ନୂଆଦିଲ୍ଲୀ: 2008ରେ ସ୍ପେନ୍ ପାଇଁ ଡେଭିସ କପ୍ ଜିତିଥିବା ଟେନିସ୍ ଖେଳାଳୀ ନିକୋଲସ ଅଲମାଗ୍ରୋ ପ୍ରଫେସନାଲ୍ ଟେନିସରୁ ସନ୍ନ୍ୟାସ ନେଇଛନ୍ତି । ସୋମବାର ନିଜର ଘରୋଇ ଟୁର୍ଣ୍ଣାମେଣ୍ଟରେ ସେ ଏହି ଘୋଷଣା କରିଛନ୍ତି । ସୂଚନାଥାଉକି, ବିଗତ କିଛି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଫର୍ମ ଭଲ ନଥିଲା।
ଅବସର ନେଲା ପରେ ସେ କହିଛନ୍ତି, ମୁଁ କ୍ବିଟ କରିଛି। କାରଣ କିଛି ଦିନ ହେବ ଖେଳରେ ମନ ଲାଗୁ ନଥିଲା। ଏହି ଖେଳ ମୋତେ ବହୁତ ସୁନ୍ଦର ଅନୁଭବ ଦେଇଛି ଓ ଏହି ଖେଳ ଜରିଆରେ ମୋର ସ୍ବପ୍ନ ସାକାର ହୋଇଛି ।
ରାଫେଲ ନଦାଲଙ୍କ କାରଣରୁ ନିକୋଲସଙ୍କ ଲୋକପ୍ରିୟତା କମିବାରେ ଲାଗିଥିଲା । ଫ୍ରେଞ୍ଚ ଓପନ କ୍ବାଟର ଫାଇନାଲରେ ନଦାଲ 3ଥର ଅଲମାଗ୍ରୋଙ୍କୁ ହରାଇଛନ୍ତି। ସେ ନିଜ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳରୁ ସନ୍ନ୍ୟାସ ନେଇଥିବାରୁ ଖୁସି ଥିବା କହିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