ETV Bharat / sports

ଫେବୃଆରୀ 8ରୁ ଅଷ୍ଟ୍ରେଲିଆ ଓପନ

author img

By

Published : Dec 17, 2020, 5:08 PM IST

ଅଷ୍ଟ୍ରେଲିଆ ଓପନ ସୂଚୀ ଘୋଷିତ । ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ ଟୁର୍ଣ୍ଣାମେଣ୍ଟ ଭାବେ 2021 ଫେବୃଆରୀ 8ରୁ 21 ପର୍ଯ୍ୟନ୍ତ ଖେଳାଯିବ ଟୁର୍ଣ୍ଣାମେଣ୍ଟ । ଅଧିକ ପଢନ୍ତୁ...

ATP announces dates for Australian Open 2021
ଫେବୃଆରୀ 8ରୁ ଅଷ୍ଟ୍ରେଲିଆ ଓପନ

ସିଡନି: ଟେନିସର ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆ ଓପନ ସୂଚୀ ଘୋଷିତ । 2021 ଫେବୃଆରୀ 8ରୁ 21 ପର୍ଯ୍ୟନ୍ତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ ଟୁର୍ଣ୍ଣାମେଣ୍ଟ । ଏନେଇ ଟେନିସ ପ୍ରଫେସନାଲ ଆସୋସିଏସନ(ATP) ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଜାନୁଆରୀ 18ରୁ ପ୍ରଥମରୁ ଅଷ୍ଟ୍ରେଲିଆ ଓପନ ହେବା ନେଇ ସୂଚୀ ରହିଥିଲା । ମାତ୍ର କୋରୋନା ଭାଇରସ କଟକଣା କାରଣରୁ ଏହି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବାସହ ପୁନଃ ସ୍ଥିର ହୋଇଛି ।

  • The ATP has today announced an update to the 2021 ATP Tour calendar, outlining a revised schedule for the first seven weeks of the season.

    — ATP Tour (@atptour) December 17, 2020 " class="align-text-top noRightClick twitterSection" data=" ">

ଏଥିସହ ଏଟିପି ପକ୍ଷରୁ ପ୍ରକାଶିତ ସୂଚୀ ଅନୁଯାୟୀ, ପୁରୁଷ ଅଷ୍ଟ୍ରେଲିଆ ଓପନ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଜାନୁଆରୀ 10-13 ମଧ୍ୟରେ ଦୋହାରେ ଖେଳାଯିବ । ଏହାପରେ ମେଲବୋର୍ଣ୍ଣରେ ଯୋଗ୍ୟତା ଅର୍ଜନ କରିଥିବା ଖେଳାଳିଙ୍କୁ 14 ଦିନ କ୍ବାରେଣ୍ଟିନରେ ରହିବାକୁ ହେବ ।

ମୋଟ 12ଟି ଟିମ ମେଲବୋର୍ଣ୍ଣରେ ହେବାକୁ ଥିବା ଏଟିପି କପରେ ଅଂଶଗ୍ରହଣ କରିବେ । ପୁରୁଷ ଏଟିପି କପ ଟୁର୍ଣ୍ଣାମେଣ୍ଟ ଫେୃବୃଆରୀ 1-5 ଓ ପରେ ଫେବୃଆରୀ 8ରୁ ଅଷ୍ଟ୍ରେଲିଆ ଓପନ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.