ETV Bharat / sports

ଜନ୍ତର ମନ୍ତର ଧାରଣାସ୍ଥଳ ବନ୍ଦ କଲା ଦିଲ୍ଲୀ ପୋଲିସ, ଆନ୍ଦୋଳନ ଜାରି ରହିବ କହିଲେ କୁସ୍ତିଯୋଦ୍ଧା - ଭାରତୀୟ କୁସ୍ତି ମହାସଂଘ

ଦିଲ୍ଲୀର ଜନ୍ତର ମନ୍ତର ଠାରେ ଆନ୍ଦୋଳନରତ କୁସ୍ତିଯୋଦ୍ଧା ଓ ଦିଲ୍ଲୀ ପୋଲିସ ମଧ୍ୟରେ ହାତିହାତି ଘଟଣାକୁ ନେଇ ଦେଶରେ ଚର୍ଚ୍ଚା ଜାରି ରହିଛି । ଏହାରି ମଧ୍ୟରେ ଜନ୍ତର ମନ୍ତରରେ ଧାରଣାସ୍ଥଳ ବନ୍ଦ କରିଛି ଦିଲ୍ଲୀ ପୋଲିସ । ଏହି ଆନ୍ଦୋଳନକୁ ରାଜନୈତିକ ଚକ୍ରାନ୍ତ ବୋଲି ଅଲିମ୍ପିକ ବିଜେତା ତଥା ବିଜେପି ନେତା ଯୋଗେଶ୍ବର ଦତ୍ତ କହିଥିବା ବେଳେ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି କୁସ୍ତିଯୋଦ୍ଧା । ଅଧିକ ପଢ଼ନ୍ତୁ

ଜନ୍ତର ମନ୍ତରରେ ଧାରଣାସ୍ଥଳ ବନ୍ଦ କଲା ଦିଲ୍ଲୀ ପୋଲିସ

author img

By

Published : May 29, 2023, 10:59 PM IST

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରି ଦିଲ୍ଲୀର ଜନ୍ତର ମନ୍ତରରେ ଦୀର୍ଘ ୧ ମାସରୁ ଊର୍ଦ୍ଧ୍ବ ସମୟ ହେବ ଧାରଣାରେ ବସିଛନ୍ତି ଅନେକ କୁସ୍ତିଯୋଦ୍ଧା । ତେବେ ଆନ୍ଦୋଳନରତ ଏହି କୁସ୍ତିଯୋଦ୍ଧା ମାନେ ଆଇନ ଶୃଙ୍ଖଳା ଉଲ୍ଲଂଘନ କରିଥିବା ଦର୍ଶାଇ ଦିଲ୍ଲୀ ପୋଲିସ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗଟ, ସାକ୍ଷୀ ମଲ୍ଲିକଙ୍କ ସମେତ ବଜରଙ୍ଗ ପୁନିଆଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସ ଜନ୍ତର ମନ୍ତରରେ ଧାରଣାସ୍ଥଳକୁ ମଧ୍ୟ ଖାଲି କରିଦେଇଛି । ରବିବାର ସେମାନଙ୍କୁ ପୋଲିସ ରାସ୍ତାରେ ଘୋଷାଡ଼ି ନେଉଥିବା ଭିଡିଓ ସାରା ଦେଶରେ ବେଶ ଭାଇରାଲ ହୋଇଥିଲା । ଯାହାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

