ETV Bharat / sports

ବଦଳିଲା ବିଶ୍ବ ଆଥଲେଟିକ୍‌ସ U20 ଚମ୍ପିଆନସିପ୍‌ ସୂଚୀ - ବଦଳିଲା U20 ଚମ୍ପିଆନସିପ୍‌ ସୂଚୀ

ନୂଆ ସୂଚୀ ଅନୁଯାୟୀ ଅଗଷ୍ଟ 18ରେ ପ୍ରତିଯୋଗିତା ଆରମ୍ଭ ହେବା ସହ ଅଗଷ୍ଟ 22ରେ ଶେଷ ହେବ । ଅଧିକ ପଢନ୍ତୁ...

World Athletics U20 Championships schedule changed
ବଦଳିଲା ବିଶ୍ବ ଆଥଲେଟିକ୍‌ସ U20 ଚମ୍ପିଆନସିପ୍‌ ସୂଚୀ
author img

By

Published : Aug 15, 2021, 5:00 PM IST

ନାଇରୋବି(କେନିଆ): ବିଶ୍ବ ଆଥଲେଟିକ୍‌ସ U20 ଚମ୍ପିଆନସିପ ସୂଚୀରେ ସାମାନ୍ୟ ପରିବର୍ତ୍ତନ । ଅଗଷ୍ଟ17ରୁ 22 ପର୍ଯ୍ୟନ୍ତ ନାଇରୋବିରେ ହେବାକୁ ଥିବା ଏହି ମେଗା କ୍ରୀଡା ପ୍ରତିଯୋଗିତାକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି । ଫଳରେ ନୂଆ ସୂଚୀ ଅନୁଯାୟୀ ଅଗଷ୍ଟ 18ରେ ପ୍ରତିଯୋଗିତା ଆରମ୍ଭ ହେବା ସହ ଅଗଷ୍ଟ 22ରେ ଶେଷ ହେବ । ଏନେଇ ବିଶ୍ବ ଆଥଲେଟିକ୍‌ସ (WA) ଶନିବାର ସନ୍ଧ୍ୟାରେ ଏକ ଘୋଷଣାନାମାରେ ସ୍ପଷ୍ଟ କରିଛି । COVID-19 କାରଣରୁ ସୂଚୀରେ ଏହି ପରିବର୍ତ୍ତନ କରାଯାଇଥିବା ଦର୍ଶାଯାଇଛି ।

COVID ମହାମାରୀର ପ୍ରଭାବ ସଂପୂର୍ଣ୍ଣ କମ ହୋଇନଥିବାବେଳେ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ଟିମମାନଙ୍କର ଯାତ୍ରା ଓ ପ୍ରମୁଖ ଉପକରଣ ଗୁଡିକ ବିଶ୍ବର ବିଭିନ୍ନ ସ୍ଥାନରୁ ସାଥିରେ ଆଣିବା ଆୟୋଜକଙ୍କ ପାଇଁ ଆହ୍ବାନ ହୋଇଛି । ଏହି ମେଗା ପ୍ରତିଯୋଗିତାରେ ବିଶ୍ବର ପ୍ରାୟ 100ରୁ ଅଧିକ ଦେଶ ଅଂଶଗ୍ରହଣ କରୁଛନ୍ତି। ଫଳରେ ପ୍ରଭାବକୁ ସାମାନ୍ୟ କମ କରିବାକୁ 5ଦିନରୁ ଅଧିକ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାକୁ 5 ଦିନରେ ସୀମିତ ରଖାଯିବା ନେଇ ନିଷ୍ପତ୍ତି ହୋଇଛି ।

ନୂଆ ସୂଚୀ ଅନୁଯାୟୀ, ସମସ୍ତ ଇଭେଣ୍ଟ ଗୁଡିକ ସଂପୂର୍ଣ୍ଣ, ଶୀଘ୍ର ଓ ଦ୍ରୁତ ଆୟୋଜିତ ହେବ । ପ୍ରସାରଣ ମାନ୍ୟତା 14ରୁ ଅଧିକ ଦେଶ ହାସଲ କରସାରିଥିବାବାଳେ 12ଟି ଦେଶ ଇଭେଣ୍ଟର ଲାଇଭ ପ୍ରସାରଣ କରିବେ । ଅନ୍ୟ ଗୁଡିକ ପାଇଁ ବିଶ୍ବ ଆଥଲେଟିକ୍‌ସ ସକାଳ ଓ ସନ୍ଧ୍ୟା ସେସନ ଗୁଡିକ ନିଜର ୟୁଟୁବ୍‌ ଚ୍ୟାନେଲ ମାଧ୍ୟମରେ ଲାଇଭ ଷ୍ଟ୍ରିମିଂ କରିବ ।

ଏହା ମଧ୍ୟ ପଢନ୍ତୁ:- ମହାମାରୀ ସମୟରେ ଦେଶବାସୀଙ୍କ ମନରେ ଖୁସି ଭରିଛନ୍ତି ଆଥଲେଟ: ରାଷ୍ଟ୍ରପତି

ଭାରତୀୟ ଜାଭେଲିନ ଥ୍ରୋଅର କନୱାର ଅଜୟ ସିଂହ ରାଣା ଓ ଲଙ୍ଗ୍‌ ଜମ୍ପ୍‌ର ଶୈଳୀ ସିଂ ଭାରତୀୟ ଟିମର ନେତୃତ୍ବ ନେବା ସହ ନାଇରୋବି ଅଭିମୁଖେ ଯାତ୍ରା କରିସାରିଛନ୍ତି ।

ବିଶ୍ବ ଆଥଲେଟିକ୍‌ସ (World Athletics) ପକ୍ଷରୁ ପ୍ରକାଶିତ ପ୍ରବେଶ ସୂଚୀ ଅନୁଯାୟୀ, 74.75ମିଟର ସିଜିନର ଶ୍ରେଷ୍ଠ ପ୍ରଦର୍ଶନ ସହ ପୁରୁଷ ଜାଭେଲିନରେ କନୱାର ଅଜୟ ସିଂ ରାଣା ତୃତୀୟ ଓ 6.48 ମିଟର ପ୍ରଦର୍ଶନ ସହ ମହିଳା ଲଙ୍ଗ୍‌ ଜମ୍ପ୍‌ରେ ପଞ୍ଚମ ସ୍ଥାନରେ ରହିଛନ୍ତି ଶୈଳୀ ସିଂ । ଯଦି ସେମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସମର୍ଥ ହୁଅନ୍ତି ତେବେ ପଦକ ବିଜେତା ତାଲିକାରେ ନିଜର ନାମ ଲେଖାଇପାରିବେ । ପୂର୍ବରୁ ସୀମା ଅନ୍ତିଲ(ଡିସକସ୍‌, 2002), ନବଜିତ କୌର ଧିଲନ(ଡିସକସ୍‌, 2014), ନୀରଜ ଚୋପ୍ରା(ଜାଭେଲେନ, 2016), ଓ ହିମା ଦାସ(400 ମିଟର, 2018) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.