ହାଇଦ୍ରାବାଦ: ସମଗ୍ର ବିଶ୍ବ କୋରୋନା ଭାଇରସରେ ପ୍ରଭାବିତ । ଜାରି ରହିଛି ମହାମାରୀ କୋରୋନା ଭାଇରସ(COVID-19)ର ଆତଙ୍କ । ବିଶ୍ବର ପ୍ରାୟ ସମସ୍ତ କ୍ରୀଡା ଇଭେଣ୍ଟକୁ ବାତିଲ କିମ୍ବା ସ୍ଥଗିତ ରଖାଯାଇଛି ।
ସଦ୍ୟ ସୂଚନା ଅନୁଯାୟୀ 19 ବର୍ଷରୁ କମ ୱାର୍ଲ୍ଡ ଆଥଲେଟିକ୍ସ ଚମ୍ପିଆନସିପ ସ୍ଥଗିତ ହୋଇଛି । ଜୁଲାଇ 7ରୁ 12 ପର୍ଯ୍ୟନ୍ତ କେନିଆର ନାଇରୋବିରେ ଏହି ମେଗା ଇଭେଣ୍ଟ ହେବା ନେଇ ସୂଚୀ ରହିଥିଲା । ତେବେ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଆଥଲେଟିକ୍ସ କେନିଆ ଓ କେନିଆ ସରକାର ପ୍ରତିଯୋଗିତାକୁ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ।