ETV Bharat / sports

T-20 WC: ସ୍କଟଲାଣ୍ଡକୁ ୪ ୱିକେଟରେ ହରାଇଲା ନାମିବିୟା

ବୁଧବାର ସୁପର-୧୨ ଗ୍ରୁପ-ବିର ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ନାମିବିୟା । ସ୍କଟଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ବିଶ୍ବକପରେ ଇତିହାସ ରଚିଛି । ପ୍ରଥମ କରି ବିଶ୍ବକପରେ ଯୋଗ୍ୟତା ଅର୍ଜନ କରିଥିବା ନାମିବିୟା ପ୍ରଥମ ରାଉଣ୍ଡରେ ୨ଟି ମ୍ୟାଚ ଜିତି ସୁପର-୧୨ରେ ପ୍ରବେଶ କରିଥିଲା । ଅଧିକ ପଢନ୍ତୁ...

ସ୍କଟଲାଣ୍ଡକୁ ୪ ୱିକେଟରେ ହରାଇଲା ନାମ୍ବିଆ
ସ୍କଟଲାଣ୍ଡକୁ ୪ ୱିକେଟରେ ହରାଇଲା ନାମ୍ବିଆ
author img

By

Published : Oct 28, 2021, 7:17 AM IST

ଆବୁଧାବି: ନାଁ କରୁଛି ନାମିବିୟା । ବୁଧବାର ସୁପର-୧୨ ଗ୍ରୁପ-ବିର ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ନାମିବିୟା । ସ୍କଟଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ବିଶ୍ବକପରେ ଇତିହାସ ରଚିଛି । ପ୍ରଥମ କରି ବିଶ୍ବକପରେ ଯୋଗ୍ୟତା ଅର୍ଜନ କରିଥିବା ନାମିବିୟା ପ୍ରଥମ ରାଉଣ୍ଡରେ ୨ଟି ମ୍ୟାଚ ଜିତି ସୁପର-୧୨ରେ ପ୍ରବେଶ କରିଥିଲା । ରୁବେନ ଟ୍ରମ୍ପେଲମାନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ନାମିବିୟା ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପଡିଆକୁ ଓହ୍ଲାଇଥିଲେ ସ୍କଟଲାଣ୍ଡର ଦୁଇ ଓପନର । ପେସ ବୋଲର ରୁବେନ ଟ୍ରମ୍ପେଲମାନ ପ୍ରାରମ୍ଭରୁ ଘାତକ ବୋଲିଂ କରିଥିଲେ । ପ୍ରଥମ ଓଭରରେ ସେ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜର୍ଜ ମୁନସି, କ୍ୟାଲମ ମ୍ୟାକଲିୟଡ ଓ ରିଚି ବେରିଂଟନ ଖାତା ଖୋଲି ନପାରି ରୁବେନଙ୍କ ଶିକାର ହୋଇଥିଲେ । ୨ ରନ ବେଳକୁ ସ୍କଟଲାଣ୍ଡ ତାର ୩ଟି ୱିକେଟ ହରାଇ ସାରିଥିଲା । ସେହପିର କ୍ରେସ ୱାଲେସ ୪ ରନରେ ଡେଭିଡ ୱିସଙ୍କ ବଲରେ ଆଉଟ ହୋଇଥିଲେ । ଦଳୀୟ ସ୍କୋର ୧୮ରେ ଦଳର ୪ଟି ୱିକେଟ ପତନ ହୋଇଥିଲା । ଏହା ପରେ ମାଥ୍ୟୁ କ୍ରସଙ୍କ ସହିତ ମାଇକେଲ ଲିସ୍କ ଯୋଗ ଦେଇ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ୫୭ ରନ ବେଳେ କ୍ରସ ୧୯ ରନରେ ପାଭିଲିୟନ ଫେରିଥିଲେ । ଏହାପରେ ଦଳୀୟ ସ୍କୋର ୯୩ବେଳେ ଲିସ୍କ ୪୪ ରନ କରି ଆଉଟ ହୋଇଥିଲେ । ସ୍କଟଲାଣ୍ଡ ଦଳ ଏକଦମ ସଙ୍କଟରେ ପଡିଯାଇଥିଲା । ୱିକେଟ ପତନ ସାଙ୍ଗକୁ ଓଭର ବାକି ନଥିବା କାରଣରୁ ବଡ ସ୍କୋର କରିବା ସ୍କଟଲାଣ୍ଡ ପାଇଁ କଷ୍ଟକର ହୋଇଥିଲା । ନିର୍ଦ୍ଧାରିତ ଓଭରରେ ଦଳ ୧୦୯ ରନ କରିବାରେ ସଫଳ ହୋଇଥିଲା । ନାମିବିୟା ପକ୍ଷରୁ ରୁବେନ ୩ଟି ଓ ଜାନ ଫ୍ରିଲି ୨ଟି ୱିକେଟ ନେଇଥିଲେ ।

୧୧୦ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ନାମିବିୟାର ଦୁଇ ଓପନର କ୍ରେଗ ୱିଲିୟମ୍ସ ଓ ମାଇକେଲ ଭାନ ଲିଙ୍ଗେନ । ସତର୍କତାର ସହ ବ୍ୟାଟିଂ କରିଥିଲେ ଦୁଇଜଣ । ଦଳୀୟ ସ୍କୋର ୧୮ ବେଳେ ବ୍ୟକ୍ତିଗତ ୧୮ରନ କରି ମାଇକେଲ ଆଉଟ ହୋଇଥିଲେ । ପରେ ଜେନ ୯ ରନ ଓ ଏରାସମସ ୨୩ ରନ କରି ଆଉଟ ହୋଇଥିଲେ । ସ୍କଟଲାଣ୍ଡ ଦଳ ଶୃଙ୍ଖଳିତ ବୋଲିଂ କରି ଦଳ ଉପରେ ଚାପ ପକାଇବାକୁ ଜୋରଦାର ଚେଷ୍ଟା କରିଥିଲେ । ହେଲେ ବିଫଳ ହୋଇଥିଲେ । ଜେଜେ ସ୍ମିଟ ଦୃଢ ବ୍ୟାଟିଂ ଜାରି ରଖି ଦଳକୁ ବିଜୟୀ କରିଥିଲେ । ପ୍ରଥମ କରି ବିଶ୍ବକପରେ ଖେଳୁଥିବା ନାମ୍ବିଆ ୧୧୫ରନ କରି ସ୍କଟଲାଣ୍ଡ ହାତରୁ ମ୍ୟାଚ ଛଡାଇ ଆଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.