ETV Bharat / sports

କୁସ୍ତି ଯୋଦ୍ଧା ରାହୁଲ ଅଓ୍ବାରେଙ୍କୁ କୋରୋନା

author img

By

Published : Sep 7, 2020, 12:31 PM IST

ଜାତୀୟ କୁସ୍ତି ଶିବରରେ ପୁଣି ଖେଳାଳି ହେଲେ କୋରୋନା ସଂକ୍ରମିତ । କିଛି ଦିନ ପୂର୍ବ 3 ପୁରୁଷ କୁସ୍ତି ଯୋଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

କୁସ୍ତି ଯୋଦ୍ଧା ରାହୁଲ ଅଓ୍ବାରେଙ୍କୁ କୋରୋନା
କୁସ୍ତି ଯୋଦ୍ଧା ରାହୁଲ ଅଓ୍ବାରେଙ୍କୁ କୋରୋନା

ନୂଆଦିଲ୍ଲୀ: ଜାତୀୟ କୁସ୍ତି ଶିବରରେ ପୁଣି ଖେଳାଳି ହେଲେ କୋରୋନା ସଂକ୍ରମିତ । କିଛି ଦିନ ପୂର୍ବ 3 ପୁରୁଷ କୁସ୍ତି ଯୋଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏବେ ପୁଣି ଆଉ ଜଣେ କୁସ୍ତି ଯୋଦ୍ଧା ରାହୁଲ ଅଓ୍ବାରେଙ୍କ ରିପୋର୍ଟ ପଜିଟିଭ ଆସିଛି ।

ସାଇ ପକ୍ଷରୁ ଏହି ସୂଚନା ମିଳିଛି । ସାଇ କହିଛିଯେ, ଫ୍ରିଷ୍ଟାଇଲ ପୁରୁଷ କୁସ୍ତି ଖେଳାଳି ରାହୁଲ ଅଓ୍ବାରେ((57 କି.ଗ୍ରା) 4ତାରିଖ ଦିନ ସାଇର ସୋନିପତ ଶିବିରରେ ଯୋଗ ଦେଇଥିଲେ । ସେଠାରେ ତାଙ୍କର କୋଭିଡ ଟେଷ୍ଟ ହୋଇଥିଲା । ଏହାପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ସେ ଶିବିରରେ କ୍ବାରେଣ୍ଟାଇନରେ ଥିଲେ । ଫଳରେ ତାଙ୍କ ସଂସ୍ପର୍ଶରେ ଅନ୍ୟ ଖେଳାଳି ଆସି ନଥିଲେ ।

କୁସ୍ତି ଯୋଦ୍ଧା ରାହୁଲ ଅଓ୍ବାରେଙ୍କୁ କୋରୋନା
କୁସ୍ତି ଯୋଦ୍ଧା ରାହୁଲଙ୍କ କୀର୍ତ୍ତିମାନ

ବର୍ତ୍ତମାନ ରାହୁଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନାଥାଉକି ରାହୁଲଙ୍କ ପୂର୍ବରୁ ଦୀପକ ପୁନିଆ, ନବୀନ ଓ କ୍ରୀଷ୍ଣାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ ଅନେକ ଖେଳାଳି ଶିବିରକୁ ସ୍ଥଗିତ ରଖିବାକୁ କହିଥିଲେ ।

ଅନ୍ୟପଟେ ଭିଡ-19 କାରଣରୁ ଜାତୀୟ ମହିଳା କୁସ୍ତି ଶିବିରକୁ ସ୍ଥଗିତ କରି ଦିଆଯାଇଛି । କାରଣ ଅନେକ ମହିଳା ଖେଳାଳି ଶିବିରରେ ଯୋଗ ଦେବେ ନାହିଁ ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.