ETV Bharat / sports

ବୃହତ ବିପର୍ଯ୍ୟୟ: ଅଷ୍ଟ୍ରେଲିଆନ ଓପନରୁ ସୋଫିଆ କେନିନ ବାଦ

author img

By

Published : Feb 11, 2021, 3:56 PM IST

ଅଷ୍ଟ୍ରେଲିଆନ ଓପନରୁ ବାଦ ପଡିଲେ ଡିଫେଣ୍ଡିଂ ଚମ୍ପିଆନ ସୋଫିଆ କେନିନ । ଅଧିକ ପଢନ୍ତୁ...

Australian Open: Defending champion Sofia Kenin bows out in 2nd round
ବୃହତ୍ତ ବିପର୍ଯ୍ୟୟ: ଅଷ୍ଟ୍ରେଲିଆନ ଓପନରୁ ସୋଫିଆ କେନିନ ବାଦ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ ଓପନରୁ ବାଦ ପଡିଲେ ଡିଫେଣ୍ଡିଂ ଚମ୍ପିଆନ ସୋଫିଆ କେନିନ । ଇଷ୍ଟୋନିଆର କାଇଆ କାନେପିଙ୍କ ଠାରୁ ସିଧା ସେଟ୍‌ରେ ସେ ପରାସ୍ତ ହୋଇଛନ୍ତି । ବିଶ୍ବ ମାନ୍ୟତାର 4ନଂ ସ୍ଥାନରେ ଥିବା କେନିନ ଗୁରୁବାର, ଖେଳିଥିବା ତାଙ୍କର ଦ୍ବିତୀୟ ରାଉଣ୍ଡ ମ୍ୟାଚରେ 6-3, 6-2 ସେଟ୍‌ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି, ଯାହାକି ଏଯାବତ ମହିଳା ଟୁର୍ଣ୍ଣାମେଣ୍ଟରେ ବୃହତ ବିପର୍ଯ୍ୟୟ । ଏହା ବିଶ୍ବର ଶ୍ରେଷ୍ଠ 10 ଶୀର୍ଷ ଖେଳାଳିଙ୍କ ବିପକ୍ଷରେ 13ତମ ବିଜୟ ଓ 8ଟି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରୁ ଆସିଛି ।

64 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ କାନେପି ପ୍ରଭାବୀ ପ୍ରଦର୍ଶନ କରିଥିଲେ । ବିଜୟ ପରେ କାନେପି ଅଫିସିଆଲ ୱେବସାଇଟରେ କହିଛନ୍ତି, "ଗତ ସପ୍ତାହରେ ଏକାଧିକ ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା । ସ୍ଥାନୀୟ ପରିବେଶର ଫାଇଦା ସହ ମାର୍ଗରେଟ କୋର୍ଟରେ ଅନେକ ମ୍ୟାଚ ଖେଳିବାର ସୁଯୋଗ ମିଳିଛି । ଏହା ହୁଏତ ଭଲ ପ୍ରଦର୍ଶନ ପାଇଁ ସହାୟକ ହେଲା, ପ୍ରଦର୍ଶନରେ ଖୁସି ।"

35 ବର୍ଷୀୟ ଇଷ୍ଟୋନିଆନ ଭେଟେରାନ ମ୍ୟାଚ ସମୟରେ ନର୍ଭସ ଥିଲେ ବୋଲି ସ୍ବୀକାର କରିଛନ୍ତି ।

କାନେପି ଏହି ସଂସ୍କରଣରେ ଖେଳିଥିବା 7ଟି ମ୍ୟାଚ ମଧ୍ୟରୁ 6ଟି ବିଜୟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.