ETV Bharat / sports

ବଢ଼ୁଛି କୁସ୍ତିଯୋଦ୍ଧାଙ୍କ ଅସନ୍ତୋଷ, ଅର୍ଜୁନ ଓ ଖେଳରତ୍ନ ଫେରାଇଲେ ଭିନେଶ

author img

By ETV Bharat Odisha Team

Published : Dec 26, 2023, 10:19 PM IST

Vinesh Phogat: ତୁଟୁନି ବିବାଦ । ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଓ ଅର୍ଜୁନ ଆୱାର୍ଡ ଫେରସ୍ତ କରିଛନ୍ତି ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ । ଏହା ପୂର୍ବରୁ ସାକ୍ଷୀ ମଲିକ ସନ୍ନ୍ୟାସ ନେଇଥିଲେ ଓ ବଜରଙ୍ଗ ପୁନିଆ ନିଜର ପଦ୍ମଶ୍ରୀ ସମ୍ମାନ ଫେରାଇ ଦେଇଥିଲେ । ଅଧିକ ପଢ଼ନ୍ତୁ

ଅର୍ଜୁନ ଓ ଖେଳରତ୍ନ ଫେରାଇଲେ ଭିନେଶ
ଅର୍ଜୁନ ଓ ଖେଳରତ୍ନ ଫେରାଇଲେ ଭିନେଶ

ଚଣ୍ଡିଗଡ଼: ବଢ଼ୁଛି ଭାରତୀୟ କୁସ୍ତିଯୋଦ୍ଧାଙ୍କ ଅସନ୍ତୋଷ । ସାକ୍ଷୀ ମଲିକ ସନ୍ନ୍ୟାସ ନେବା ଓ ବଜରଙ୍ଗ ପୁନିଆ ନିଜର ପଦ୍ମଶ୍ରୀ ସମ୍ମାନ ଫେରାଇବା ପରେ ଏବେ ଆଗକୁ ଆସିଛନ୍ତି ଆଉ ଜଣେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ । ନିଜର ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଓ ଅର୍ଜୁନ ଆୱାର୍ଡ ଫେରସ୍ତ କରିଛନ୍ତି ଭିନେଶ । ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଘୋଷଣା କରିଛନ୍ତି । ଚିଠିର କପି ମଧ୍ୟ ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଭିନେଶ । ଯାହାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି । ଦେଶକୁ ବହୁ ମେଡଲ ଆଣି ଗର୍ବିତ କରିଥିବା କୁସ୍ତିଯୋଦ୍ଧାଙ୍କ ଏପରି ପଦକ୍ଷେପକୁ ନେଇ ଚିନ୍ତାରେ କ୍ରୀଡ଼ାପ୍ରେମୀ ।

  • मैं अपना मेजर ध्यानचंद खेल रत्न और अर्जुन अवार्ड वापस कर रही हूँ।

    इस हालत में पहुँचाने के लिए ताकतवर का बहुत बहुत धन्यवाद 🙏 pic.twitter.com/KlhJzDPu9D

