ETV Bharat / sports

T20 WC: ହୃଦୟ ଭାଙ୍ଗିଲା, ଭାରତକୁ ୮ ୱିକେଟରେ ହରାଇଲା ନ୍ୟୁଜିଲାଣ୍ଡ - T20 world cup 2021

ଚଳିତ ଟି-୨୦ ବିଶ୍ବକପରେ କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ରେ ପରାଜୟ ପରେ ବିରାଟ ବାହିନୀର ସେମିଫାଇନାଲ ଆଶା ସଙ୍କଟରେ । ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

T20 world cup: New Zealand won by 8 wkts against india

author img

By

Published : Oct 31, 2021, 10:31 PM IST

Updated : Oct 31, 2021, 10:57 PM IST

ଦୁବାଇ: ପୁଣି ଏକ ICC ଟୁର୍ଣ୍ଣାମେଣ୍ଟରେ ଭାରତ ନିରାଶ । UAEରେ ଖେଳାଯାଉଥିବା ଚଳିତ ଟି-୨୦ ବିଶ୍ବକପରେ ଟିମ ଇଣ୍ଡିଆକୁ ଶକ୍କ ଧକ୍କା । କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ରେ ପରାଜୟ ପରେ ବିରାଟବାହିନୀର ସେମିଫାଇନାଲ ଆଶା ଧୁଳିସାତ୍‌ ହୋଇଛି । ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ ।

୧୧୧ ରନ୍‌ର ବିଜୟ ଲକ୍ଷ୍ୟକୁ ୧୪.୩ ଓଭରରେ ୨ ୱିକେଟ ହରାଇ ହାସଲ କରିନେଇଛି ନ୍ୟୁଜିଲାଣ୍ଡ । ଓପନର ମାର୍ଟିନ ଗୁପ୍ଟିଲ ୨୦ ଓ ଡ୍ୟାରେଲ ମିଚେଲ ୪୯ ରନ୍‌ର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ । କ୍ୟାପଟେନ କେନ ୱିଲିୟମସନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଟିମକୁ ବିଜୟୀ କରାଇଥିଲେ । ଫଳରେ ICC ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଠାରୁ ଭାରତର ପରାଜୟ ମ୍ୟାଚ୍‌ର ତାଲିକା ଲମ୍ବା ହୋଇଛି ।

ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ସହ ସଂଘର୍ଷ କରିଥିଲା । କୌଣସି ଭାରତୀୟ ବ୍ୟାଟର ୩୦ ରନ୍‌ ପାର୍‌ କରିପାରିନଥିଲେ । ରବିନ୍ଦ୍ର ଜାଡେଜା ୨୬ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୩ ରନ୍‌ର ଇଂନିସ ଖେଳିଥିଲେ । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୧୦ ରନ୍‌ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 31, 2021, 10:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.