ETV Bharat / sports

ସାଗର ରାଣା ମୃତ୍ୟୁ ମାମଲା; ସୁଶୀଲଙ୍କ ପାଇଁ ବଢୁଛି ଅଡୁଆ

author img

By

Published : May 26, 2021, 7:13 AM IST

ରେସଲର ସାଗର ରାଣାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସୁଶୀଲଙ୍କ ପାଇଁ ଡବଲ ଅସୁବିଧା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ସୁଶୀଲଙ୍କ ପାଇଁ ବଢୁଛି ଅଡୁଆ
ସୁଶୀଲଙ୍କ ପାଇଁ ବଢୁଛି ଅଡୁଆ

ନୂଆଦିଲ୍ଲୀ: ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ପାଇଁ ବଢୁଛି ଅଡୁଆ । ରେସଲର ସାଗର ରାଣାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସୁଶୀଲଙ୍କ ପାଇଁ ଡବଲ ଅସୁବିଧା ସୃଷ୍ଟି ହୋଇଛି । ସାଗରଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ସାଗରଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ଡାକ୍ତର ମୁନୀଷ ୱାଧାୱାନଙ୍କ ଦ୍ବାରା ଦିଆଯାଇଥିୂବା ପୋଷ୍ଟ ରିପୋର୍ଟରେ ଏହା ଦର୍ଶାଯାଇଛି ଯେ, ସାଗରଙ୍କ ଗୋଡ,ଛାତି ଓ ଶରୀରରେ ଏକାଧିକ ଆଘାତ ଲାଗିଛି । ବିଶେଷ କରି ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ସାଗରଙ୍କ ଆଣ୍ଠୁରେ ଏକାଧିକ ଦାଗ ରହିଛି । ଗୋଡରେ ମଧ୍ୟ ଏକାଧିକ କ୍ଷତ ଚିହ୍ନ ରହିଛି । ଛାତି ପଛପଟେ ଓ ପେଟରେ ମଧ୍ୟ 5x2 ସେମିରୁ 15x4 ସେମିର ଦାଗ ମିଳିଥିବା ରିପୋର୍ଟରେ ଦର୍ଶାଯାଇଛି ।

ପ୍ରକାଶଥାଉକି, ମେ ମାସ 4ରେ ଛତ୍ରଶାଳା ଷ୍ଟାଡିୟମରେ ମାଡପିଟକୁ ନେଇ କିଛି ରେସଲର ଆହତ ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଭିତରୁ ଚିକିତ୍ସାଧୀନ ଅବସ୍ଥାରେ ସାଗର ରାଣା (23)ଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ଦିଲ୍ଲୀ ପୋଲିସ ସୁଶୀଲ ରାଣା ଓ ତାଙ୍କ ସହଯୋଗୀକୁ ମେ 23ରେ ଗିରଫ କରିଥିଲା । ଗତକାଲି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ ଛତ୍ରଶାଳା ଷ୍ଟାଡିୟମରେ ସୁଶୀଲଙ୍କୁ ନେଇ ଘଟଣାରେ ତଦନ୍ତ ଆରମ୍ଭ କରିଥିଲା । ମେ 4 ତାରିଖରେ ଘଟିଥିୂବା ଘଟଣାରେ ଡେମୋ ଦେଖାଇଥିଲେ ସୁଶୀଲ ।

ପୋଲିସର ସୂଚନାଅନୁସାରେ, ସୁଶୀଲଙ୍କୁ ପୋଲିସ ଯେତେବେଳେ ଘଟଣା ବିଷୟରେ ପ୍ରଶ୍ନ ପଚାରିଥିଲା ସେତେବେଳେ ସେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଥିଲା । ସେ ତାଙ୍କ ବାରମ୍ବାର ତାଙ୍କ ବୟାନ ପରିବର୍ତ୍ତନ କରୁଥିଲେ ବୋଲି କହିଛି ପୋଲିସ । ଘଟଣାର ପ୍ରତି ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ । ଘଟଣାର ଏକ ଭିଡିଓ ପୋଲିସ ହାତରେ ଲାଗିଛି ଯେଉଁଥିଲେ ସାଗରଙ୍କୁ ମାଡ ମରାଯାଉଥିଲା । ସୁଶୀଲଙ୍କୁ ଗିରଫ କରାଯିବାପାରେ ଗତକାଲି ରେଳବାଇ ସୁଶୀଲଙ୍କୁ ଚାକିିରୀରୁ ନିଲମ୍ବିତ କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.