    — Vinesh Phogat (@Phogat_Vinesh) December 26, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିରେ ଭିନେଶ ଫୋଗାଟ୍‌ ଲେଖିଛନ୍ତି, "ସାକ୍ଷୀ ମଲିକ କୁସ୍ତି ଛାଡି ଦେଇଛନ୍ତି ଏବଂ ବଜରଙ୍ଗ ପୁନିଆ ମଧ୍ୟ ତାଙ୍କ ପଦ୍ମଶ୍ରୀ ଫେରାଇ ଦେଇଛନ୍ତି । ସେମାନେ କାହିଁକି ଏପରି କରିବାକୁ ବାଧ୍ୟ ହେଲେ, ତାହା ସମଗ୍ର ଦେଶ ଜାଣେ । ମୁଁ ଆପଣଙ୍କ ଘରର ଝିଅ ବିନେଶ ଫୋଗାଟ । ବିଗତ ଏକ ବର୍ଷ ଧରି ମୋର ଅବସ୍ଥା ବିଷୟରେ ଆପଣଙ୍କୁ କହିବାକୁ ମୁଁ ଏହି ଚିଠି ଲେଖୁଛି । ମୁଁ ଅଲିମ୍ପିକ୍ସରେ ପଦକ ଜିତିବାର ସ୍ବପ୍ନ ଦେଖିଥିଲି । କିନ୍ତୁ ବର୍ତ୍ତମାନ ଏହି ସ୍ବପ୍ନ ମଧ୍ୟ କ୍ଷୀଣ ହୋଇଯାଉଛି । ମୁଁ କେବଳ ପ୍ରାର୍ଥନା କରୁଛି ଯେ ଆଗାମୀ ପୀଢ଼ିର ମହିଳା ଖେଳାଳିଙ୍କ ସ୍ବପ୍ନ ସାକାର ହେଉ । ଗତ କିଛି ବର୍ଷ ମଧ୍ୟରେ ମହିଳା କୁସ୍ତିଯୋଦ୍ଧାମାନେ ଯେଉଁ ପରିସ୍ଥିତିର ସାମ୍ନା କରିଛନ୍ତି, ଏଥିରୁ ସ୍ପଷ୍ଟ ଯେ ଆମେ ବଞ୍ଚିବାକୁ କେତେ ସଙ୍ଘର୍ଷ କରୁଛୁ । ଶୋଷଣକାରୀ ମଧ୍ୟ ନିଜର ଆଧିପତ୍ୟ ବିସ୍ତାର କରିଚାଲିଛନ୍ତି । ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ଅଶ୍ଳୀଳ ସ୍ଲୋଗାନ ଦେବା ସହ ଆମକୁ ସେ ମନ୍ଥରା ବୋଲି ମଧ୍ୟ କହିଛନ୍ତି ।"

  • निशब्द हूँ। यह दिन किसी खिलाड़ी को न देखना पड़े। https://t.co/pm8B19MpoF

    — Bajrang Punia 🇮🇳 (@BajrangPunia) December 26, 2023 " class="align-text-top noRightClick twitterSection" data=" ">

'ଏହି ପୁରସ୍କାର ପ୍ରତି ଘୃଣା ଆସୁଛି': ଭିନେଶ ଫୋଗାଟ୍‌ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି, "ଆମ ମହିଳା କୁସ୍ତିଯୋଦ୍ଧାଙ୍କୁ ଅପମାନିତ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରାଯାଇ ନାହିଁ । ଏସବୁ ଭୁଲିଯିବା ପାଇଁ ଅନେକ ଥର ଚେଷ୍ଟା କରିଛି, ହେଲେ ଏହା ଏତେ ସହଜ ନୁହେଁ । ନ୍ୟାୟ ପାଇଁ ଗତ ଏକ ବର୍ଷ ଧରି ଆମେ ରାସ୍ତାରେ ପଡ଼ିଛୁ । କାହାରିକୁ କିଛି ଫରକ ପଡ଼ୁନାହିଁ । ଆମର ପଦକ ଏବଂ ପୁରସ୍କାରର ମୂଲ୍ୟ 15 ଟଙ୍କା ବୋଲି କୁହାଯାଉଛି, କିନ୍ତୁ ସେଗୁଡ଼ିକ ଆମ ପାଇଁ ଜୀବନଠାରୁ ବି ଅଧିକ ପ୍ରିୟ । ଯେତେବେଳେ ଆମେ ନ୍ୟାୟ ପାଇଁ ସ୍ବର ଉତ୍ତୋଳନ କଲୁ, ଆମକୁ ଦେଶଦ୍ରୋହୀ କୁହାଗଲା । ଆମେ ଦେଶଦ୍ରୋହୀ କି ? ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇବାର ଫଟୋ ଦେଖିବା ପରେ ମୁଁ ନିଜ ଭିତରେ ଶ୍ବାସରୁଦ୍ଧ ହୋଇଯାଉଛି । ମୁଁ ମଧ୍ୟ ମୋର ପୁରସ୍କାରକୁ ଘୃଣା କରିବାକୁ ଲାଗିଛି । ବର୍ତ୍ତମାନ ମୁଁ ପୁରସ୍କାର ପାଇଥିବା ଭିନେଶର ଭାବମୂର୍ତ୍ତିରୁ ମୁକ୍ତି ପାଇବାକୁ ଚାହୁଁଛି । ମୋତେ ମିଳିଥିବା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାରର ଆଉ ମୋ ଜୀବନର କୌଣସି ଅର୍ଥ ହିଁ ନାହିଁ । ପ୍ରତ୍ୟେକ ମହିଳା ସମ୍ମାନର ସହିତ ବଞ୍ଚିବାକୁ ଚାହାନ୍ତି । ଏପରି ପରିସ୍ଥିତିରେ, ମୁଁ ମୋର ପୁରସ୍କାର ଫେରାଇବାକୁ ଚାହୁଁଛି, ଯାହାଦ୍ବାରା ଏହି ପୁରସ୍କାର ଗୁଡ଼ିକ ସମ୍ମାନର ସହ ବଞ୍ଚିବାରେ ବାଧା ସୃଷ୍ଟି ନକରିବ ।"

