ପ୍ୟାରିସ: ଇତିହାସ ରଚିଲେ ରିପ୍ଲବିକ ଟେନିସ ଖେଳାଳି ବାର୍ବୋରା କ୍ରେଜସିକୋଭା । 1981ରେ ହେନା ମାଣ୍ଡଲିକୋଭାଙ୍କ ପରେ ଫ୍ରେଞ୍ଚ ଓପନ ମହିଳା ଏକକ ସିଙ୍ଗଲ୍ସ ଟାଇଟେଲ ଜିତିବାରେ ପ୍ରଥମ ମହିଳା ହୋଇଛନ୍ତି କ୍ରେଜସିକୋଭା ।
-
First Slam Feels 🙌@BKrejcikova captures her maiden major singles title, defeating Pavlyuchenkova 6-1, 2-6, 6-4.#RolandGarros pic.twitter.com/Moql4x4XFD
— Roland-Garros (@rolandgarros) June 12, 2021 " class="align-text-top noRightClick twitterSection" data="
">First Slam Feels 🙌@BKrejcikova captures her maiden major singles title, defeating Pavlyuchenkova 6-1, 2-6, 6-4.#RolandGarros pic.twitter.com/Moql4x4XFD
— Roland-Garros (@rolandgarros) June 12, 2021First Slam Feels 🙌@BKrejcikova captures her maiden major singles title, defeating Pavlyuchenkova 6-1, 2-6, 6-4.#RolandGarros pic.twitter.com/Moql4x4XFD
— Roland-Garros (@rolandgarros) June 12, 2021
ଶନିବାର ଖେଳାଯାଇଥିବା ଫ୍ରେଞ୍ଚ ଓପନ ମହିଳା ଏକକ ସିଙ୍ଗଲ୍ସ ଫାଇନାଲ ମୁକାବିଲାରେ ଋଷିଆନ ଟେନିସ ଷ୍ଟାର ଅନସ୍ତାସିଆ ପାଭଲ୍ୟୁଚେଙ୍କୋଭାଙ୍କୁ 6-1, 2-6, 6-4 ସେଟ୍ରେ ହରାଇ ପ୍ରଥମ ପ୍ରମୁଖ ଟ୍ରଫି ବିଜେତା ହୋଇଛନ୍ତି ।
ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ସହ ପ୍ରଥମ ସେଟ୍କୁ ବିଶ୍ବ ନମ୍ବର 33 ଖେଳାଳି କ୍ରେଜସିକୋଭା 6-1ରେ ଏକତରଫା ଜିତିନେଇଥିଲେ । ମାତ୍ର ଦ୍ବିତୀୟ ସେଟ୍ରେ ଦମଦାର କମବ୍ୟାକ କରିଥିଲେ ପାଭଲ୍ୟୁଚେଙ୍କୋଭା ଓ 6-2ରେ ଦ୍ବିତୀୟ ସେଟ୍ରେ ବିଜୟୀ ହୋଇଥିଲେ । ପରେ ନିର୍ଣ୍ଣାୟକ ସେଟ୍ରେ ଉଭୟ ଖେଳାଳିଙ୍କ ମଧ୍ୟରେ କଡା ପ୍ରତିନ୍ଦ୍ବନ୍ଦ୍ବୀତା ଦେଖିବାକୁ ମିଳିଥିଲା । ମାତ୍ର ବାଜି ମାରିନେଇଥିଲେ କ୍ରେଜସିକୋଭା । 6-4 ସେଟ୍ରେ ତୃତୀୟ ସେଟ୍କୁ ଜିତିବା ସହ ଟାଇଟେଲ ବିଜେତା ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