ETV Bharat / sports

WFI Controversy: ନାବାଳିକାଙ୍କ ବାପାଙ୍କ ୟୁଟର୍ଣ୍ଣ, ପ୍ରବଳ ଚାପ ଥିବା କହିଲେ ବଜରଙ୍ଗ

author img

By

Published : Jun 11, 2023, 10:20 AM IST

ଜୁନ 15 ସୁଦ୍ଧା ଯଦି ଚାର୍ଜସିଟ ଦାଖଲ ନ ହୁଏ ତେବେ ବଡ ଆନ୍ଦୋଳନ ହେବ ବୋଲି କହିଛନ୍ତି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଅଧିକ ପଢନ୍ତୁ

Bajrang Punia on minor girls father
WFI Controversy

ଚଣ୍ଡିଗଡ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଦୀର୍ଘ ଦିନ ହେବ ଆନ୍ଦୋଳନ କରିଥିଲେ କୁସ୍ତିଯୋଦ୍ଧା । ଅଭିଯୋଗକାରୀଙ୍କ ମଧ୍ୟରେ ଜଣେ ନାବାଳିକା ରହିଛନ୍ତି । ଗତ ଜୁନ 8 ତାରିଖରେ ନାବାଳିକାଙ୍କ ବାପା ୟୁଟର୍ଣ୍ଣ ନେଇଥିଲେ । ଅଭିଯୋଗ ମିଛ ବୋଲି କହିଥିଲେ । ଏହାକୁ ନେଇ ଆନ୍ଦୋଳନରେ ସାମିଲ ଥିବା ଅଲମ୍ପିଆନ ବଜରଙ୍ଗ ପୁନିଆ ନାବାଳିକାଙ୍କ ବାପା ଓ ତାଙ୍କ ପରିବାର ଉପରେ ପ୍ରବଳ ଚାପ ରହିଥିବା କହିଛନ୍ତି । ବଜରଙ୍ଗ ପୁନିଆ ଯିଏକି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନର ମୁଖ୍ୟ ଚେହେରା ରହିଛନ୍ତି ତାଙ୍କର ଏପରି ବୟାନ ପରେ ଆଲୋଚନା ଆରମ୍ଭ ହୋଇଛି । ନାବାଳିକାଙ୍କ ବାପାଙ୍କ ଉପରେ ଚାପ ପଡିବାରୁ ସେ ମତ ବଦଳାଇଥିବା ନେଇ ଚର୍ଚ୍ଚା ହେଉଛି ।

ବଜରଙ୍ଗ ପୁନିଆ ଆହୁରି କହିଛନ୍ତି, ''ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଯଦି ଜୁନ 15 ସୁଦ୍ଧା ଚାର୍ଜସିଟ ଦାଖଲ ନ ହୁଏ ତେବେ ବଡ ଧରଣର ଆନ୍ଦୋଳନ ହେବ । ନାବାଳିକାଙ୍କ ବାପା ଓ ତାଙ୍କ ପରିବାର ଉପରେ ଚାପ ପଡିଥିବା ସେ କହିଥିଲେ । ଗଣମାଧ୍ୟମ ସେହି ଭାଗକୁ ଲୋକଲୋଚନକୁ ଆଣିଲା ନାହିଁ କେବଳ ସେ ତାଙ୍କ ମତ ବଦଳାଉଥିବା ଘଟଣା ପଦାକୁ ଆସିଥିଲା । ଯଦି ବ୍ରିଜଭୂଷଣ ପରି ଲୋକ ବାହାରେ ବୁଲିବେ ତେବେ ନିଶ୍ଚିନ୍ତ ଭାବରେ ଚାପ ପଡିବ । ନାବାଳିକାଙ୍କ ବାପା ଚାପରେ ଥିବା କହିଥିଲେ । ତାଙ୍କ ସହ କିଛି ଅଘଟଣ ଘଟିପାରେ ବୋଲି ମଧ୍ୟ କହିଥିଲେ । ଚାପରେ ଥିଲେ ଲୋକ କିଛି ବି କହିପାରିବେ ।''