​ଏହା ମଧ୍ୟ ପଢ଼ନ୍ତୁ...କର୍ତ୍ତବ୍ୟ ପଥ ଫୁଟପାଥରେ ପଦ୍ମଶ୍ରୀ ପୁରସ୍କାର ଛାଡି ଚାଲିଗଲେ ପୁନିଆ

'ଏହି ଦିନ କୌଣସି ଖେଳାଳିଙ୍କୁ ଦେଖିବାକୁ ନପଡ଼ୁ': ଅନ୍ୟପଟେ ଭିନେଶଙ୍କ ପୁରସ୍କାର ଫେରାଇବାକୁ ନେଇ ପଦ୍ମଶ୍ରୀ ଫେରାଇଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପ୍ରତିକ୍ରିୟା ରଖିଛନ୍ତି । ଭିନେଶଙ୍କ ପୋଷ୍ଟକୁ ଟ୍ୟାଗ୍‌ କରି ବଜରଙ୍ଗ ଲେଖିଛନ୍ତି, "ମୁଁ ନିଃଶବ୍ଦ । କୌଣସି ଖେଳାଳିଙ୍କୁ କେବେ ଏଭଳ ଦିନ ଦେଖିବାକୁ ନପଡ଼ୁ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ; ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷ ପଦ ରବ୍ଦ

ପ୍ରକାଶ ଯୋଗ୍ୟ, କୁସ୍ତି ମହାସଂଘର ନବନିର୍ବାଚିତ କାର୍ଯ୍ୟକାରିଣୀଙ୍କୁ ନିଲମ୍ବିତ କରିସାରିଛି କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ । ମହାସଂଘର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂହଙ୍କ ପଦକୁ ରଦ୍ଦ କରାଯାଇଛି । ଅଧ୍ୟକ୍ଷଙ୍କ ସମେତ ପୁରା ନିର୍ବାଚିତ ଟିମକୁ ନିଲମ୍ବନ କରାଯାଇଛି । ସଞ୍ଜୟଙ୍କ ସମସ୍ତ ନିଷ୍ପତ୍ତି ଉପରେ ରୋକ ଲଗାଇଛି ମନ୍ତ୍ରଣାଳୟ । କିଛିଦିନ ପୂର୍ବରୁ ସଞ୍ଜୟ ସିଂହ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାକୁ ବିରୋଧ କରି କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କୁସ୍ତି ଛାଡ଼ିବା ନେଇ ଘୋଷଣା କରିବା ସହ ଅଲମ୍ପିକ ବିଜେତା ବଜରଙ୍ଗ ପୁନିଆ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇଥିଲେ । ସଞ୍ଜୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ସେ ଅଧ୍ୟକ୍ଷ ନିର୍ବାଚିତ ହେବାକୁ ନେଇ ତୀବ୍ର ବିରୋଧ କରାଯାଇଥିଲା । ଆଜି ଭିନେଶ ମଧ୍ୟ ନିଜର ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଇବାକୁ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.