ଜନ୍ତର ମନ୍ତରରେ ଧାରଣାସ୍ଥଳ ବନ୍ଦ: ବିରୋଧ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କ ବିରୋଧରେ ରବିବାର ହିଂସା ଅଭିଯୋଗ ଆଣିଥିଲା ଦିଲ୍ଲୀ ପୋଲିସ । ଏହାର ଗୋଟିଏ ଦିନ ପରେ ଦିଲ୍ଲୀ ପୋଲିସ କହିଛି ଯେ ସେମାନେ ବାରମ୍ବାର ଅନୁରୋଧ ସତ୍ତ୍ବେ ଆଇନ ଉଲ୍ଲଂଘନ କରିଥିଲେ । ଯେଉଁଥିପାଇଁ ଦିଲ୍ଲୀର ଜନ୍ତର ମନ୍ତରରେ ନିର୍ଦ୍ଦିଷ୍ଟ ବିରୋଧ ସ୍ଥାନକୁ ବନ୍ଦ କରିଦିଆଯାଇଛି । ସେମାନେ ସେଠାରେ ଆଉ ଧାରଣା ଦେଇପାରିବେ ନାହିଁ ବୋଲି ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି । ଭବିଷ୍ୟତରେ କୁସ୍ତିଯୋଦ୍ଧାମାନେ ପୁନର୍ବାର ଧାରଣାରେ ବସିବା ପାଇଁ ଅନୁମତି ମାଗିଲେ, ସେମାନଙ୍କୁ ଜନ୍ତର ମନ୍ତର ବ୍ୟତୀତ ଅନ୍ୟ ସ୍ଥାନରେ ଅନୁମତି ଦିଆଯିବ ବୋଲି ଦିଲ୍ଲୀର ଡେପୁଟି କମିଶନର ଟ୍ବିଟ୍ କରି କହିଛନ୍ତି । ସେପଟେ କୌଣସି ଦଙ୍ଗା ବା ହିଂସା ଘଟାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆନ୍ଦୋଳନକାରୀ କୁସ୍ତିଯୋଦ୍ଧା ।

'ଆବଶ୍ୟକ ପଡ଼ିଲେ କୁସ୍ତିଯୋଦ୍ଧାଙ୍କୁ ଗୁଳି କରିଦେବୁ': ନ୍ୟାୟ ଦାବି କରି ଦୀର୍ଘ ଦିନରୁ କୁସ୍ତିଯୋଦ୍ଧା ମାନେ ଧାରଣାରେ ବସିଥିବା ବେଳେ ଅବସରପ୍ରାପ୍ତ ଆଇପିଏସ୍ ଏନସି ଆସ୍ଥାନା ନିଜ ଟ୍ବିଟର ପୃଷ୍ଠାରେ ଲେଖିଥିଲେ, "ବର୍ତ୍ତମାନ କେବଳ ଅଳିଆ ବସ୍ତା ଭଳି ଟାଣି ଫୋପାଡ଼ି ଦିଆଯାଇଛି । ଯଦି ଆବଶ୍ୟକ ହୁଏ, ତେବେ ଆମେ ଗୁଳି ଚଳାଇବୁ । ଧାରା ୧୨୯ ଅନୁଯାୟୀ ପୋଲିସ ପାଖରେ ଗୁଳି ଚଳାଇବାର ଅଧିକାର ରହିଛି । ଉପଯୁକ୍ତ ପରିସ୍ଥିତିରେ, ସେହି ଇଚ୍ଛା ମଧ୍ୟ ପୂରଣ ହେବ । କିନ୍ତୁ ଏହା ଜାଣିବା ପାଇଁ ଶିକ୍ଷିତ ହେବା ଆବଶ୍ୟକ । ପୁଣି ଦେଖାହେବ ପୋଷ୍ଟ ମର୍ଟମ ଟେବୁଲରେ ।"

