ETV Bharat / sports

T20 World Cup: ବଡ ମ୍ୟାଚ୍‌ ପୂର୍ବରୁ କ'ଣ କହିଲେ ବିରାଟ ?

author img

By

Published : Oct 31, 2021, 6:27 PM IST

ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ନ୍ୟୁଜିଲାଣ୍ଡକୁ ହରାଇ କମ୍‌ବ୍ୟାକ କରିପାରିବ କି ଟିମ ଇଣ୍ଡିଆ ? ଅଧିକ ପଢନ୍ତୁ...

T20 World Cup, India vs New Zealand: Virat Kohli on big match
T20 World Cup: ବଡ ମ୍ୟାଚ୍‌ ପୂର୍ବରୁ କ'ଣ କହିଲେ ବିରାଟ ?

ଦୁବାଇ: ଚଳିତ ଟି-୨୦ ବିଶ୍ବକପ ପରେ ଭାରତୀୟ ଟି-୨୦ ଟିମ୍‌ର ଅଧିନାୟକ ପଦ ଛାଡିବେ ବିରାଟ କୋହଲି । ଫଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଜି(ରବିବାର) ଖେଳାଯିବାକୁ ଥିବା ମ୍ୟାଚ୍‌ କେବଳ ଟିମ ଇଣ୍ଡିଆ ପାଇଁ ନୁହେଁ ବରଂ ଟି-୨୦ ଅଧିନାୟକ ଭାବେ ବିରାଟ କୋହଲିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ କମ୍‌ବ୍ୟାକ କରିପାରିବ କି ଟିମ ଇଣ୍ଡିଆ ?

ଚଳିତ ଟି-୨୦ ବିଶ୍ବକପର ଫର୍ମାଟ ଏପରି ରହିଛି ଯେ ସୁପର ୧୨ ପର୍ଯ୍ୟାୟ ଅତ୍ୟନ୍ତ କଠିନ ଓ ପ୍ରତିନ୍ଦ୍ବନ୍ଦ୍ବିତାପୂର୍ଣ୍ଣ । ଏହି ପର୍ଯ୍ୟାୟରେ ଖେଳୁଥିବା ମୋଟ ୧୨ଟି ଟିମ ମଧ୍ୟରୁ ୮ଟି ଟିମକୁ ବାହାରିବାକୁ ପଡିବ । କେବଳ ୪ଟି ଟିମ ପରବର୍ତ୍ତୀ ପର୍ଯ୍ୟାୟ ଅର୍ଥାତ ସେମିଫାଇନାଲକୁ ଉନ୍ନୀତ ହେବେ ।

ପାକିସ୍ତାନ ଠାରୁ ସୁପର ୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ପରାସ୍ତ ପରେ ଟିମ ଇଣ୍ଡିଆ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ 'କର ବା ମର' ସଦୃଶ ହୋଇଛି । ନ୍ୟୁଜିଲାଣ୍ଡ ସହ ମ୍ୟାଚ୍‌ରେ ମଧ୍ୟ ବିଗତ ବର୍ଷର ରେକର୍ଡ ଭାରତ ବିପକ୍ଷରେ ରହିଛି । ଶେଷ ଥର ପାଇଁ ICC ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ବର୍ଷ ୨୦୦୩ ଦିନିକିଆ ବିଶ୍ବକପରେ ହରାଇବାକୁ ସମର୍ଥ ହୋଇଥିଲା ଭାରତ ।

ଚୁଡାନ୍ତ ଏକାଦଶକୁ ନେଇ ଦ୍ବନ୍ଦ୍ବ ଦୂର ହୋଇନାହିଁ । ପାକିସ୍ତାନ ବିପକ୍ଷରେ ଖେଳିଥିବା ସମାନ ଟିମ ସହ ଖେଳିବା ଉଚିତ କିମ୍ବା ପରିବର୍ତ୍ତନ ଆବଶ୍ୟକ, ଏହା ଟିମ ମ୍ୟାନେଜମେଣ୍ଟ ପାଇଁ ଆହ୍ବାନ ହୋଇଛି ।

ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ବଡ ମ୍ୟାଚ୍‌ ପୂର୍ବରୁ କଣ କହିଛନ୍ତି କ୍ୟାପଟେନ ବିରାଟ କୋହଲି ନଜର ପକାନ୍ତୁ...

"ଶାର୍ଦ୍ଦୁଳ ଠାକୁର ଆମ ରଣନୀତି ମଧ୍ୟରେ ରହିଛନ୍ତି । ଶାର୍ଦ୍ଦୁଳଙ୍କ ଉପସ୍ଥିତି ଟିମର ନିଶ୍ଚିନ୍ତ ଶକ୍ତି ବୃଦ୍ଧି କରିବ । ତେବେ ତାଙ୍କୁ କେଉଁ ଭୂମିକା ମିଳିବ ଓ କେଉଁଥିପାଇଁ ପିଟ୍‌ ହେବେ ଏହା ବର୍ତ୍ତମାନ କହିହେବ ନାହିଁ । ତେବେ ଏହା ବାସ୍ତବିକ ଯେ ଶାର୍ଦ୍ଦୁଳ ଟିମରେ ସାମିଲ ହେଲେ ବିକଳ୍ପ ବଢିବ ।"

ତେବେ କୋହଲି ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ଜଣେ ବୋଲରଙ୍କୁ ୱିକେଟ ହାସଲ କରିନଥିବାର ଦାୟୀ କରାଯାଇପାରିବ ନାହିଁ । ଏଥିରେ କୌଣସି ଗ୍ୟାରେଣ୍ଟି ନାହିଁ ଯେ ପ୍ରତିଥର ପଡିଆରେ ଜଣେ ବୋଲର ୱିକେଟ ହାସଲ ପାଇଁ ସମର୍ଥ ହେବ । ଲମ୍ବା ସମୟ ପାଇଁ ଏହି ବୋଲର ଟିମକୁ ମ୍ୟାଚ୍‌ ଜିତାଇ ଆସିଛନ୍ତି । ଗୋଟିଏ ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ ଆଧାରରେ ଦକ୍ଷତାର ସମୀକ୍ଷା ଅନୁଚିତ । ପ୍ରତିପକ୍ଷ ଟିମ ଭଲ ଖେଳିବେ ସମ୍ମାନର ସହ ଗ୍ରହଣ କରି ଆଗାମୀ ମ୍ୟାଚ୍‌ ପାଇଁ ପ୍ରସ୍ତୁତି କରିବା ଏକ ଶକ୍ତିଶାଳୀ ଓ ପେଷାଦାର ଟିମର ଲକ୍ଷଣ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.