ETV Bharat / sports

T20 world cup: ହସରଙ୍ଗାଙ୍କ ହ୍ୟାଟ୍ରିକ୍‌ ଫିକା, ମିଲର ପାୱରରେ ଜିତିଲା ଦକ୍ଷିଣ ଆଫ୍ରିକା

author img

By

Published : Oct 30, 2021, 7:17 PM IST

Updated : Oct 30, 2021, 8:41 PM IST

ଶେଷ ଓଭରରେ ଶ୍ରୀଲଙ୍କା ବିପକ୍ଷରେ 4 ୱିକେଟରେ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ଅଧିକ ପଢନ୍ତୁ...

T20 world cup: South Africa won by 4 wkts against srilanka
T20 world cup: ଦକ୍ଷିଣ ଆଫ୍ରିକାର ଦମଦାର ବିଜୟ, ଶ୍ରୀଲଙ୍କା ହାତରୁ ମ୍ୟାଚ୍‌ ଛଡାଇନେଲେ ମିଲର୍‌

ଶାରଜାହ: ଶେଷ ଓଭରରେ ଶ୍ରୀଲଙ୍କା ହାତରୁ ମ୍ୟାଚ୍‌ ଛଡାଇନେଲେ ଡେଭିଡ ମିଲର୍‌ । ସ୍ପିନର ୱାହିନ୍ଦୁ ହସରଙ୍ଗାଙ୍କ ହ୍ୟାଟ୍‌-ଟ୍ରିକ୍‌ ୱିକେଟ ହାସଲ ସତ୍ତ୍ବେ ଶ୍ରୀଲଙ୍କା ପରାସ୍ତ । ଡେଭିଡ ମିଲରଙ୍କ ଦମଦାର ପାୱର ହିଟିଂରେ ଶେଷ ଓଭରରେ ବାଜିମାରିବା ସହ ୪ ୱିକେଟରେ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ଶାରଜାହ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଟି-୨୦ ବିଶ୍ବକପ ସୁପର ୧୨ର ଏହି ମ୍ୟାଚ୍‌ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ରୋମାଞ୍ଚକର ମୁକାବିଲା ରହିଥିଲା ।

୧୪୩ ରନ୍‌କୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ଇଂନିସର ଚତୁର୍ଥ ଓଭରରେ ଡବଲ ଝଟ୍‌କା ଦେଇଥିଲେ ଦୁଷ୍ମନ୍ତ ଚମୀରା । ଉଭୟ ଦକ୍ଷିଣ ଆଫ୍ରିକା ଓପନର ଶୀଘ୍ର ପାଭିଲିୟନ ଫେରିଥିଲେ । ପରେ ରସି ଭାନ ଡର୍‌ ଡସନଙ୍କୁ ଦାସୁନ ସନାକା ଅଷ୍ଟମ ଓଭରରେ ରନ୍‌ଆଉଟ୍‌ କରିବା ପରେ ସଙ୍କଟରେ ପଡିଥିଲା ଦକ୍ଷିଣ ଆଫ୍ରିକା । ୧୦ ଓଭର ସୁଦ୍ଧା ଦକ୍ଷିଣ ଆଫ୍ରିକାର ସ୍କୋର ୬୨/୩ ରହିଥିଲା । କ୍ୟାପଟେନ ତେମ୍ବା ବାଭୁମା ଓ ଆଡନ ମାର୍କ୍ରମ ଇଂନିସ ସମ୍ଭାଳିଥିଲେ ।

ମାତ୍ର ଶ୍ରୀଲଙ୍କାର ଷ୍ଟାର ସ୍ପିନର ହସରଙ୍ଗାଙ୍କ ହ୍ୟାଟ-ଟ୍ରିକ୍‌ର ଶିକାର ହୋଇଥିଲେ ମାର୍କ୍ରମ, ବାଭୁମା ଓ ପ୍ରିଟୋରିସ । ଏହାପରେ ଶ୍ରୀଲଙ୍କାର ସମ୍ଭାବ୍ୟ ବିଜୟକୁ ସାମ୍ନାରେ ଦେଖି ସିଂହଳ କ୍ୟାମ୍ପ ଉଲ୍ଲସିତ ହୋଇଥିଲା । ମାତ୍ର ଡେଭିଡ ମିଲର କିଛି ଅଲଗା ଅନ୍ଦାଜରେ ମ୍ୟାଚ୍‌ ଫିନିସ କରିବାକୁ ପହଞ୍ଚିଥିଲେ । ଷ୍ଟାର ଦକ୍ଷିଣ ଆଫ୍ରିକୀୟ ଅଳରାଉଣ୍ଡର ୧୩ ବଲ୍‌ରୁ ୨୩ ରନ୍‌ର ମ୍ୟାଚ୍‌ ବିଜୟୀ ଇଂନିସ ଖେଳିଥିଲେ । ରବାଡା ମଧ୍ୟ ୭ ବଲ୍‌ରୁ ୧୩ ରନ୍‌ର ଉପଯୋଗୀ ଯୋଗଦାନ କରିଥିଲେ । ଫଳରେ ଗୋଟିଏ ବଲ୍‌ ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ଦକ୍ଷିଣ ଆଫ୍ରିକା । ଶ୍ରୀଲଙ୍କା ପକ୍ଷରୁ ହସରଙ୍ଗା ୩ଟି ଓ ଦୁଷ୍ମନ୍ତ ଚମୀରା ୨ଟି ୱିକେଟ ହାସଲ କରିଥିଲେ ।

ପୂର୍ବରୁ ଓପନର ପାଥୁମ ନିସାଙ୍କାଙ୍କ ୭୨ ରନ୍‌ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୧୪୨ ରନ୍‌ କରିପାରିଥିଲା ଶ୍ରୀଲଙ୍କା । ବିଶ୍ବର ନମ୍ବର ୧ ଟି-୨୦ ବୋଲର ତାବ୍ରିଜ ସାମସି ଓ ପ୍ରିଟୋରିସ ୩ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଆନରିଚ୍‌ ନର୍କିଆଙ୍କୁ ଦୁଇଟି ୱିକେଟ ମିଳିଥିଲା ।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ୧୪୨(ପାଥୁମ ନିଶାଙ୍କା ୭୨, ଚାରିଥ ଅସଲାଙ୍କା ୨୧; ଡ୍ବାଇନ ପ୍ରିଟୋରିସ ୩-୧୭, ତାବ୍ରିଜ ସାମସି ୩-୧୭) ଦକ୍ଷିଣ ଆଫ୍ରିକା ୧୪୬/୬(ତେମ୍ବା ବାଭୁମା ୪୬, ଡେଭିଡ ମିଲର ୨୩; ୱାହିନ୍ଦୁ ହସରଙ୍ଗା ୩-୨୦, ଦୁଷ୍ମନ୍ତ ଚମୀରା ୨-୨୭)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 30, 2021, 8:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.