ETV Bharat / sports

ଅଷ୍ଟ୍ରେଲୀୟ ଆସଲେ ବାର୍ଟିଙ୍କୁ ୱିମ୍ବଲଡନ ମହିଳା ତାଜ୍‌ - ଟେନିସ ଷ୍ଟାର ଆସଲେ ବାର୍ଟି

ରିପ୍ଳବିକର କାରୋନିଲା ପ୍ଳିସକୋଭାଙ୍କୁ 6-3, 6-7 ଓ 6-3 ସେଟ୍‌ରେ ହରାଇ ଚମ୍ପିଆନ ହୋଇଛନ୍ତି ବାର୍ଟି । ଅଧିକ ପଢନ୍ତୁ...

Barty defeats Pliskova, wins maiden Wimbledon women's title
ଅଷ୍ଟ୍ରେଲୀୟ ଆସଲେ ବାର୍ଟିଙ୍କୁ ୱିମ୍ବଲଡନ ମହିଳା ତାଜ୍‌
author img

By

Published : Jul 10, 2021, 10:36 PM IST

ଲଣ୍ଡନ: ଇତିହାସ ରଚିଲେ ଅଷ୍ଟ୍ରେଲିଆ ଟେନିସ ଷ୍ଟାର ଆସଲେ ବାର୍ଟି । ଶନିବାର ଖେଳାଯାଥିବା ଫାଇନାଲ ମୁକାବିଲାରେ ଦମଦାର ବିଜୟ ସହ ପ୍ରଥମ ୱିମ୍ବଲଡନ ଟାଇଟେଲ ହାସଲ କରିଛନ୍ତି ।

ରିପ୍ଳବିକର କାରୋନିଲା ପ୍ଳିସକୋଭାଙ୍କୁ 6-3, 6-7 ଓ 6-3 ସେଟ୍‌ରେ ହରାଇ ଚମ୍ପିଆନ ହୋଇଛନ୍ତି ବାର୍ଟି । 2012 ପରେ ପ୍ରଥମ ଥର ପାଇଁ ୱିମ୍ବଲଡନ ମହିଳା ଫାଇନାଲ ମ୍ୟାଚ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌କୁ ଯାଇଥିଲା । 9 ବର୍ଷ ତଳେ ଅଗନିଏସଜକା ରାଡ୍ବାନସକାଙ୍କୁ 3 ସେଟ ବିଶିଷ୍ଟ ମ୍ୟାଚରେ ହରାଇ ଟାଇଟେଲ ହାସଲ କରିଥିଲେ ସେରେନା ୱିଲିୟମସ ।

ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲେ ବାର୍ଟି । ପ୍ରଥମ ସେଟ୍‌ରେ 5-2ରେ ଆଗୁଆ ରହିଥିଲେ ମାତ୍ର ପ୍ଲିସକୋଭା ଦମଦାର କମବ୍ୟାକ ସହ 5-3ରେ ସ୍କୋର ପହଞ୍ଚାଇଥିଲେ । ମାତ୍ର 6-3ରେ ପ୍ରଥମ ସେଟ୍‌କୁ ଜିତିନେଇଥିଲେ ବାର୍ଟି । ଦ୍ବିତୀୟ ସେଟ୍‌ରେ ଉଭୟ ଖେଳାଳିଙ୍କ ମଘ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ବାର୍ଟି 3-1ରେ ଆଗୁଆ ହେବାପରେ ଏକ ସମୟରେ 3-3ରେ ବରାବର ହୋଇଥିଲା ଓ ପ୍ଲିସକୋଭା ବିଜୟୀ ହୋଇଥିଲେ । ଫଳରେ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ବାର୍ଟି 6-3ରେ ବାଜିମାରିଥିଲେ ।

2018ରେ ୟୁଏସ ଓପନ ଟାଇଟେଲ ହାସଲ କରିଥିଲେ, ଫଳରେ ୱିମ୍ବଲଡନ ବିଜୟ ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ ଟାଇଟେଲ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.