ହାଇଦ୍ରାବାଦ: କୋରୋନା ସଂକ୍ରମଣର ଶିକାର ଖେଳାଳିଙ୍କ ତାଲିକା ବୃଦ୍ଧି ପାଇବାରେ ଲାଗିଛି । ସଦସ୍ୟ ସୂଚନା ଅନୁଯାୟୀ, ତିନି ଜଣ ସିନିୟର ଭାରତୀୟ କୁସ୍ତି ଯୋଦ୍ଧା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଗୁରୁବାର ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ସ୍ପଷ୍ଟ କରିଛି ।
ଏହି ତିନି କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଦୀପକ ପୁନିଆ(86 କିଲୋଗ୍ରାମ), ନବୀନ(65 କିଲୋଗ୍ରାମ), କ୍ରୀଷନ(125 କିଲୋଗ୍ରାମ) ରହିଛନ୍ତି । ସୋନିପତରେ ହେବାକୁ ଥିବା ଜାତୀୟ କୁସ୍ତି ଶିବିରରେ ଅଂଶଗ୍ରହଣ ପାଇଁ ଏହି ଖେଳାଳି ପହଞ୍ଚିଥିଲେ । ତେବେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ଏସଓପି ଅନୁଯାୟୀ, ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫଙ୍କର ବାଧ୍ୟତାମୂଳକ RTPCR କୋଭିଡ ଟେଷ୍ଟ ହୋଇଥିଲା । ପରେ 3 ଖେଳାଳିଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି ।
ପରେ ସମସ୍ତଙ୍କୁ ସାଇ ଏମ୍ପାନେଲଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