ETV Bharat / sports

T-20 WC; ପାକିସ୍ତାନର ବିଜୟଧାରା ବଜାୟ, ନ୍ୟୁଜିଲାଣ୍ଡ ଧରାଶାୟୀ

ଭାରତକୁ ହରାଇବା ପରେ ନ୍ୟୁଜିଲାଣ୍ଡକୁ ବି ପରାସ୍ତ କରି ବିଜୟ ଧାରା ବଜାୟ ରଖିଛି ବାବର ବାହିନୀ । ଗ୍ରୁପ-ବିର ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି । ଘାତକ ବୋଲିଂ କରି ନ୍ୟୁଜିଲାଣ୍ଡକୁ ଧରାଶୟୀ କରିଥିଲା ପାକ ଦଳ । 2ଟି ମ୍ୟାଚରୁ ୪ ପଏଣ୍ଟ ସହ ପାକିସ୍ତାନ ଗ୍ରୁପ-୨ ଶୀର୍ଷ ସ୍ଥାନ ଦଖଲ କରିଛି । ଅଧିକ ପଢନ୍ତୁ...

T-20 WC; ପାକିସ୍ତାନର ବିଜୟଧାରା ବଜାୟ
T-20 WC; ପାକିସ୍ତାନର ବିଜୟଧାରା ବଜାୟ
author img

By

Published : Oct 27, 2021, 8:49 AM IST

ଶାରଜାହ: ଟି-୨୦ ବିଶ୍ବକପର ଫୁଲ ଫର୍ମରେ ଅଛି ପାକିସ୍ତାନ । ଭାରତକୁ ହରାଇବା ପରେ ନ୍ୟୁଜିଲାଣ୍ଡକୁ ବି ପରାସ୍ତ କରି ବିଜୟ ଧାରା ବଜାୟ ରଖିଛି ବାବର ବାହିନୀ । ଗ୍ରୁପ-ବିର ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି । ଘାତକ ବୋଲିଂ କରି ନ୍ୟୁଜିଲାଣ୍ଡକୁ ଧରାଶୟୀ କରିଥିଲା ପାକ ଦଳ । 2ଟି ମ୍ୟାଚରୁ ୪ ପଏଣ୍ଟ ସହ ପାକିସ୍ତାନ ଗ୍ରୁପ-୨ ଶୀର୍ଷ ସ୍ଥାନ ଦଖଲ କରିଛି ।

ଟସ୍‌ ଜିତି ପାକିସ୍ତାନ କ୍ୟାପଟେନ ବାବର ଆଜମ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ନ୍ୟୁଜିଲାଣ୍ଡର ଦୁଇ ଓପନର ମାର୍ଟିନ ଓ ଡାରିଲ ମିଚେଲ ଦର୍ଶନୀୟ ସଟମାନ ଖେଳି ୩୬ ରନ କରିଥିଲେ । ଗୁପଟିଲ ୧୭ ରନ କରି ହାରିସଙ୍କ ବଲରେ ବୋଲ୍ଡ ହୋଇଥିଲେ । ଏହାପରେ ଦଳର ୱିକେଟ ପତନ ଆରମ୍ଭ ହୋଇଥିଲା । ପାକିସ୍ତାନର ଶୃଙ୍ଖଳିତ ବୋଲିଂ ପାଇଁ ରନ ସଂଗ୍ରହ କରି ପାରିନଥିବା ନ୍ୟୁଜିଲାଣ୍ଡ । ମାତ୍ର ୫୬ ରନରେ ଦଳ ୩ଟି ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା । କେନ ୱିଲିୟମସନ ଓ ଡେଭନ କନୱେ ସତର୍କତାର ସହିତ ବ୍ୟାଟିଂ କରିଥିଲେ ଦଳୀୟ ସ୍କୋର ୯୦ ବେଳେ ୱିଲିୟମସନ ଆଉଟ ହୋଇଥିଲେ । ନ୍ୟୁଜିଲାଣ୍ଡର ବଡ ସ୍କୋର ମଉଳି ଯାଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୪ ରନ୍‌ ସଂଗ୍ରହ କରିଥିଲା । ପାକିସ୍ତାନ ସାମ୍ନାରେ ୧୩୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ନ୍ୟୁଜିଲାଣ୍ଡ ।

୧୩୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ । ମହମ୍ମଦ ରିଜୱାନୀ ଓ ବାବର ଆଜମ ଦୃଢ ବ୍ୟାଟିଂ କରିଥିଲେ । ନ୍ୟୁଜିଲାଣ୍ଡ ବୋଲିଂ ବେଶ ଶୃଙ୍ଖଳିତ ରହିଥିଲା । ପାୱାର ପ୍ଲେ ଓଭରରେ ଦୁଇ ବ୍ୟାଟ୍ସମ୍ୟାନ ଦ୍ରୁତ ରନ କରିପାରିନଥିଲେ । ୫ ଓଭର ବେଳକୁ ବାବରଙ୍କୁ ଆଉଟ କରିଥିଲେ ସାଉଦି । ପରେ ପରେ ୩୩ରନରେ ଆଉଟ ହୋଇଥିଲେ ରିୱାଜ । ଏହା ପରେ ମ୍ୟାଚ ଓଲଟି ଯାଇଥିଲା । ୬୯ରନରେ ୪ଟି ୱିକେଟ ପତନ ଘଟିଥିଲା । ନ୍ୟୁଜିଲାଣ୍ଡ ହାତକୁ ମ୍ୟାଚ ଫେରିଥିଲା । ହେଲେ ସୋହେବ ମଲିକ ଓ ଆସିଫ ଅଲି ଯୋଗ ଦେଇ ସବୁ ଆକଳନ ବିଗାଡି ଦେଇଥିଲେ । ଉଭୟ ବିସ୍ଫୋରକ ବ୍ୟାଟିଂ କରି ପାକିସ୍ତାନକୁ ସହଜ ବିଜୟ ଦେଇଥିଲେ । ଆସିଫ ୧୨ଟି ବଲରେ ୨୭ ଓ ସୋହେବ ମଧ୍ୟ ୨୭ରନ ଉପଯୋଗୀ ଇନିଂସ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.