ETV Bharat / sports

ଟାର୍ଗେଟ ଟୋକିଓ, ସୋସିଆଲ ମିଡିଆ ଛାଡିଲେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ

author img

By

Published : Mar 1, 2021, 4:09 PM IST

ଟୋକିଓ ଅଲମ୍ପିକ୍ସ ପର୍ଯ୍ୟନ୍ତ ସୋସିଆଲ ମିଡିଆ ବ୍ୟବହାର କରିବେ ନାହିଁ ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଅଧିକ ପଢନ୍ତୁ....

Wrestler Bajrang Punia leaves social media, to focus on Tokyo Olympics
ଟାର୍ଟେଟ ଟୋକିଓ, ସୋସିଆଲ ମିଡିଆ ଛାଡିଲେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ବଡ ଘୋଷଣା । ଟୋକିଓ ଅଲମ୍ପିକ୍ସ ପର୍ଯ୍ୟନ୍ତ ସୋସିଆଲ ମିଡିଆ ବ୍ୟବହାର କରିବେ ନାହିଁ ବୋଲି ସୋମବାର କହିଛନ୍ତି ବଜରଙ୍ଗ । ଅଲମ୍ପିକ ପ୍ରସ୍ତୁତି ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

ତେବେ ଏହି ମେଗା ଇଭେଣ୍ଟ ଶେଷ ହେବାପରେ ପୁନଃ ସୋସିଆଲ ମିଡିଆକୁ ଫେରିବେ । ଏହା ଘୋଷଣା କରିବା ସହ ପ୍ରଂଶସକଙ୍କୁ ସମର୍ଥନ ଓ ଭଲପାଇବା ଜାରି ରଖିବାକୁ ଅନୁରୋଧ କରିଛନ୍ତି ।

  • Mein apne sabhi social media handles ko aaj se band kar raha hu. Ab Olympic ke baad aap sabhi se mulaakaat hogi ... ummeed karta hu aap apna pyaar banaye rakhenge ..... jai Hind 🙏🏽 pic.twitter.com/wCKXuT4gj9

    — Bajrang Punia 🇮🇳 (@BajrangPunia) March 1, 2021 " class="align-text-top noRightClick twitterSection" data=" ">

ବଜରଙ୍ଗ ପୁନିଆ 65 କିଲୋଗ୍ରାମ ଫ୍ରୀଷ୍ଟାଇଲ ବର୍ଗରେ ଟୋକିଓ ଅଲମ୍ପିକ୍ସ ଟିକେଟ ହାସଲ କରିଛନ୍ତି । ଗତବର୍ଷ ସେପ୍ଟେମ୍ବର 2019ରେ ୱାର୍ଲ୍ଡ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ବିଜେତା ସହ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଥିଲେ । ନୂଆଦିଲ୍ଲୀରେ, ଫେବ୍ରୁଆରୀ 2020ରେ ଏସିଆନ ସିନିୟର ଚମ୍ପିଆନସିପ ତାଙ୍କର ଶେଷ ଅନ୍ତର୍ଜାତୀୟ ଇଭେଣ୍ଟ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.