ETV Bharat / sports

World Athletics Championships: କାଉଣ୍ଟଡାଉନ ଆରମ୍ଭ, ରବିବାର ଇତିହାସ ରଚିବେ ନୀରଜ ଚୋପ୍ରା

author img

By

Published : Jul 23, 2022, 3:57 PM IST

Updated : Jul 23, 2022, 5:17 PM IST

ରବିବାର ନୀରଜ ଆଉଏକ ଇତିହାସ ରଚିବାକୁ ଯାଉଛନ୍ତି । ଅଞ୍ଜୁ ବବିଙ୍କ ପରେ ବିଶ୍ବ ଆଥଲେଟିକ୍‌ସ ଚାମ୍ପିୟନସିପ୍‌ରେ ଭାରତକୁ ଦ୍ବିତୀୟ ମେଡାଲ ମିଳିବାର ସମସ୍ତ ସମ୍ଭାବନା ରହିଛି । ୨୦୦୩ରେ ପ୍ୟାରିସ ବିଶ୍ବ ଆଥଲେଟିକ୍‌ସ ଚାମ୍ପିୟନସିପ୍‌ରେ ଅଞ୍ଜୁ ବବି ମହିଳା ଲଙ୍ଗ୍‌ ଜମ୍ପ୍‌ରେ ତୃତୀୟ ସ୍ଥାନ ଅଧିକାର କରି ମେଡାଲ ବିଜେତା ହୋଇଥିଲେ । ଫଳରେ ଆଥଲେଟିକ୍‌ସରେ ଆଉ ଏକ ଐତିହାସିକ ଦିନର ସାକ୍ଷୀ ପାଲଟିବାକୁ ଯାଉଛନ୍ତି ଭାରତବାସୀ । ଅଧିକ ପଢନ୍ତୁ

World Athletics Championships: Carrying a billion hopes, Neeraj eyes medal in men's javelin throw final
World Athletics Championships: କାଉଣ୍ଟଡାଉନ ଆରମ୍ଭ, ରବିବାର ଇତିହାସ ରଚିବେ ନୀରଜ ଚୋପ୍ରା

ହାଇଦ୍ରାବାଦ: କ୍ରିକେଟ ବଲିଉଡ୍‌ ଓ ରାଜନୀତି--ଭାରତୀୟଙ୍କ ସର୍ବାଧିକ ଆଲୋଚନାର ବିଷୟବସ୍ତୁ, ସକାଳେ ଖବରକାଗଜର ପୃଷ୍ଠା ଲେଉଟାଇବାବେଳେ ଏହି ସବୁ ପ୍ରମୁଖ ଖବର ସ୍ଥାନପାଇଥାଏ । ତେବେ ଏହି ଧାରାରେ ଏବେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଚର୍ଚ୍ଚାର ବିଷୟବସ୍ତୁ ବଦଳିବାରେ ଲାଗିଛି । କିନ୍ତୁ କାହିଁକି ? ଏହି ପ୍ରଶ୍ନର ଉତ୍ତର ହେଉଛନ୍ତି ଅଲମ୍ପିକ ଚମ୍ପିଆନ ନୀରଜ ଚୋପ୍ରା ।

ବେଶୀଦିନ ହୋଇନାହିଁ ଯେବେ କୋଟିକୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ସଫଳ କରିଥିଲେ ନୀରଜ ଚୋପ୍ରା । ୭ ଅଗଷ୍ଟ ୨୦୨୧ରେ ଟୋକିଓ ଅଲମ୍ପିକ୍‌ସରେ ୮୭.୫୮ ମିଟର ଜାଭେଲିନ ଫିଙ୍ଗି ଯେବେ ଟ୍ରାକ୍‌ ଓ ଫିଲ୍ଡ ଇଭେଣ୍ଟରେ ଭାରତର ପ୍ରଥମ ଗୋଲ୍ଡ ମେଡାଲ ବିଜେତା ବନିଥିଲେ ଯୁବ ଆଥଲେଟ୍‌ ନୀରଜ । ଏହି ଖବର ପ୍ରସାରିତ ହେବାପରେ ସାରାଦେଶରେ ନିଆରା ଏକ ଉନ୍ମାଦ୍ଦନା ଦେଖିବାକୁ ମିଳିଥିଲା ଓ ଦେଶବାସୀ ଖୁସିରେ ଝୁମିଉଠିଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କର ଟିକିଏ ପ୍ରତିକ୍ରିୟା ପାଇଁ ନିଜ ଭିତରେ ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ, ଦେଶର ରାଜନେତାଙ୍କଠୁ ନେଇ ସିନେ ଜଗତର ତାରକା ଓ ପ୍ରତିଷ୍ଠିତ ଶିଳ୍ପପତିମାନେ ସୋସିଆଲ ମିଡିଆରେ ସେମାନଙ୍କର ଖୁସିବ୍ୟକ୍ତ କରିବାପାଇଁ ସମୟ ନେଇନଥିଲେ । ବିଜ୍ଞାପନ ସଂସ୍ଥାଗୁଡିକ ଚୋପ୍ରାଙ୍କୁ ପ୍ରଥମ ପସନ୍ଦ ଭାବେ ଚାହିଁବସିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୁବ ଆଥଲେଟ୍‌ଙ୍କୁ ଇତିହାସ ରଚିଥିବାରୁ ଅଭିନନ୍ଦନ ଜଣାଇଥିଲେ ।