ବଜରଙ୍ଗ ପୁନିଆ ଆହୁରି କହିଛନ୍ତି,''କେବଳ ନାବାଳିକାଙ୍କ ପରିବାର ହିଁ ଅଧିକ ତଥ୍ୟ ଦେଇପାରିବେ । ମନ୍ତ୍ରୀଙ୍କ ସହ କୁସ୍ତିଯୋଦ୍ଧାଙ୍କ ସଲାସୁତୁରା ଖବର ପ୍ରସାରିତ କରାଯାଉଛି ଯାହା ଭିତ୍ତିହୀନ । ସରକାର ଆମକୁ 15 ତାରିଖ ଯାଏ ସମୟ ଦେଇଛନ୍ତି । ଯଦି 15 ତାରିଖ ଭିତରେ ଚାର୍ଜସିଟ ଦାଖଲ ନ ହୁଏ ତେବେ ବଡ ଆନ୍ଦୋଳନ ହେବ । କେହି କୁସ୍ତିଯୋଦ୍ଧା ସରକାରୀ କାର୍ଯ୍ୟ ତୁଲାଇବେ ନାହିଁ । ଆମେ ଆନ୍ଦୋଳନ ଆରମ୍ଭ କରିବୁ ।''

ଏହା ବି ପଢନ୍ତୁ...ବ୍ରିଜଭୂଷଣଙ୍କୁ ବଡ ଆଶ୍ବସ୍ତି: ଯୌନଶୋଷଣ ନୁହେଁ, ପକ୍ଷପାତିତା କହିଲେ ନାବାଳିକା କୁସ୍ତିଯୋଦ୍ଧା

ଏହା ବି ପଢନ୍ତୁ...କୁସ୍ତିଯୋଦ୍ଧାଙ୍କୁ ୧୯୮୩ ବିଶ୍ବକପ ବିଜେତା ଟିମ୍‌ର ସମର୍ଥନ, ମେଡାଲ ବିସର୍ଜନ ନକରିବାକୁ ଅପିଲ୍

ପୋଲିସ ମହିଳା କୁସ୍ତିଯୋଦ୍ଧାଙ୍କୁ ନେଇ ବ୍ରିଜଭୂଷଣ ଘରେ ତଦନ୍ତ ପାଇଁ ପହଞ୍ଚିଥିଲା । ପୋଲିସ ସେମାନଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ବଜରଙ୍ଗ ପୁନିଆ । କ୍ରାଇମ ରିକ୍ରିଏସନ ପାଇଁ ଦିଲ୍ଲୀ ପୋଲିସ ଜଣେ ମହିଳା କୁସ୍ତିଯୋଦ୍ଧାଙ୍କୁ ବ୍ରିଜଭୂଷଣଙ୍କ ଘରକୁ ନେଇଥିଲା । ଘରେ କେବଳ ବ୍ରିଜଭୂଷଣ ଥଲା । ଏହା କରାଯିବା ଉଚିତ ନଥିଲା । ଏହା ଆମ ପାଇଁ ଚିନ୍ତାର ବିଷୟ ବୋଲି କହିଛନ୍ତି ବଜରଙ୍ଗ ପୁନିଆ ।

ଗତ 7 ତାରିଖରେ କେନ୍ଦ୍ର କ୍ରୀଡାମନ୍ତ୍ରୀ କୁ୍ସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିଥିଲେ । କୁସ୍ତିଯୋଦ୍ଧାଙ୍କ ଅନ୍ଦୋଳନର ନେତୃତ୍ବ ନେଇଥିବା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଆସନ୍ତା 15 ତାରିଖ ଯାଏଁ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି କୁସ୍ତିଯୋଦ୍ଧା । 15 ତାରିଖରେ ବ୍ରିଜଭୂଷଣଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ମାମଲାର ତଦନ୍ତ ପ୍ରକ୍ରିୟା ମଧ୍ୟ ଶେଷ ହେବ ।ଏହା ପରେ ପରେ ନାବାଳିକାଙ୍କ ବାପା ତାଙ୍କ ବୟାନ ବଦଳାଇଥିଲେ । 2022ରେ 17 ବର୍ଷରୁ କମ ଏସିଆନ ଚମ୍ପିଆନସିପରେ ଚୟନ ପ୍ରକ୍ରିୟା ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିଲି । ରେଫରୀଙ୍କ ତ୍ରୁଟି ପାଇଁ ଝିଅ ଫାଇନାଲରେ ପହଞ୍ଚି ପାରି ନଥିଲା । ମୋ ଝିଅର ପରାଜୟର ତଦନ୍ତ କରାଯିବ । ତେଣୁ ମୋର ଭୁଲକୁ ସଂଶୋଧନ କରିବି । ମିଛ ଅଭିଯୋଗ କରିଥିବା କହିଥିଲେ ନାବାଳିକାଙ୍କ ବାପା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.