ETV Bharat / sports

ଅଷ୍ଟ୍ରେଲିଆନ ଓପନ: ମାର୍ଟନସ-ସାବାଲେଙ୍କା ମହିଳା ଯୁଗଳ ଟାଇଟେଲ ବିଜେତା

ଏଲିସ ମାର୍ଟନସ ଓ ଆରିନା ସାବାଲେଙ୍କା ଜିତିଲେ ଅଷ୍ଟ୍ରେଲିଆନ ଓପନର ମହିଳା ଯୁଗଳ ବର୍ଗର ଫାଇନାଲ । ଏଥିସହ ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟ୍ରଫି ବିଜେତା ହୋଇଛନ୍ତି ଏହି ଟିମ । ଅଧିକ ପଢନ୍ତୁ...

Mertens, Sabalenka combine for Australian Open doubles title
ଅଷ୍ଟ୍ରେଲିଆନ ଓପନ: ମାର୍ଟନସ-ସାବାଲେଙ୍କା ମହିଳା ଯୁଗଳ ଟାଇଟେଲ ବିଜେତା
author img

By

Published : Feb 19, 2021, 5:07 PM IST

ମେଲବର୍ଣ୍ଣ: ଏଲିସ ମାର୍ଟନସ ଓ ଆରିନା ସାବାଲେଙ୍କା ଜିତିଲେ ଅଷ୍ଟ୍ରେଲିଆନ ଓପନର ମହିଳା ଯୁଗଳ ବର୍ଗର ଫାଇନାଲ । ଏଥିସହ ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟ୍ରଫି ବିଜେତା ହୋଇଛନ୍ତି ଏହି ଟିମ ।

ଶୀର୍ଷ 10 ସ୍ଥାନ ମଧ୍ୟରେ ଥିବା ସାବାଲେଙ୍କା 9ଟି WTA ଏକକ ଟାଇଟେଲ ଜିତିସାରିଛନ୍ତି । ଫଳରେ ଏକକ ବର୍ଗରେ ଅଧିକ ଫୋକସ କରିବାକୁ ଚାହୁଁଥିଲେ, ମାତ୍ର ମାର୍ଟନସଙ୍କ ସହ କିଛି ପ୍ରିମିୟର ସ୍ତରୀୟ ଯୁଗଳ ବର୍ଗର ଇଭେଣ୍ଟସ ପାଇଁ ଯୋଡି ବନାଇବାକୁ ଯୋଜନା କରିଥିଲେ ।

22ବର୍ଷୀୟା ବେଲାରସ ଖେଳାଳି ନିଜ ପାର୍ଟନର ସହ ସଂପୂର୍ଣ୍ଣ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଏଥିସହ 6-2, 6-3 ସେଟ୍‌ରେ ବାର୍ବରା କ୍ରଜସିକଭା ଓ କାଟେରିନା ସିନିଆକୋଭାଙ୍କୁ ହରାଇଥିଲେ ।

ମାର୍ଟନସ ଓ ସାବାଲେଙ୍କା ଯୋଡି ପୂର୍ବରୁ 2019 ସଂସ୍କରଣର ଅଷ୍ଟ୍ରେଲିଆନ ଓପନ ଯୁଗଳ ଚମ୍ପିଆନ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.