ETV Bharat / sports

ଆଜି ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ଭେଟ, ଗୋଟିଏ ମ୍ୟାଚ ବଦଳାଇବ ୩ ଦଳ ଭାଗ୍ୟ

ଚଳିତ ଟି-ଟେଣ୍ଟି ବିଶ୍ବକପର ସୁପର-୧୨ ରାଉଣ୍ଡ (ଗ୍ରୁପ-2)ରେ ଆଜି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ମୁକାବିଲା ହେବ । ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ଅଧିକ ପଢନ୍ତୁ...

ଆଜି ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ଫାଇଟ
ଆଜି ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ଫାଇଟ
author img

By

Published : Nov 7, 2021, 10:04 AM IST

Updated : Nov 7, 2021, 5:58 PM IST

ଆବୁଧାବି: ଚଳିତ ଟି-ଟେଣ୍ଟି ବିଶ୍ବକପର ସୁପର-୧୨ ରାଉଣ୍ଡ (ଗ୍ରୁପ-2)ରେ ଆଜି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ମୁକାବିଲା ହେବ । ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ଆଜିର ଏହି ମ୍ୟାଚ ୩ଟି ଦଳର ଭାଗ୍ୟ ନିର୍ଦ୍ଧାରିତ କରିବ । ବିଶେଷ କରି ଭାରତୀୟଙ୍କ ପାଇଁ ଏହି ମ୍ୟାଚର ଫଳାଫଳ ଗୁରୁତ୍ବ ଅଧିକ ରହଛି । ପ୍ରଥମ ଥର ପାଇଁ ଏହି ଦୁଇ ଦଳ ପରସ୍ପରକୁ ଭେଟିବେ । ଆଫଗାନିସ୍ତାନ ଆଜିର ମ୍ୟାଚରେ ବିଜୟୀ ହେଉ ବୋଲି ଭାରତୀୟଙ୍କ ସମର୍ଥନ ରହିବ ନିଶ୍ଚୟ । ଆଫଗାନିସ୍ତାନ ଜିତିଲେ ଭାରତ ପାଇଁ ସେମିଫାଇନାଲ୍ ବାଟ ଫିଟିବ ।

ଆଫଗାନିସ୍ତାନ ଏହି ମ୍ୟାଚକୁ ବଡ ବ୍ୟବଧାନରେ ଜିତି ସେମିରେ ପ୍ରବେଶ କରିବାକୁ ପ୍ରୟାସ କରିବ । ନ୍ୟୁଜିଲାଣ୍ଡ ଯଦି ବି ୧ ରନରେ ମ୍ୟାଚକୁ ଜିତି ନିଏ ତେବେ ସେ ସେମିରେ ପ୍ରବେଶ କରିବାଟା ଥୟ । ଆଫଗାନିସ୍ତାନ ମ୍ୟାଚଟିକୁ ଜିତିଲେ ଭାରତର ସେମି ଫାଇନାଲ ସମ୍ଭାବନା ଦ୍ବିଗୁଣିତ ହୋଇଯିବ । କାରଣ ଭାରତର ଅନ୍ତିମ ମ୍ୟାଚରେ ନାମ୍ବିଆକୁ ଭେଟିବ । ଏହି ମ୍ୟାଚକୁ ବଡ଼ ବ୍ୟବଧାନରେ ଜିତିବା ପରେ ରନ ରେଟରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନକୁ ପଛରେ ପକାଇ ସେମିରେ ପ୍ରବେଶ କରିବ।

ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ପୂ୍ର୍ବରୁ ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ବକପରେ ପରସ୍ପରକୁ ଭେଟିଥିଲେ । ଆଫଗାନିସ୍ତାନ ଟିମକୁ ନେଇ କିଛି କହିବା ସମ୍ଭବ ନୁହେଁ । ଫର୍ମରେ ଥିଲେ ଦଳ ବିଶ୍ବର ଯେକୌଣସି ଦଳକୁ ବି ହରାଇପାରେ । ରାସିଦ ଖାନ ଓ ମୁଜିବ-ଉର-ରେହମାନଙ୍କ ପାଖରେ ବିପର୍ଯ୍ୟୟ ଘଟାଇବାର କ୍ଷମତା ରହିଛି । ଆଜିର ମ୍ୟାଚ ଯଦି ନ୍ୟୁଜିଲାଣ୍ଡ ଜିତିଯାଏ ତେବେ ଭାରତ ଓ ନାମ୍ବିଆ ମୁକାବିଲା କେବଳ ଔପଚାରିକତା ହୋଇ ରହିଯିବ । ଏହି ମ୍ୟାଚ ଉପରେ ଭାରତର ନଜର ରହିଛି । ଏହି ମ୍ୟାଚର ଫଳାଫଳ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Nov 7, 2021, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.