ETV Bharat / sports

ଅଷ୍ଟ୍ରେଲିଆନ୍‌ ଓପନ: କ୍ବାରେଣ୍ଟାଇନରେ ରୋହନ ବୋପନ୍ନା - କ୍ବାରେଣ୍ଟାଇନରେ ବୋପନ୍ନା

ଅଷ୍ଟ୍ରେଲିଆନ୍‌ ଓପନ ପୂର୍ବରୁ କ୍ବାରେଣ୍ଟାଇନ୍‌ରେ ଭାରତର ଷ୍ଟାର ଟେନିସ ଖେଳାଳି ରୋହନ ବୋପନ୍ନା । ଦୋହାରୁ ମେଲବର୍ଣ୍ଣକୁ ଉଡାଣ ଭରିବାବେଳେ ଉକ୍ତ ଫ୍ଲାଇଟରେ ଜଣେ ଯାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ ବୋପନ୍ନା କ୍ବାରେଣ୍ଟାଇନରେ ରହିଛନ୍ତି ।

ଅଷ୍ଟ୍ରେଲିଆନ୍‌ ଓପନ: କ୍ବାରେଣ୍ଟାଇନରେ ରୋହନ ବୋପନ୍ନା

author img

By

Published : Jan 18, 2021, 8:14 AM IST

ନୂଆଦିଲ୍ଲୀ: କ୍ବାରେଣ୍ଟାଇନରେ ଭାରତର ଷ୍ଟାର ଟେନିସ ଖେଳାଳି ରୋହନ ବୋପନ୍ନା । ଅଷ୍ଟ୍ରେଲିଆନ ଓପନରେ ଅଂଶ ଗ୍ରହଣ କରିବା ପାଇଁ ଦୋହାରୁ ମେଲବର୍ଣ୍ଣକୁ ଉଡାଣ ଭରିଥିଲେ । ରବିବାର ଦୋହା(କ୍ୟୁଆର 7485)ରୁ ଉଡାଣ ଭରିଥିବା ବିମାନରେ ଜଣେ ଯାତ୍ରୀଙ୍କ ରିପୋର୍ଟ ପଜିଟିଭି ଆସିଥିଲା । ଫଳରେ ଅଷ୍ଟେଲିଆନ ଓପନ ପୂର୍ବରୁ ବୋପନ୍ନାଙ୍କୁ କଡା କ୍ବାରେଣ୍ଟାଇନରେ ରହିବାକୁ ପଡିବ ।

ଭିକ୍ଟୋରିଆ, ଏଞ୍ଜୋଲିକ, କେଇ ନିଶିକୋରୀ ଭଳି ପ୍ରମୁଖ ଷ୍ଟାର ଖେଳାଳିଙ୍କ ସମେତ 47 ଖେଳାଳି କୋଭିଡ-19 ପ୍ରଭାବିତ ଉଡାଣ ଯୋଗୁଁ ଅଷ୍ଟ୍ରେଲିଆରେ ପୂର୍ବରୁ କ୍ବାରେଣ୍ଟାଇନରେ ରହିଛନ୍ତି । 2ଟି ଚାର୍ଟର୍ଡ ଉଡାଜାହାଜରେ ଯାତ୍ରା କରୁଥିବା ଖେଳାଳି ଓ କର୍ମଚାରୀଙ୍କ ରିପୋର୍ଟ କୋରୋନା ପଜିଟିଭ ଆସିବାପରେ ଅଷ୍ଟ୍ରେଲିଆରେ ପହଞ୍ଚି ସମସ୍ତେ କ୍ବାରେଣ୍ଟାଇନରେ ରହିଛନ୍ତି ।

40ବର୍ଷୀୟ ବୋପନ୍ନା ଅଲମ୍ପିକ ଚ୍ୟାନେଲକୁ କହିଛନ୍ତି ଯେ, ଆମମାନଙ୍କୁ କେବଳ ସୂଚିତ କରାଗଲା ଆମ ଫ୍ଲାଇଟ୍‌ରେ ଜଣେ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଛି । ଦୋହାରୁ 2ଟି ଫ୍ଲାଇଟ୍‌ ଉଡାଣ ଭରିଥିଲା, ଦୁର୍ଭାଗ୍ୟବଶତଃ କୋରୋନା ପଜିଟିଭ ଯାତ୍ରୀ ଆମ ସହ ଯାତ୍ରା କରୁଥିଲେ । ତେବେ ସେ ଆହୁରି ମଧ୍ୟ କହିଛନ୍ତି କ୍ବାରେଣ୍ଟାଇନ ବେଳେ ନିଜକୁ ବ୍ୟସ୍ତ ରଖିବା ଜରୁରୀ । ମୁଁ କୌଣସି ଏକ ଅନଲାଇନ କୋର୍ସ କରିବି କିମ୍ବା ଟିଭି ଦେଖିବି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.