ETV Bharat / sports

ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ୱାକର ୟୁନିସ

ଭାରତ ପାକିସ୍ତାନ ମ୍ୟାଚ ପରେ ପାକିସ୍ତାନର ପୂର୍ବତନ କୋଚ୍‌ ବା ଫାଷ୍ଟ ବୋଲରଙ୍କ ମନ୍ତବ୍ୟକୁ ଭାରତରେ କଡ଼ା ସମାଲୋଚନା କରାଯାଉଛି । ବିବାଦ ପରେ ଟିଭି ଚ୍ୟାନେଲରେ ନିଜ ମନ୍ତବ୍ୟ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ୱାକର ୟୁନିସ୍ । ଅଧିକ ପଢ଼ନ୍ତୁ...

author img

By

Published : Oct 27, 2021, 5:12 PM IST

ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ୱାକର ୟୁନିସ
ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ୱାକର ୟୁନିସ

ଇସଲାମାବାଦ: ଭାରତ ପାକିସ୍ତାନ ମ୍ୟାଚ ପରେ ପାକିସ୍ତାନର ପୂର୍ବତନ କୋଚ୍‌ ବା ଫାଷ୍ଟ ବୋଲରଙ୍କ ମନ୍ତବ୍ୟକୁ ଭାରତରେ କଡ଼ା ସମାଲୋଚନା କରାଯାଉଛି । ଭାରତ-ପାକିସ୍ତାନ ମ୍ୟାଚ ଚାଲିଥିବା ସମୟରେ ଡ୍ରିଙ୍କ୍‌ସ ବ୍ରେକ୍‌ରେ ପାକିସ୍ତାନୀ ଓପନର ମହମ୍ମଦ ରିଜୱାନ ନମାଜ ପଢ଼ିବା ଆରମ୍ଭ କରିଥିଲେ । ତେବେ ପାକିସ୍ତାନ ମ୍ୟାଚରେ ବିଜୟୀ ହେବାପରେ ଏହାକୁ ନେଇ ୱାକର ୟୁନିସ ଏକ ଟ୍ବିଟ୍‌ କରିଥିଲେ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ବିବାଦ ପରେ ଟିଭି ଚ୍ୟାନେଲରେ ନିଜ ମନ୍ତବ୍ୟ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ୱାକର ୟୁନିସ୍ ।

ଭାରତ ପରାଜିତ ହେବା ପରେ ଏକ ଟିଭି ଚ୍ୟାନେଲରେ ୱାକର କରିଥିଲେ ଯେ, "ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ମ୍ୟାଚ ମଧ୍ୟରେ ରିଜୱାନଙ୍କ ନମାଜ ପାଠ ମୋତେ ପସନ୍ଦ ହେଲା । ଖାସ୍‌ କରି ହିନ୍ଦୁଙ୍କ ସାମ୍ନାରେ ସେ ନମାଜ ପଢ଼ିଥିବାରୁ ମୋତେ ଖୁସି ଅନୁଭବ ହେଉଛି ।"

  • In the heat of the moment, I said something which I did not mean which has hurt the sentiments of many. I apologise for this, this was not intended at all, genuine mistake. Sports unites people regardless of race, colour or religion. #apologies 🙏🏻

    — Waqar Younis (@waqyounis99) October 26, 2021 " class="align-text-top noRightClick twitterSection" data=" ">

ଏହାକୁ ନେଇ କ୍ରିକେଟ ଭାଷ୍ୟକାର ହର୍ଷ ଭୋଗଲେ ଟ୍ବିଟ୍‌ କରି ୱାକର ୟୁନୁସଙ୍କୁ ଟାର୍ଗେଟ କରିଥିଲେ । "ଜଣେ କ୍ରିକେଟରଙ୍କ ଠାରୁ ଏଭଳି ଶବ୍ଦ ଆଶା କରାଯାଉନାହିଁ । କ୍ରିକେଟ ଭଳି ଖେଳର ଗାରିମାକୁ ନଷ୍ଟ କରୁଛି ଏହି ସବୁ ଶବ୍ଦ। ଆମ ଭିତରେ ଅନେକ ଏବେ ଏହି କାର୍ଡ ଖେଳି ଚର୍ଚ୍ଚାରେ ରହିବାକୁ ଚେଷ୍ଚା କରୁଛନ୍ତି ଯାହା ଅତ୍ୟନ୍ତ ଦୁଃଖଦାୟକ । "

