ନୂଆଦିଲ୍ଲୀ: ଅଲମ୍ପିକ ପ୍ରସ୍ତୁତି କରୁଥିବା ବକ୍ସର ମନିଷ କୌଶିକ, ଅର୍ଜୁନ ଆୱାର୍ଡ ଗ୍ରହଣ କରିବାର ମୂହୂର୍ତ୍ତକୁ ଅବିଶ୍ବସନୀୟ ବୋଲି କହିଛନ୍ତି । ଜାତୀୟ କ୍ରୀଡା ଦିବସରେ ରାଷ୍ଟ୍ରପତି ରାମନାଥ କୋବନ୍ଦଙ୍କ ଠାରୁ ଭର୍ଚୁଆଲ କାର୍ଯ୍ୟକ୍ରମରେ ପୁରସ୍କାର ଗ୍ରହଣ କରିଛନ୍ତି ।
ତେବେ ଅର୍ଜୁନ ଆୱାର୍ଡର କେବଳ ସାର୍ଟିଫିକେଟ ପାଇଥିବା କହିଛନ୍ତି ଯୁବ ବକ୍ସର । କୋରୋନା ସ୍ଥିତି ନିୟନ୍ତ୍ରଣ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ ସହ, ପ୍ରତ୍ୟେକ୍ଷ ଅର୍ଜୁନ ଆୱାର୍ଡ ଟ୍ରଫି ଗ୍ରହଣ କରିବାକୁ ତାଙ୍କର ଇଚ୍ଛା ଥିବା କହିଛନ୍ତି ।
ଜାତୀୟ କ୍ରୀଡା ପୁରସ୍କାର ଇତିହାସରେ ପ୍ରଥମ ଥର ପାଇଁ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ଆଥଲେଟ ଓ କୋଚଙ୍କୁ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି ।
ପୁରସ୍କାର ଗ୍ରହଣ ସମୟରେ ଭାବବିହ୍ୱଳ ହେଇପଡିଥିଲେ ବୋଲି କହିଛନ୍ତି ମନିଷ । "ଯେତେବେଳେ ସେମାନେ ଆର୍ମି ସୁବେଦାର ମନିଷ କୌଶିକ ବୋଲି ଡାକିଲେ, ନିଜକୁ ରୋକି ପାରିଲିନାହିଁ । ଆଖିରେ ଲୁହ ଆସିଗଲା । ସେ ସମୟର ଅନୁଭବକୁ ଭାଷାରେ ବୟାନ କରିବା କଷ୍ଟକର । ଗତ ରାତିରେ ସାର୍ଟିଫିକେଟକୁ ଜାବୁଡି ଧରି ଶୋଇଗଲି ।" ଏହା କହିଛନ୍ତି ଅର୍ଜୁନ ଆୱାର୍ଡ ବିଜେତା ମନିଷ କୌଶିକ ।
ଆର୍ମୀ ସ୍ପୋର୍ଟ୍ସ ଇନଷ୍ଟିଚ୍ୟୁଟକୁ ମଧ୍ୟ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର 2020 ମିଳିଛି । ପ୍ରଥମ ଥର ASIକୁ ଏହି ଆୱାର୍ଡ ମିଳିଛି । ଏହା ଏକସଙ୍ଗେ ଦୁଇଟି ଖୁସି ବୋଲି କହିଛନ୍ତି ମନିଷ । ଗତ ମାସରେ ମନିଷ ASI ଯାଇଥିଲେ । ସେପ୍ଟେମ୍ବର ଶେଷ ସପ୍ତାହରେ ସେ ପଟିଆଲାରେ ଆରମ୍ଭ ହେବାକୁ ଥିବା ଜାତୀୟ ବକ୍ସିଂ କ୍ୟାମ୍ପରେ ଯୋଗଦେବେ ।
24 ବର୍ଷୀୟ ଯୁବ ବକ୍ସର 63 କିଲୋଗ୍ରାମ ବର୍ଗରେ 2018 କନମୱେଲ୍ଛ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ହେଇସାରିଛନ୍ତି । ଏଥିସହିତ ଗତବର୍ଷ ୱାର୍ଲ୍ଡ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ବିଜେତା ରହିଛନ୍ତି । ମାର୍ଚ୍ଚ 2020ରେ ଏସିଆନ ବକ୍ସିଂ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ପ୍ରଥମ ଅଲମ୍ପିକ ଟିକେଟ ହାତେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