ETV Bharat / sports

ଫ୍ରେଞ୍ଚ ଓପନରୁ ଓହରିଲେ ଡିଫେଣ୍ଡିଂ ଚମ୍ପିଆନ ଆସଲେ ବାର୍ଟି

author img

By

Published : Sep 8, 2020, 6:38 PM IST

ଫ୍ରେଞ୍ଚ ଓପନ ଖେଳିବେ ନାହିଁ ଅଷ୍ଟ୍ରେଲୀୟ ଟେନିସ ଖେଳାଳି ଆସଲେ ବାର୍ଟି । ଏନେଇ ମଙ୍ଗଳବାର ସେ ସ୍ପଷ୍ଟ କରିଛନ୍ତି ।

Defending champion Ashleigh Barty pulls out of French Open
ଫ୍ରେଞ୍ଚ ଓପନରୁ ଓହରିଲେ ଡିଫେଣ୍ଡିଂ ଚମ୍ପିଆନ ଆସଲେ ବାର୍ଟି

ହାଇଦ୍ରାବାଦ: ଫ୍ରେଞ୍ଚ ଓପନ ଖେଳିବେ ନାହିଁ ଅଷ୍ଟ୍ରେଲୀୟ ଟେନିସ ଖେଳାଳି ଆସଲେ ବାର୍ଟି । ଏନେଇ ମଙ୍ଗଳବାର ସେ ସ୍ପଷ୍ଟ କରିଛନ୍ତି । ସ୍ବାସ୍ଥ୍ୟ ସୁରକ୍ଷା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପରେ ଅସନ୍ତୁଷ୍ଟ ବ୍ୟକ୍ତ କରି ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଛନ୍ତି ।

ବିଶ୍ବ ମାନ୍ୟତାର ନମ୍ବର 1 ଖେଳାଳି, ଆସଲେ ଗତବର୍ଷ ମାର୍କେତା ଭୋଣ୍ଡ୍ରୌସଭାଙ୍କୁ ହରାଇ ଫ୍ରେଞ୍ଚ ଓପନ ଟାଇଟେଲ ବିଜେତା ହୋଇଥିଲେ । ତେବେ କୋରୋନା ସଂକ୍ରମଣ ସମୟରେ ସ୍ବାସ୍ଥ୍ୟ ପ୍ରତି ବିପଦ ରହିଥିବାରୁ ସେ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି ।

Defending champion Ashleigh Barty pulls out of French Open
ଆସଲେ ବାର୍ଟି

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆସଲେ ଲେଖିଛନ୍ତି, "ଟୁର୍ଣ୍ଣାମେଣ୍ଟରୁ ଓହରିବା ନିଷ୍ପତ୍ତି ଏକ କଠିନ ନିଷ୍ପତ୍ତି । ସ୍ବାସ୍ଥ୍ୟ ପ୍ରତି ବିପଦ ରହିଛି । ଦ୍ବିତୀୟତଃ ଅଷ୍ଟ୍ରେଲିଆରେ ଲକଡାଉନରେ ସୀମା ସିଲ ଯୋଗୁଁ କୋଚ ଅଷ୍ଟ୍ରେଲିଆ ଆସିବାକୁ ଅସମର୍ଥ ହୋଇଥିଲେ । ଫଳରେ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ପ୍ରଭାବିତ ହୋଇଛି ।"

ତେବେ ଚଳିତ ବର୍ଷ ଫ୍ରେଞ୍ଚ ଓପନରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.