ETV Bharat / sports

ୱିମ୍ବଲଡନ ମହିଳା ଫାଇନାଲରେ ବିଶ୍ବର ନମ୍ବର 1 ଆସଲେ ବାର୍ଟି - ଆସଲେ ବାର୍ଟି

ୱିମ୍ବଲଡନ 2021ର ମହିଳା ଏକକ ଫାଇନାଲରେ ପ୍ରବେଶ କରିଛନ୍ତି ବିଶ୍ବର ନମ୍ବର 1 ମହିଳା ଟେନିସ ଖେଳାଳି ଆସଲେ ବାର୍ଟି । ଅଧିକ ପଢନ୍ତୁ...

Barty defeats Kerber to enter her first Wimbledon women's final
ୱିମ୍ବଲଡନ ମହିଳା ଫାଇନାଲରେ ବିଶ୍ବର ନମ୍ବର 1 ଆସଲେ ବାର୍ଟି
author img

By

Published : Jul 8, 2021, 8:30 PM IST

ଲଣ୍ଡନ: ଚଳିତ ୱିମ୍ବଲଡନ 2021ର ମହିଳା ଏକକ ଫାଇନାଲରେ ପ୍ରବେଶ କରିଛନ୍ତି ବିଶ୍ବର ନମ୍ବର 1 ମହିଳା ଟେନିସ ଖେଳାଳି ଆସଲେ ବାର୍ଟି । ସେମିଫାଇନାଲ ମ୍ୟାଚ୍‌ରେ ଜର୍ମାନୀର ଆଞ୍ଜେଲିକ କର୍ବରଙ୍କୁ 6-3, 7-6 ସେଟ୍‌ରେ ହରାଇ ବାର୍ଟି ପ୍ରଥମ ଥର ୱିମ୍ବଲଡନ ମହିଳା ଫାଇନାଲରେ ପହଞ୍ଚିଛନ୍ତି ।

  • A first Wimbledon final.@AshBarty, 50 years on since Evonne Goolagong Cawley won at The Championships, is one victory away from emulating her idol after beating Angelique Kerber 6-3, 7-6(3) 🇦🇺#Wimbledon pic.twitter.com/qgWxKoKYvI

    — Wimbledon (@Wimbledon) July 8, 2021 " class="align-text-top noRightClick twitterSection" data=" ">

ପ୍ରଥମ ସେଟ୍‌କୁ ସହଜରେ 6-3ରେ ଅଷ୍ଟ୍ରେଲୀୟ ଟେନିସ ଷ୍ଟାର ବାର୍ଟି ଜିତିନେବାପରେ, ଆକ୍ରମଣାତ୍ମକ ରଣନୀତି ଜାରି ରଖିଥିଲେ । ମାତ୍ର ଦ୍ବିତୀୟ ସେଟ୍‌ରେ କର୍ବର ଜୋରଦାର କମବ୍ୟାକ କରିଥିଲେ ଓ 3-0ରେ ଆଗୁଆ ହୋଇଥିଲେ । ତେବେ ବାର୍ଟି ସହଜରେ ହାର ମାନିବାକୁ ପ୍ରସ୍ତୁତ ନଥିଲେ । ଏକ ସମୟରେ ସ୍କୋର 6-6ରେ ବରାବର ରହିଥିଲା । ମାତ୍ର ବାର୍ଟି ପ୍ରଭାବୀ ପ୍ରଦର୍ଶନ ସହ ଶେଷରେ ବିଜୟୀ ହୋଇଥିଲେ ।

ଅନ୍ୟପଟେ ଦ୍ବିତୀୟ ସେମିଫାଇନାଲରେ ଆରୟନା ସାବାଲେଙ୍କା ଓ କାରୋଲିନା ପ୍ଲିସକିଭୋଙ୍କ ମଧ୍ୟରେ ଖେଳାଯିବ । ଏହି ମ୍ୟାଚର ବିଜେତା ଫାଇନାଲରେ ବାର୍ଟିଙ୍କ ସହ ଟାଇଟଲ ଲଢେଇରେ ସାମ୍ନାସାମ୍ନି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.