍ରତିନିଧିତ୍ବ କରିବେ । ଅନ୍ୟତମ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା ପୂର୍ବରୁ ୱିମ୍ବଲଡନ ଚମ୍ପିଆନସିପ ପାଇଁ ତାଙ୍କର ସ୍ବତନ୍ତ୍ର ରାକିଂକୁ ବ୍ୟବହାର କରିବାକୁ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.