ETV Bharat / sports

ହାପି ବର୍ଥ ଡେ ସାନିଆ ମିର୍ଜା, ହାଇଦ୍ରାବାଦ ଝିଅରୁ ପାକିସ୍ତାନୀ ବୋହୂ - Happy Birthday Sania Mirza:

ଭାରତୀୟ ଟେନିସ ଷ୍ଟାର ତଥା ପାକିସ୍ତାନୀ ବୋହୂ ଭାବେ ପରିଚିତ ସାନିଆ ମିର୍ଜାଙ୍କ ଆଜି ଜନ୍ମଦିନ । 33 ବର୍ଷରେ ପାଦ ଥାପିଛନ୍ତି ସାନିଆ । ଅଧିକ ପଢନ୍ତୁ..

ହାପି ବର୍ଥ ଡେ ସାନିଆ ମିର୍ଜା
author img

By

Published : Nov 15, 2019, 5:33 PM IST

ହାଇଦ୍ରାବାଦ: ଭାରତୀୟ ଟେନିସ ଷ୍ଟାର ତଥା ପାକିସ୍ତାନୀ ବୋହୂ ଭାବେ ପରିଚିତ ସାନିଆ ମିର୍ଜାଙ୍କ ଆଜି ଜନ୍ମଦିନ । 33 ବର୍ଷରେ ପାଦ ଥାପିଛନ୍ତି ସାନିଆ । ଯେଉଁ ସମୟରେ କେବଳ ଭାରତୀୟ କ୍ରିକେଟରଙ୍କୁ କ୍ରୀଡା ଜଗତର ସୁପର ଷ୍ଟାର ଭାବେ ଗଣା ଯାଉଥିଲା, ସେ ସମୟରେ ଟେନିସ ଖେଳି ନିଜର ନିଆରା ଛାପ ଛାଡିଥିଲେ ସାନିଆ । ଜଣେ ସଫଳ ମହିଳା କ୍ରୀଡାବିତ ଭାବେ ସେ ଘରେ ଘରେ ପରିଚିତ ।

1986 ଆଜିର ଦିନରେ ମୁମ୍ବାଇରେ ଜନ୍ମ ନେଇଥିଲେ ସାନିଆ । ପରେ ସେ ହାଇଦ୍ରାବାଦକୁ ସ୍ଥାନାନ୍ତରିତ ହୋଇଯାଇଥିଲେ । ସେହିଠାରୁ ନିଜର ଟେନିସ ଯାତ୍ରା ଆରମ୍ଭ କରଥିଲେ ସାନିଆ । ଏହାପରେ ଭାରତୀୟ ଟେନିସ ଇତିହାସରେ ଲେଖଥିଲେ ଏକ ସଫଳତମ ଅଧ୍ୟାୟ ।

ସାନିଆଙ୍କ ଗୌରବମୟ ଟେନିସ ଯାତ୍ରା ମଧ୍ୟରେ ବିଶ୍ବ ଟେନିସ ମାନ୍ୟତାର ଶୀର୍ଷ ସ୍ଥାନକୁ ସେ ଅଲଙ୍କୃତ କରିଛନ୍ତି । ଡବଲ୍ସରେ ସେ ତିନୋଟି ଗ୍ରାଣ୍ଡସ୍ଳାମ ଟାଇଟଲ (ଅଷ୍ଟ୍ରେଲିଆନ ଓପନ2016, ୱିମ୍ବଲଡନ2015 ଓ ୟୁଏସ ଓପନ2015) ଓ ମିକ୍ସ ଡବଲ୍ସର ବିଜେତା ହୋଇଛନ୍ତି ।

2006 ଅଷ୍ଟ୍ରେଲିଆ ଓପନରୁ ସାନିଆ ଯାତ୍ର ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାଁନ୍ତି । 2011, 2013 ଓ 2015 ୱିମ୍ବଲଡନ କ୍ବାର୍ଟର ଫାଇନାଲରେ ସେ ପ୍ରବେଶ କରିଥିଲେ । ଟେନିସ ଟର୍ଫରେ ନିଜର ଦକ୍ଷତା ଯୋଗୁଁ ତାଙ୍କୁ ମିଳିଛି ସମ୍ମାନନୀୟ ଅର୍ଜୁନ ଆୱାର୍ଡ(2004), ପଦ୍ମଶ୍ରୀ(2006), ରାଜୀବ ଗାନ୍ଧୀ ଖେଳରତ୍ନ(2015) ପଦ୍ମ ଭୁଷଣ(2016) ।

2010 ଏପ୍ରିଲ 12 ତାରିଖରେ ସେ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରି ପାକିସ୍ତାନୀ ବୋହୂ ସାଜିଥିଲେ । ମାତ୍ର ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରିବା ପୂର୍ବରୁ ତାଙ୍କ ନାଁ ସହ ଅନେକ ସେଲିବ୍ରିଟିଙ୍କ ଯୋଡା ଯାଇଥିଲା ।

ବଲିଉଡ୍‌ ଅଭିନେତା ଶାହିଦ୍‌ କପୁରଙ୍କ ସହ ସାନିଆଙ୍କ ପ୍ରେମ ସମ୍ପର୍କ ଥିବା ଗଣମାଧ୍ୟମରେ ଆଲୋଚନା ହୋଇଥିଲା । ଦୁହେଁ ଏକ କାର୍ଯ୍ୟକ୍ରମରେ ଏକାଠି ମଧ୍ୟ ଭାଗ ନେଇଥିଲେ । ପରେ କ୍ରିକେଟର ଯୁବରାଜ ସିଂ, ସାଥୀ ଟେନିସ ଖେଳାଳି ମହେଶ ଭୂପତିଙ୍କ ସହ ମଧ୍ୟ ତାଙ୍କ ନାମ ଯୋଡା ହୋଇଥିଲା ।

ପରେ 2018ରେ ତାଙ୍କ ଦାମ୍ପତ୍ୟ ଜୀବନରେ ଆସିଥିଲା ଖୁସି । ପୁତ୍ର ସନ୍ତାନର ମା ବନିଥିଲେ ସାନିଆ । ତେବେ ବିବାହ ପରେ ମଧ୍ୟ ସେ ପ୍ରଫେସନାଲ ଟେନିସ ଖେଳ ଜାରି ରଖିଛନ୍ତି । ଆଗାମୀ 2020 ଟୋକିଓ ଅଲମ୍ପିକରେ କମାଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସାନିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.