ETV Bharat / sports

2021କୁ ଘୁଞ୍ଚିଲା ଫିନଲାଣ୍ଡ ବିପକ୍ଷରେ ଭାରତର ଡେଭିସ କପ ମ୍ୟାଚ

author img

By

Published : Jun 26, 2020, 11:44 PM IST

2021କୁ ଫିନଲାଣ୍ଡ ବିପକ୍ଷରେ ଭାରତର ଡେଭିସ କପ ମ୍ୟାଚ ଘୁଞ୍ଚାଯାଇଥିବା ନେଇ ଆନ୍ତର୍ଜାତୀୟ ଟେନିସ ଫେଡେରେସନ (ଆଇଟିଏଫ) କହିଛି। ଅଧିକ ପଢ଼ନ୍ତୁ...

Davis Cup match, India against Finland postponed, Davis Cup match postponed to 2021, ଫିନଲାଣ୍ଡ ବିପକ୍ଷରେ ଭାରତର ଡେଭିସ କପ ମ୍ୟାଚ, 2021ରେ ଫିନଲାଣ୍ଡ ବିପକ୍ଷରେ ଭାରତର ଡେଭିସ କପ ମ୍ୟାଚ, ଡେଭିସ କପ
2021କୁ ଘୁଞ୍ଚିଲା ଫିନଲାଣ୍ଡ ବିପକ୍ଷରେ ଭାରତର ଡେଭିସ କପ ମ୍ୟାଚ

ନୂଆଦିଲ୍ଲୀ: ଫିନଲ୍ୟାଣ୍ଡ ବିପକ୍ଷରେ ଭାରତର ଡେଭିସ କପ ୱାର୍ଲ୍ଡ ଗ୍ରୁପ-I ମ୍ୟାଚ 2021କୁ ଘୁଞ୍ଚାଇ ଦିଆଯାଇଛି ବୋଲି ଆନ୍ତର୍ଜାତୀୟ ଟେନିସ ଫେଡେରେସନ (ଆଇଟିଏଫ) କହିଛି। କରୋନାଭାଇରସ ମହାମାରୀ ହେତୁ ଆଇଟିଏଫ ଫାଇନାଲ ସମେତ ସମସ୍ତ ଡେଭିସ କପ ମ୍ୟାଚକୁ 2021 ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଘୋଷଣା କରିଛି ।

ଆଇଟିଏଫ ବୋର୍ଡ ଘୋଷଣା କରିଛି ଯେ,‘‘ଚଳିତ ବର୍ଷ ସେପ୍ଟେମ୍ବରରେ ଖେଳିବାକୁ ଥିବା24ଟି ହୋମ ଆଣ୍ଡ ଆୱେ ୱାର୍ଲ୍ଡ ଗ୍ରୁପ-I ଓ ୱାର୍ଲ୍ଡ ଗ୍ରୁପ-II ସହ ଜଡ଼ିତ 48ଟି ଜାତୀୟ ଟିମ ଗୁଡିକର ମ୍ୟାଚକୁ 2021 ପ୍ରର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏହା ଆସନ୍ତା ବର୍ଷ ମାର୍ଚ୍ଚ କିମ୍ବା ସେପ୍ଟେମ୍ବରରେ ଖେଳାଯିବ ।’’

ପ୍ରଥମରୁ ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତ ଫିନଲ୍ୟାଣ୍ଡ ଯାତ୍ରା କରିବାକୁ ସ୍ଥିର ହୋଇଥିଲା।

‘‘2020 ଆଞ୍ଚଳିକ ଗ୍ରୁପ୍ ତୃତୀୟ ଏବଂ ଚତୁର୍ଥ ଇଭେଣ୍ଟ, ଯେଉଁଥିରେ 76ଟି ଜାତୀୟ ଦଳ ପ୍ରବେଶ କରିଛନ୍ତି, ତାହା ମଧ୍ୟ 2021 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏକ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ପାଇଁ ITF ଏହି ଟାଇଜ ଏବଂ ଇଭେଣ୍ଟଗୁଡିକର ଆୟୋଜକଙ୍କ ସହିତ କାର୍ଯ୍ୟ କରିବ ଯାହା କି ଆସନ୍ତା ବର୍ଷ ଖେଳାଯାଇପାରିବ।’’

ଚଳିତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ କରୋନାଭାଇରସ ମହାମାରୀ ହେତୁ ଆସନ୍ତା ବର୍ଷକୁ ସ୍ଥଗିତ ରଖାଯାଇଛି ବୋଲି ଅନ୍ତର୍ଜାତୀୟ ଟେନିସ ଫେଡେରେସନ (ଆଇଟିଏଫ୍) ଶୁକ୍ରବାର ଘୋଷଣା କରିଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସ୍ଥାନ ମାଡ୍ରିଡ ହିଁ ରହିବ ଏବଂ ନଭେମ୍ବର 22, 2021ରେ ଅନୁଷ୍ଠିତ ହେବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.