'ପିଠି ଦେଖାଇବି ନାହିଁ, ଛାତିରେ ଗୁଳି ଖାଇବି': ଏହାର ଜବାବ ଦେଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି, "ଏହି ଆଇପିଏସ୍ ଅଧିକାରୀ ଆମକୁ ଗୁଳି ଚଳାଇବା କଥା କହୁଛନ୍ତି । ଭାଇ ମୁଁ ସାମ୍ନାରେ ଠିଆ ହୋଇଛି । ମୋତେ କୁହ ଗୁଳି ଖାଇବାକୁ କେଉଁ ଜାଗାକୁ ଆସିବି । ମୁଁ ଶପଥ କରୁଛି ଯେ ଗୁଳି ଖାଇବାକୁ ମୁଁ ପିଠି ଦେଖାଇବି ନାହିଁ, ମୁଁ ମୋ ଛାତିରେ ଗୁଳି ଖାଇବି । ଏହା ହିଁ ବାକି ରହିଥିଲା ଆମ ସହ କରିବାକୁ ।" ତେବେ ପରବର୍ତ୍ତୀ ମୂହୁର୍ତ୍ତରେ ପୂର୍ବତନ ଆଇପିଏସ ଅଫିସର ଜଣକ ନିଜ ଟ୍ବିଟର ହ୍ୟାଣ୍ଡେଲରୁ ନିଜ ଟ୍ବିଟକୁ ହଟାଇ ଦେଇଛନ୍ତି ।

'ବିରୋଧୀ ଦଳଙ୍କ ଚକ୍ରାନ୍ତ': ଗୋଟିଏ ପଟେ ଦେଶର ନୂଆ ସଂସଦ ଭବନ ଉଦ୍‌ଘାଟନ ହେଉଥିବା ବେଳେ କୁସ୍ତିଯୋଦ୍ଧାଙ୍କ ସହ ପୋଲିସର ଏଭଳି ବ୍ୟବହାରକୁ ନେଇ ଦେଶରେ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ଅଲିମ୍ପିକ୍‌ ବିଜେତା ତଥା ବିଜେପି ନେତା ଯୋଗେଶ୍ବର ଦତ୍ତଙ୍କର ବଡ଼ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି, "ନୂଆ ସଂସଦ ଭବନ ଉଦ୍‌ଘାଟନକୁ ବିରୋଧ କରିବା ପାଇଁ ଯେଉଁଭଳି କୁସ୍ତିଯୋଦ୍ଧାମାନେ ପହଞ୍ଚିଥିଲେ, ଏହା ବହୁତ ଦୁଃଖ ଦାୟକ । ଦେଶର ପ୍ରଧାନମନ୍ତ୍ରୀ ଓ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିମାନେ କୌଣସି କାର୍ଯ୍ୟକ୍ରମରେ ସାମିଲ ରହିଥିବା ସମୟରେ କେହି ଏହାକୁ ବିରୋଧ କରିଲେ ସେମାନଙ୍କ ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ । ଏମାନଙ୍କ ପଛରେ ନିଶ୍ଚୟ କିଛି ରାଜନୈତିକ ଷଡ଼ଯନ୍ତ୍ର ରହିଛି । କାରଣ ବିରୋଧୀ ଦଳ ଗୁଡ଼ିକ ଏହି କାର୍ଯ୍ୟକ୍ରମକୁ ବୟକଟ୍‌ କରିଥିଲେ । ତେଣୁ ସେମାନେ ଏଭଳି ଚକ୍ରାନ୍ତ କରିଛନ୍ତି ।"

'ଆନ୍ଦୋଳନ ଜାରି ରହିବ': ଗତକାଲି ପ୍ରଦର୍ଶନ ସମୟରେ ଦିଲ୍ଲୀ ପୋଲିସ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗଟ, ସାକ୍ଷୀ ମଲ୍ଲିକଙ୍କ ସହ ବଜରଙ୍ଗ ପୁନିଆଙ୍କ ଭଳି କୁସ୍ତିଯୋଦ୍ଧାଙ୍କୁ ଅଟକ ରଖିଥିଲା । ତେବେ ପୋଲିସ ନିକଟରୁ ମୁକୁଳିବା ପରେ ନିଜ ଟ୍ବିଟର ପୃଷ୍ଠାରେ କବିତା ଲେଖି ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ବିନେଶ । ସେପଟେ ବଜରଙ୍ଗ ପୁନିଆ ମଧ୍ୟ ନିଜ ସାଥି ମାନଙ୍କ ସହ ମିଶିବା ପରେ ପରବର୍ତ୍ତୀ ରଣନୀତି ନେଇ ଆଲୋଚନା ହେବ ବୋଲି ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.