ETV Bharat / sports

ଫ୍ରେଞ୍ଚ ଓପନ: ମହିଳା ଏକକ ଫାଇନାଲ୍‌ରେ ପାଭଲ୍ୟୁଚେଙ୍କୋଭା

ଋଷିଆର ଆନାସ୍ତସିଆ ପାଭଲ୍ୟୁଚେଙ୍କୋଭା, ସ୍ଲୋଭାନିଆର ତମାରା ଜିଡାନସେକଙ୍କୁ ହରାଇ ଫ୍ରେଞ୍ଚ ଓପନ ମହିଳା ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

French Open: Pavlyuchenkova defeats Zidansek to enter women's finals
ଫ୍ରେଞ୍ଚ ଓପନ: ମହିଳା ଏକକ ଫାଇନାଲ୍‌ରେ ପାଭଲ୍ୟୁଚେଙ୍କୋଭା
author img

By

Published : Jun 11, 2021, 6:44 AM IST

ପ୍ୟାରିସ୍‌: ଋଷିଆର ଆନାସ୍ତସିଆ ପାଭଲ୍ୟୁଚେଙ୍କୋଭା ଗୁରୁବାର ଚଳିତ ଫ୍ରେଞ୍ଚ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି । 29ବର୍ଷୀୟା ଋଷିଆ ଖେଳାଳି ସ୍ଲୋଭାନିଆର ତମାରା ଜିଡାନସେକଙ୍କୁ ସେମିଫାଇନାଲ ମୁକାବିଲାରେ 7-5,-6-3 ସେଟ୍‌ରେ ହରାଇଛନ୍ତି ।

ପ୍ରଥମ ସେଟ୍‌ରେ ଉଭୟ ଖେଳାଳିଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । କେହି ବି ଗୋଟିଏ ପଏଣ୍ଟ ହରାଇବାକୁ ଚାହୁଁନଥିଲେ । 5-5ରେ ଏକ ସମୟରେ ବରାବର ରହିଥିଲା ପଏଣ୍ଟ । ମାତ୍ର ଚମତ୍କାର ପ୍ରଦର୍ଶନ ସହ ପ୍ରଥମ ସେଟ୍‌କୁ ଜିତିନେଇଥିଲେ ପାଭଲ୍ୟୁଚେଙ୍କୋଭା । ଏଥିସହ ଦ୍ବିତୀୟ ସେଟ୍‌ରେ ଚତୁରତାର ସହ ଖେଳି ଏକତରଫା ଜିତିଥିଲେ ।

ଦ୍ବିତୀୟ ମହିଳା ସେମିଫାଇନାଲ ମ୍ୟାଚ୍‌ ବାର୍ବୋରା କ୍ରେଜକିଭୋ ଓ ମାରିଆ ସକାରିଙ୍କ ମଧ୍ୟରେ ଖେଳାଯିବ । ଏହି ମ୍ୟାଚର ବିଜେତା ପାଭଲ୍ୟୁଚେଙ୍କୋଭା ସହ ଫାଇନାଲରେ ଟାଇଟେଲ ଲଢେଇରେ ମୁହାଁମୁହିଁ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.