ETV Bharat / sports

T20 WC: ଟିମ୍‌ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ, ନାଖୁସ୍‌ ପୂର୍ବତନ କ୍ରିକେଟର

author img

By

Published : Nov 2, 2021, 6:05 PM IST

ଟି-୨୦ ବିଶ୍ବକପରେ ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜୟ ପରେ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିବା ଦ୍ବାରରେ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

ବାରମ୍ବାର ଭାରତର ପରାଜୟ, ବିଚାର ବିମର୍ଶରେ ପୂର୍ବତନ ଖେଳାଳି

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଭାରତର ଶୋଚନୀୟ ପରାଜୟ ସମସ୍ତଙ୍କୁ ଆଘାତ ଦେଇଛି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମର ରଣନୀତି ସଂପୂର୍ଣ୍ଣ ଫେଲ୍‌ ମାରିଛି । ଭାରତୀୟ କ୍ରିକେଟ ବୋର୍ଡ(BCCI) ଚଳିତ ସଂସ୍କରଣର ଟି-୨୦ ବିଶ୍ବକପର ଆୟୋଜକ ରହିଛି । ପ୍ରଦର୍ଶନ ଆଧାରରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଭାରତ ଟାଇଟେଲ ବିଜୟର ବଡ ଦାବିଦାର ମନେ କରାଯାଉଥିଲା । ମାତ୍ର ସୁପର ୧୨ ପର୍ଯ୍ୟାୟର ଦୁଇଟି ମୁକାବିଲାରେ ପରାଜୟ ପରେ ସେମିଫାଇନାଲ ରାସ୍ତା କଠିନ ହୋଇଛି ।

ଏପରି ପ୍ରଦର୍ଶନକୁ ସହଜରେ ଗ୍ରହଣ କରିପାରିନାହାନ୍ତି, ପୂର୍ବତନ କ୍ରିକେଟର ଓ ଭାରତୀୟ ଫ୍ୟାନ୍ସ । ସୋସିଆଲ ମିଡିଆରେ ନିଜର କ୍ଷୋଭ ଓ ରାଗକୁ ପରିପ୍ରକାଶ କରିଛନ୍ତି । ବ୍ୟାଟିଂ ଓ ବୋଲିଂ ଉଭୟ ବିଭାଗରେ ଦୁର୍ବଳ ପ୍ରଦର୍ଶନ ପରେ ସମାଲୋଚନାର ଶିକାର ହୋଇଛି ବିରାଟ କୋହଲିଙ୍କ ଟିମ୍‌ । କ୍ୟାପଟେନ କୋହଲିଙ୍କ ବୟାନକୁ ମଧ୍ୟ ପୂର୍ବତନ ଭାରତୀୟ ବିଶ୍ବବିଜୟୀ କ୍ୟାପଟେନ କପିଳ ଦେବ ନାପସନ୍ଦ କରିଛନ୍ତି ।

ଜିତିବାର ମାନସିକତା ଥିବା ପରେ ମନେ ହେଉନଥିଲା ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ସେହିପରି ପ୍ରଦର୍ଶନକୁ ଅତି ନୈରାଶ୍ୟଜନକ ଥିଲା ବୋଲି ପୂର୍ବତନ ଓପନର ବିରେନ୍ଦ୍ର ସେୱାଗ କହିଛନ୍ତି । ଭାରତୀୟ ବ୍ୟାଟ୍‌ରଙ୍କ ଖରାପ ସଟ୍ ଚୟନରେ ମଧ୍ୟ ଆଚମ୍ବିତ ହୋଇଛନ୍ତି ଭିଭିଏସ ଲକ୍ଷ୍ମଣ ।

ଗମ୍ଭୀର କହିଛନ୍ତି, "ଭାରତୀୟ କ୍ରିକେଟ ଟିମ୍ ପାଖରେ ମ୍ୟାଚ ଜିତିବାର ଯଥେଷ୍ଟ କ୍ଷମତା ରହିଛି । ମାତ୍ର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିବାର ମନୋବଳ ହରାଇ ବସିଛି । ଖେଳାଳିଙ୍କ ମଧ୍ୟରେ ଜିତିବାର ମାନସିକତା ନଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ କୌଣସି ଖେଳାଳି ଲଢୁଆ ମନୋବଳ ସହ ଥିବା ଦେଖିବାକୁ ମିଳି ନଥିଲା ।"

ସେହିପରି ସେୱାଗ କହିଛନ୍ତି, "ଜିତିବାର ଲକ୍ଷ୍ୟ ନେଇ ଦଳ ପଡିଆକୁ ଓହ୍ଲାଇଥିବା ମନେ ହେଉନଥିଲା । ପଡିଆରେ ଖେଳାଳିଙ୍କ ହାବଭାବ ସଠିକ୍‌ ନଥିଲା । ବ୍ୟାଟ୍‌ରଙ୍କ ବାରମ୍ବାର ତ୍ରୁଟିପୂର୍ଣ୍ଣ ପ୍ରଦର୍ଶନ ସମସ୍ତଙ୍କୁ ମର୍ମାହତ କରିଛି ।"

ଲକ୍ଷ୍ମଣ କହିଛନ୍ତି, "ଭାରତୀୟ କ୍ରିକେଟ ଟିମ୍‌ର ଏପରି ପରାଜୟ ସମସ୍ତ କ୍ରିକେଟ ପ୍ରେମୀଙ୍କୁ ମର୍ମାହତ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଦେଖି ଆଚମ୍ବିତ ହୋଇଯାଇଥିଲି । ଖେଳାଳିଙ୍କ ବେପରୁଆ ସଟ୍ ପାଇଁ ହାତରୁ ମ୍ୟାଚ୍ ଯାଉଛି ।" ଏପରି ପ୍ରଦର୍ଶନ ଦେଖିବା ପରେ ସେମି ଫାଇନାଲ୍ ଆଶା ରଖିବା ଉଚିତ୍ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.