  • For a person of Waqar Younis' stature to say that watching Rizwan offering namaz in front of Hindus was very special to him, is one of the most disappointing things I have heard. A lot of us try hard to play such things down and talk up sport and to hear this is terrible.

    — Harsha Bhogle (@bhogleharsha) October 26, 2021 " class="align-text-top noRightClick twitterSection" data=" ">

ସେହିଭଳି ଭାରତର ପୂର୍ବତନ ଫାଷ୍ଟ ବୋଲର ଭେଙ୍କଟେସ ପ୍ରସାଦ ମଧ୍ୟ ୱାକରଙ୍କୁ ମନ୍ତବ୍ୟ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, "ହିନ୍ଦୁମାନଙ୍କ ସାମ୍ନାରେ ନମାଜ ପଢ଼ିବା ମୋତ ଭଲ ଲାଗିଲା, ଏଭଳି ମନ୍ତବ୍ୟ ୱାକରଙ୍କ ଜିହାଦି ମନୋଭାବକୁ ପୋଷଣ କରୁଛି ।"

  • "Hinduon ke beech me khade hoke namaaz padi, that was very very special for me" - Waqar .
    Takes jihadi mindset of another level to say this in a sport. What a shameful man.

    — Venkatesh Prasad (@venkateshprasad) October 26, 2021 " class="align-text-top noRightClick twitterSection" data=" ">

କଂଗ୍ରେସ ନେତା ଅଭିଶେକ ମନୁ ସିଂଘୱି ମଧ୍ୟ ୱାକରଙ୍କୁ କଡ଼ା ଭତ୍ସର୍ନ୍ନା କରିଛନ୍ତି । ସେ କହିଛନ୍ତି ଯେ, "ପାକିସ୍ତାନୀଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । ଏହା ଏକ ମାନସିକ ରୋଗ । ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଶରୀରରେ ସାଧାରଣତଃ ଏଭଳି ଲକ୍ଷଣ ଦେଖାଯାଏ । ସେ ମାସୁଦ ଅଜହର ହେଉ କିମ୍ବା ୱାକର ୟୁନିସ୍ ହୁଅନ୍ତୁ । "

  • "Rizwan offered Namaz during #INDvPAK match in middle of Hindus was most satisfying thing Mashallah, even more than his batting"
    - Waqar Younis, Pakistani cricket coach.

    Meanwhile Indian liberals are defending his statement pic.twitter.com/Ovgzo8Yz47

    — raaz (@raaz_india) October 26, 2021 " class="align-text-top noRightClick twitterSection" data=" ">

ଏହି ବିବାଦ ପରେ ପୁନଃ ଟିଭି ଚ୍ୟାନେଲର ନିଜ ମନ୍ତବ୍ୟ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ପାକିସ୍ତାନର ପୂର୍ବତନ କୋଚ୍‌ ବା ଫାଷ୍ଟ ବୋଲର ୱାକର ୟୁନିସ । ଜୋଶରେ ସେ ଏଭଳି ଶବ୍ଦ ବ୍ୟବହାର କରିଥିବା କଥା କହିଛନ୍ତି । ସେ ଆଉ କିଛି କହିବାକୁ ଚାହୁଁଥିଲେ ଏବଂ ତାଙ୍କ ମୁହଁରୁ ଆଉ କିଛି ବାହାରି ଗଲା ବୋଲି ସେ ସଫେଇ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.