ETV Bharat / sports

ଫ୍ରେଞ୍ଚ୍‌ ଓପନ 2021: ବିଜୟରୁ ଓସାକାଙ୍କ ଅଭିଯାନ ଆରମ୍ଭ

author img

By

Published : May 30, 2021, 7:43 PM IST

ଫ୍ରେଞ୍ଚ୍‌ ଓପନ 2021ରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ବିଶ୍ବ ମାନ୍ୟତାର ନମ୍ବର 2 ଖେଳାଳି ନାଓମି ଓସାକା । ଅଧିକ ପଢନ୍ତୁ...

French Open: Naomi Osaka wins opening match, sails into second round
ଫ୍ରେଞ୍ଚ୍‌ ଓପନ 2021: ବିଜୟରୁ ଓସାକାଙ୍କ ଅଭିଯାନ ଆରମ୍ଭ

ପ୍ୟାରିସ: ରବିବାରଠୁ ଆରମ୍ଭ ହୋଇଥିବା ଫ୍ରେଞ୍ଚ୍‌ ଓପନ 2021ରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ବିଶ୍ବ ମାନ୍ୟତାର ନମ୍ବର 2 ଖେଳାଳି ନାଓମି ଓସାକା । ଏଥିସହ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ଟୁର୍ଣ୍ଣାମେଣ୍ଟର ଓପନିଂ ଦିନର ପ୍ରଥମ ରାଉଣ୍ଡ ମ୍ୟାଚରେ ମାରିଆ ଟିଗ୍‌ଙ୍କୁ 6-4,7-6(4) ସେଟ୍‌ରେ ହରାଇ ଦମଦାର ଆରମ୍ଭ କରିଛନ୍ତି ଓସାକା । ଏହି ମ୍ୟାଚ୍‌ ଏକଘଣ୍ଟା 47 ମିନିଟ ଧରି ଖେଳାଯାଇଥିଲା ।

ଏହି ବିଜୟ ସହ ଜାପାନିଜ ଟେନିସ ଷ୍ଟାର ଓସାକା ଗ୍ରାଣ୍ଡ ସ୍ଲାମ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ 15 ମ୍ୟାଚ୍‌ରେ ଅପରାଜେୟ ରହିଛନ୍ତି ।

23ବର୍ଷୀୟ ଓସାକା ଖେଳିଥିବା ଶେଷ ଦୁଇଟି ବଡ ଟୁର୍ଣ୍ଣାମେଣ୍ଟରେ ଟାଇଟେଲ ବିଜୟୀ ହୋଇଛନ୍ତି । ମାତ୍ର ଫ୍ରେଞ୍ଚ୍‌ ଓପନ ଟୁର୍ଣ୍ଣାମେଣ୍ଟର ଗତ ସଂସ୍କରଣରେ ଅଂଶଗ୍ରହଣ କରିନଥିଲେ ପଞ୍ଚମ ଗ୍ରାଣ୍ଡ ସ୍ଲାମ ଟାଇଟେଲ ଲକ୍ଷ୍ୟରେ ଥିବା ଓସାକା ।

ଓସାକା ଦ୍ବିତୀୟ ରାଉଣ୍ଡରେ ଅନ୍ୟତମ ରୋମାନିଆ ପ୍ରତିନ୍ଦ୍ବନ୍ଦୀ ଆନା ବୋଗଡାନଙ୍କୁ ଭେଟିବେ । ଇଟାଲିର ଏଲିସାବେଟ୍ଟା କୋସିଆରେଟୋଙ୍କୁ 6-1, 6-3ରେ ହରାଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି ବୋଗଡାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.