ମେଲବୋର୍ଣ୍ଣ: ପୁଣି ଆହତ ସମସ୍ୟାରେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା । ତେବେ ଡାହାଣ ଗୋଡରେ ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ଅଷ୍ଟ୍ରେଲିଆ ଓପନ ମିକ୍ସଡ ଡବଲ୍ସ ଇଭେଣ୍ଟରୁ ଓହରି ଯାଇଛନ୍ତି 33 ବର୍ଷୀୟ ସାନିଆ । ଅଷ୍ଟ୍ରେଲିଆ ଓପନରେ ସାନିଆଙ୍କ ଅନ୍ୟତମ ପାର୍ଟନର ଥିଲେ ରୋହନା ବୋପାନ୍ନା ।
ପ୍ରାୟ 27 ମାସର ବ୍ୟବଧାନ ପରେ ଟେନିସ କୋର୍ଟକୁ ଫେରିଥିଲେ ସାନିଆ । ଏଥିସହିତ ପ୍ରଥମ ପଦାର୍ପଣ ଟୁର୍ଣ୍ଣାମେଣ୍ଟରେ ହୋବାର୍ଟ ଇଣ୍ଟରନ୍ୟାସନାଲ ମହିଳା ଡବଲ୍ସ ଟାଇଟେଲ ବିଜୟୀ ହୋଇଛନ୍ତି ।
ହାଇଦ୍ରାବାଦର ଝିଅ ସାନିଆ ଏକାଧିକ ଥର ଗ୍ରାଣ୍ଡସ୍ଳାମ ଡବଲ୍ସ ଟାଇଟେଲ ସହ ମିକ୍ସ ଡବଲ୍ସରେ ମଧ୍ୟ ଚମ୍ପିଆନ ହୋଇଛନ୍ତି । ତେବେ ହୋବାର୍ଟ ଇଣ୍ଟରନ୍ୟାସନାଲ ଫାଇନାଲରେ ଏକ ଡ୍ରପ ସଟ ଖେଳିବାକୁ ଯାଇ ଆହତ ହୋଇଥିଲେ। ଏହାସତ୍ତ୍ବେ ସେ ଖେଳ ଜାରି ରଖିଥିଲେ । ତେବେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ପାର୍କରେ ଚିକିତ୍ସିତ ହେଉଛନ୍ତି ସାନିଆ ।