ମେଲବୋର୍ଣ୍ଣ: ଇତିହାସ ରଚିଲେ ବିଶ୍ବ ନଂ1 ମହିଳା ଟେନିସ ଖେଳାଳି ଆସଲେ ବାର୍ଟି । 36 ବର୍ଷ ପରେ ପ୍ରଥମ ମହିଳା ଅଷ୍ଟ୍ରେଲିଆ ଟେନିସ ଖେଳାଳି ଭାବେ ଅଷ୍ଟ୍ରେଲିଆ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଆସଲେ ।

ବିଶ୍ବ ମାନ୍ୟତାର 7ନଂ ସ୍ଥାନରେ ଥିବା ପିଟ୍ରା କବିତୋଭଙ୍କୁ 7-6(6), 6-2 ସେଟରେ ସହଜରେ ହରାଇ ସେମିରେ ପହଞ୍ଚିଛନ୍ତି ଆସଲେ । ସେମିଫାଇନାଲରେ ଆମେରିକାର ସୋଫିଆ କେନିନଙ୍କୁ ଭେଟିବେ ଆସଲେ ବାର୍ଟି । ସୋଫିଆ କେନିନ ପ୍ରଥମ ଥର ପାଇଁ ଗ୍ରାଣ୍ଡ ସ୍ଳାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।