ମେଲବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ସର୍ବିଆନ ଟେନିସ ଖେଳାଳି ନୋବାକ ଜୋକବିଚ । ଟେଲର ଫ୍ରିଟଜଙ୍କୁ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପରାସ୍ତ କରିବା ପରେ ପରବର୍ତ୍ତୀ ରାଉଣ୍ଡରୁ ଉନ୍ନୀତ ହୋଇଛନ୍ତି ଭେଟେରାନ ଜୋକଭିଚ ।
ଜୋକଭିଚ 7-6, 6-4, 3-6, 4-6, 6-2 ସେଟ୍ରେ ବିଜୟୀ ହୋଇଛନ୍ତି । ପ୍ରଥମ ଦୁଇଟି ସେଟ୍ରେ ପରାଜୟ ପରେ ଦମଦାର କମବ୍ୟାକ ସହ ପରବର୍ତ୍ତୀ ଦୁଇଟି ସେଟ୍ ଜିତିଥିଲେ ଫ୍ରିଟଜ ।
ମାତ୍ର ପଞ୍ଚମ ସେଟ୍ରେ ଜୋକଭିଚ ବାଜି ମାରି ନେଇଥିଲେ । ଫଳରେ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହେବାସହ ଆଉଏକ ଗ୍ରାଣ୍ଡସ୍ଲାମ ଟାଇଟେଲର ନିକଟତର ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