ETV Bharat / sports

T-20WC, ଅପରାଜେୟ ସହ ସେମିରେ ପାକିସ୍ତାନ

ଚଳିତ ଟି-ଟେଣ୍ଟି ବିଶ୍ବକପରେ ସବୁ ମ୍ୟାଚ ଜିତି ଅପରାଜେୟ ରହିଛି ବାବର ବାହିନୀ । ବାବର ଆଜମ ଓ ସୋହେବ ମଲିକଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ପାକିସ୍ତାନ ସେମି ଫାଇନାଲରେ ପ୍ରବେଶ କରିଛି । ସୁପର-୧୨(ଗ୍ରୁପ-୨) ରାଉଣ୍ଡରେ ଅନୁଷ୍ଠିତ ଏକ ମ୍ୟାଚରେ ସ୍କଟଲାଣ୍ଡକୁ ୭୨ରନରେ ପରାସ୍ତ କରିଛି ପାକିସ୍ତାନ । ଅଧିକ ପଢନ୍ତୁ...

ଅପରାଜେୟ ସହ ସେମିରେ ପାକିସ୍ତାନ
ଅପରାଜେୟ ସହ ସେମିରେ ପାକିସ୍ତାନ
author img

By

Published : Nov 8, 2021, 7:11 AM IST

ଶାରଜାହ: ଏଥର ଫୁଲ ଜୋସରେ ରହିଛି ପାକିସ୍ତାନ । ଚଳିତ ଟି-ଟେଣ୍ଟି ବିଶ୍ବକପରେ ସବୁ ମ୍ୟାଚ ଜିତି ଅପରାଜେୟ ରହିଛି ବାବର ବାହିନୀ । ବାବର ଆଜମ ଓ ସୋହେବ ମଲିକଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ପାକିସ୍ତାନ ସେମି ଫାଇନାଲରେ ପ୍ରବେଶ କରିଛି । ସୁପର-୧୨(ଗ୍ରୁପ-୨) ରାଉଣ୍ଡରେ ଅନୁଷ୍ଠିତ ଏକ ମ୍ୟାଚରେ ସ୍କଟଲାଣ୍ଡକୁ ୭୨ରନରେ ପରାସ୍ତ କରିଛି ପାକିସ୍ତାନ ।

ଟସ୍‌ ଜିତି ପାକିସ୍ତାନ କ୍ୟାପଟେନ ବାବର ଆଜମ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୮୯ ରନ୍‌ ସଂଗ୍ରହ କରିଥିଲେ । ଫଳରେ ସ୍କଟଲାଣ୍ଡ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ପାକିସ୍ତାନ ପକ୍ଷରୁ ଦୁଇ ଓପନର ମହମ୍ମଦ ରିଜୱାନ ଓ ବାବର ଆଜମ ଓପନିଂ ଯୋଡିରେ ୩୫ ରନ୍‌ କରିଥିଲେ । ରିଜୱାନ ୧୫ ରନ୍‌ରେ ଆଉଟ୍‌ ହେବାପରେ ଫଖର ଜମନ ମଧ୍ୟ ସଅଳ ପାଭିଲିୟନ ଫେରିଥିଲେ । ଅଭିଜ୍ଞ ମହମ୍ମଦ ହାଫିଜଙ୍କ ସହ ମିଶି କ୍ୟାପଟେନ ଆଜମ ପାକିସ୍ତାନ ଇଂନିସକୁ ଆଗକୁ ବଢାଇଥିଲେ । ୪୫ ବଲ୍‌ରୁ ୫ ଚୌକା ଓ ୩ଟି ଛକା ସହାୟତାରେ ୬୬ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ବାବର ଆଜମ ।

ହାଫିଜ ୧୯ ବଲ୍‌ରୁ ୩୧ ରନ୍‌ର ଦ୍ରୁତ ଇଂନିସ ଖେଳି ଆଉଟ୍‌ ହୋଇଥିଲେ । ସୋଏବ ମଲିକ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଧୂଆଁଧାର ବ୍ୟାଟିଂ କରିଥିଲେ । ମାତ୍ର ୧୮ ବଲ୍‌ରୁ ଗୋଟିଏ ଚୌକା ଓ ୬ଟି ଛକା ସହାୟତାରେ ଅବିଶ୍ବସନୀୟ ୫୪ ରନ୍‌ର ଇଂନିସ ଖେଳିଥିଲେ ମଲିକ । ସ୍କଟଲାଣ୍ଡ ପକ୍ଷରୁ କ୍ରିସ ଗ୍ରେଭ୍‌ସ ସର୍ବାଧିକ ଦୁଇଟି ୱିକେଟ ହାତେଇଥିଲେ । ହମଜା ତାହିର ଓ ସାଫୟନା ହ୍ବିଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

୧୯୦ ରନ ବିଶାଳ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ସ୍କଟଲାଣ୍ଡ । ପାକିସ୍ତାନର ଶୃଙ୍ଖଳିତ ବୋଲିଂ ଆଗରେ ଦ୍ରୁତ ରନ ସଂଗ୍ରହ କରିବା ସ୍କଟଲାଣ୍ଡ ପକ୍ଷେ କଷ୍ଟକର ହୋଇପଡିଥିଲା । ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । କେଲି କୋଏଜର ୯, ମାଥ୍ୟ କ୍ରସ ୫, ଜର୍ଜ ମୁନସୀ ୧୭, ଡାଇଲାନ ଶୂନ ଓ ମାଇକେଲ ଲିସ୍କ ୧୪ ରନ କରି ଆଉଟ ହୋଇଥିଲେ । ମଝିରେ ରିଚି ବେରିଂଟନ ଲଢୁଆ ଅର୍ଦ୍ଧଶତକ ଅର୍ଜନ କରିଥିଲେ ହେଁ ଲକ୍ଷ୍ୟଠୁ ବହୁତ ଦୂରରେ ଥିଲେ । ସ୍କଟଲାଣ୍ଡ ପାକିସ୍ତାନ ବୋଲରଙ୍କ ଆଗର ଆଣ୍ଠେଇ ପଡିଥିଲା । ୬ ୱିକେଟ ହରାଇ ୧୧୭ ରନ କରିବାକୁ ସକ୍ଷମ ହୋଇଥିଲା ସ୍କଟଲାଣ୍ଡ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.