ETV Bharat / sports

Asian Games 2023: ଭାରତକୁ ଝଟ୍‌କା, ଆହତ କାରଣରୁ ଓହରିଲେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ - ଏସିଆନ ଗେମ୍ସରୁ ବାଦ୍‌ ପଡ଼ିଲେ ଭିନେଶ ଫୋଗାଟ

ଏସିଆନ ଗେମ୍ସ ୨୦୨୩ ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟ୍‌କା । ଆହତ କାରଣରୁ ବାଦ୍‌ ପଡ଼ିଲେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ । ଏନେଇ ନିଜେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୂଚନା ଦେଲେ ଭିନେଶ । ଅଧିକ ପଢ଼ନ୍ତୁ

ଏସିଆନ ଗେମ୍ସରୁ ଓହରିଲେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ

author img

By

Published : Aug 15, 2023, 8:41 PM IST

ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୩ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା । ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲେ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ । ଭିନେଶ ଆହତ କାରଣରୁ ଏସିଆନ୍‌ ଗେମ୍ସରୁ ନିଜ ନାଁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । ୨୮ ବର୍ଷିୟା ଏହି କୁସ୍ତିଯୋଦ୍ଧା ମଙ୍ଗଳବାର ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି । ତେବେ ଅଗଷ୍ଟରେ ୧୩ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଯାହାର ସର୍ଜରୀ କରିବାକୁ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି । ପ୍ରକାଶଯୋଗ୍ୟ, ଆସନ୍ତା ୨୩ ସେପ୍ଟେମ୍ବରରୁ ୮ ଅକ୍ଟୋବର ୨୦୨୩ ଯାଏଁ ଚୀନର ହାଙ୍ଗଝୋଉ ସହରରେ ଏସିଆନ ଗେମ୍ସ ଅନୁଷ୍ଠିତ ହେବ ।

ଭିନେଶ ନିଜ ଟ୍ବିଟର୍‌ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ଲେଖିଛନ୍ତି, "ସମସ୍ତଙ୍କୁ ଏକ ଖରାପ ଖବର ଦେବାକୁ ଚାହୁଁଛି । ଗତ ଅଗଷ୍ଟ ୧୩ ତାରିଖରେ ଟ୍ରେନିଂ ବେଳେ ମୋ ବାମ ଆଣ୍ଠୁରେ ଆଘାତ ଲାଗିଛି । ଆଘାତରୁ ଆଶ୍ବସ୍ତି ପାଇଁ ଏବେ ସର୍ଜରୀ ହିଁ ଏକମାତ୍ର ବିକଳ୍ପ ବୋଲି ସ୍କାନ ଓ ଯାଞ୍ଚ ପରେ ଡାକ୍ତର କହିଛନ୍ତି । ମୋର ୧୭ ଅଗଷ୍ଟରେ ମୁମ୍ବାଇରେ ସର୍ଜରୀ ହେବ । ଏସିଆନ ଗେମ୍ସରେ ଭାରତ ପାଇଁ ପୁଣିଥରେ ଗୋଲ୍ଡ ମେଡଲ ଜିତିବା ମୋର ସ୍ବପ୍ନ ଥିଲା । ମୁଁ ୨୦୧୮ରେ ଜାକର୍ତ୍ତାରେ ଆୟୋଜିତ ଏସିଆନ ଗେମ୍ସରେ ଗୋଲ୍ଡ ମେଡଲ ଜିତିଥିଲି । କିନ୍ତୁ ଏହି ଆଘାତ ଏସିଆନ ଗେମ୍ସରେ ଭାଗ ନେବାକୁ ମୋର ଆଶା ଭାଙ୍ଗି ଦେଇଛି । ତେବେ ମୋ ପ୍ରତିବଦଳରେ ଥିବା ରିଜର୍ଭ ଖେଳାଳିଙ୍କୁ ଏସିଆନ ଗେମ୍ସ ପାଇଁ ପଠା ଯାଇପାରିବ ବୋଲି ମୁଁ ସମ୍ବନ୍ଧିତ ଅଧିକାରୀଙ୍କୁ ସୂଚିତ କରିଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ସିଲେକ୍ସନ ଟ୍ରାଏଲରେ ବିପର୍ଯ୍ୟୟ, ବାଦ ପଡ଼ିଲେ ରବି ଦହିୟା

ଉଲ୍ଲେଖଯୋଗ୍ୟ, ଭିନେଶ ଏସିଆନ ଗେମ୍ସରେ ଗୋଲ୍ଡ ଜିତିଥିବା ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା । ସେ ୧୮ତମ ଏସିଆନ୍‌ ଗେମ୍ସରେ ମହିଳାଙ୍କ ଫ୍ରିଷ୍ଟାଇଲ ୫୦ କିଲୋଗ୍ରାମ୍‌ ବର୍ଗର ଫାଇନାଲରେ ଜାପାନର କୁସ୍ତିଯୋଦ୍ଧା ୟୁକି ଇରିଙ୍କୁ ୬-୨ରେ ମାତ୍‌ ଦେଇ ଏହି ଇତିହାସ ରଚିଥିଲେ । ୨୦୧୮ ମସିହାରେ ଗୋଲ୍ଡ କୋଷ୍ଟ କମନୱେଲଥ ଗେମ୍ସରେ ୫୦ କିଲୋଗ୍ରାମ୍‌ ବର୍ଗରେ ମଧ୍ୟ ନିଜ ନାଁରେ ଗୋଲ୍ଡ ମେଡଲ କରିଥିଲେ ଭିନେଶ ଫୋଗାଟ । ତେବେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କୁ ହାଙ୍ଗଝୋଉ ଏସିଆନ ଗେମ୍ସ ପାଇଁ ଟ୍ରାୟଲରେ ମୁକ୍ତି ଦିଆଯାଇଥିଲା । ବିନା ଟ୍ରାୟଲରେ ସେମାନେ ଏସିଆନ୍‌ ଗେମ୍ସରେ ଭାଗ ନେଇପାରିବେ ବୋଲି ଘୋଷଣା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.