ETV Bharat / sports

ୱାର୍ଲ୍ଡ ୟୁଥ୍‌ ବକ୍ସିଂ: କ୍ବାର୍ଟରରେ ବକ୍ସର ବେବି ଚାନୁଙ୍କ ସମେତ 7 ଭାରତୀୟ - ଏସିଆନ ୟୁଥ୍‌ ଚମ୍ପିଆନ

2019 ଏସିଆନ ୟୁଥ୍‌ ଚମ୍ପିଆନ ବେବିରୋଜିସାନା ଚାନୁ 51 କିଲୋଗ୍ରାମ ବର୍ଗରେ ଇଷ୍ଟୋନିଆର ଡାଏନା ଗୋରିସନାଜାଙ୍କୁ ହରାଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

World Youth Boxing: Baby Chanu joins six others in quarters
ୱାର୍ଲ୍ଡ ୟୁଥ୍‌ ବକ୍ସିଂ: କ୍ବାର୍ଟରରେ ବକ୍ସର ବେବି ଚାନୁଙ୍କ ସମେତ 7 ଭାରତୀୟ
author img

By

Published : Apr 17, 2021, 4:35 PM IST

କିଲସ(ପୋଲାଣ୍ଡ): ୱାର୍ଲ୍ଡ ୟୁଥ୍‌ ବକ୍ସିଂ ପ୍ରତିଯୋଗିତାରେ ଭାରତୀୟ ବକ୍ସରଙ୍କ ଦମଦାର ପ୍ରଦର୍ଶନ ଜାରି । 2019 ଏସିଆନ ୟୁଥ୍‌ ଚମ୍ପିଆନ ବେବିରୋଜିସାନା ଚାନୁ 51 କିଲୋଗ୍ରାମ ବର୍ଗରେ ଇଷ୍ଟୋନିଆର ଡାଏନା ଗୋରିସନାଜାଙ୍କୁ ହରାଉଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ନିକଟରେ ଆଦ୍ରିଆଟିକ ପର୍ଲ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ମଣିପୁରୀ ଷ୍ଟାର ବେବି ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ସହ ପ୍ରଭାବୀ ପ୍ରଦର୍ଶନ କରିଥିଲେ ।

ଶନିବାର, AIBA ୟୁଥ୍‌ ପୁରୁଷ ଓ ମହିଳା ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପରେ ବେବି ଚାନୁଙ୍କ ସହ ଅନ୍ୟ 6 ଜଣ ଭାରତୀୟ ଖେଳାଳି କ୍ବାର୍ଟରରେ ପହଞ୍ଚିଛନ୍ତି । 57 କିଲୋଗ୍ରାମ ବର୍ଗରେ ପୁନମ, 60 କିଲୋଗ୍ରାମ ବର୍ଗରେ ଭିଙ୍କା, 69 କିଲୋଗ୍ରାମ ବର୍ଗରେ ଅରୁନ୍ଧତୀ, 75 କିଲୋଗ୍ରାମ ବର୍ଗରେ ସନମାଚା ଥୋକଚମ, 81 କିଲୋଗ୍ରାମ ବର୍ଗରେ ଖୁସି ଓ 81+ ବର୍ଗରେ ଆଲଫିୟା କ୍ବାର୍ଟରରେ ପ୍ରବେଶ କରିଛନ୍ତି ।

ଅନ୍ୟପଟେ ପୁରୁଷ ବର୍ଗରେ ଅଙ୍କିତ ନରୱାଲ 64 କିଲୋଗ୍ରାମ ବର୍ଗରେ ଉଜବେକିସ୍ତାନର ଆଖମାଡଜନ ଆଖମେଦଭଙ୍କୁ 5-0ରେ ହରାଇଛନ୍ତି । 75 କିଲୋଗ୍ରାମ ବର୍ଗରେ ମନୀଷ ଇସ୍ରାଏଲର ଡାନିଏଲ ଲ୍ୟୁସନକଙ୍କୁ 4-1ରେ ହରାଇଛନ୍ତି । ଉଭୟ ଅଙ୍କିତ ଓ ମନିଷ ପ୍ରି-କ୍ବାର୍ଟର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.