ମାତ୍ର କିଛି ମିନିଟ୍‌ ମଧ୍ୟରେ ଦେଶରେ ନୀରଜ ଚୋପ୍ରା ନାମ ସର୍ବାଧିକ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା । ଯେଉଁ ଖେଳ ଭାରତ ଭଳି ବିଶାଳ ଦେଶରେ ତାର ଅସ୍ଥିତ୍ବକୁ ନେଇ ଦ୍ବନ୍ଦ୍ବରେ ଥିଲା ଓ ଅନ୍ୟମାନେ ଜାଭେଲିନକୁ କ୍ୟାରିୟର ଭାବେ ପ୍ରଥମ ପସନ୍ଦ ନ ଭାବି ଅନ୍ୟଖେଳକୁ ଚୟନ କରୁଥିଲେ ସେତେବେଳେ ଜାଭେଲିନ ବିଷୟରେ ସର୍ବାଧିକ ଚର୍ଚ୍ଚା ଓ ଆଲୋଚନା ହୋଇଥିଲା ।

ଆସନ୍ତାକାଲି(ରବିବାର) ନୀରଜ ଆଉଏକ ଇତିହାସ ରଚିବାକୁ ଯାଉଛନ୍ତି । ଅଞ୍ଜୁ ବବିଙ୍କ ପରେ ବିଶ୍ବ ଆଥଲେଟିକ୍‌ସ ଚାମ୍ପିୟନସିପ୍‌ରେ ଭାରତକୁ ଦ୍ବିତୀୟ ମେଡାଲ ମିଳିବାର ସମସ୍ତ ସମ୍ଭାବନା ରହିଛି । ୨୦୦୩ରେ ପ୍ୟାରିସ ବିଶ୍ବ ଆଥଲେଟିକ୍‌ସ ଚାମ୍ପିୟନସିପ୍‌ରେ ଅଞ୍ଜୁ ବବି ମହିଳା ଲଙ୍ଗ୍‌ ଜମ୍ପ୍‌ରେ ତୃତୀୟ ସ୍ଥାନ ଅଧିକାର କରି ମେଡାଲ ବିଜେତା ହୋଇଥିଲେ । ତେବେ ଆଥଲେଟିକ୍‌ସରେ ଆଉ ଏକ ଐତିହାସିକ ଦିନର ସାକ୍ଷୀ ପାଲଟିବାକୁ ଯାଉଛନ୍ତି ଭାରତବାସୀ । ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ପ୍ରଥମ ପ୍ରୟାସରେ ଐତିହାସିକ ପ୍ରଦର୍ଶନ ସହ ଫାଇନାଲରେ ସ୍ଥାନ ପକା କରିସାରିଛନ୍ତି ନୀରଜ । ରବିବାର ବିଶ୍ବ ଆଥଲେଟିକ୍‌ସ ଚାମ୍ପିୟନସିପ୍‌ର ଫାଇନାଲ ରହିଛି ।

ଫାଇନାଲରେ ପ୍ରବେଶ ପୂର୍ବରୁ କ୍ବାଲିଫାୟର୍ସରେ ନୀରଜଙ୍କ ପ୍ରଦର୍ଶନ

ହେୱାର୍ଡ ଫିଲ୍ଡରେ ଗ୍ରୁପ ଏ' ରେ ସ୍ଥାନ ପାଇଥିବା ଅଲମ୍ପିକ୍‌ ଚମ୍ପିଆନ ରାଉଣ୍ଡ ୧ରେ ୮୮.୩୯ ମିଟର ଥ୍ରୋ କରିବା ସହ ଯୋଗ୍ୟତାପର୍ଯ୍ୟାୟ ରାଉଣ୍ଡର ଗ୍ରୁପ ଏ'ରେ ଶୀର୍ଷ ସ୍ଥାନରେ ରହିଥିଲେ । ନୀରଜ ଫାଇନାଲରେ ପହଞ୍ଚିବାକୁ ପ୍ରଥମ ପ୍ରୟାସରେ ୮୮.୩୯ ମିଟର ସଫଳ ଥ୍ରୋ କରିଥିଲେ । ଫଳରେ ଦ୍ବିତୀୟ ଓ ତୃତୀୟ ପ୍ରୟାସରେ ତାଙ୍କୁ ଅଂଶଗ୍ରହଣ କରିବାକୁ ପଡିନଥିଲା ।

ଫାଇନାଲରେ ପହଞ୍ଚିବା ପରେ କ'ଣ କହିଲେ ନୀରଜ ଚୋପ୍ରା ?

ନୀରଜ କହିଛନ୍ତି, "ଏହା ଏକ ଭଲ ଆରମ୍ଭ । ଫାଇନାଲରେ ମୁଁ ମୋର ୧୦୦ ପ୍ରତିଶତ ପ୍ରଦର୍ଶନ କରିବାକୁ ପ୍ରୟାସ କରିବି । ଜଣାନାହିଁ ନିର୍ଦ୍ଦିଷ୍ଟ ଦିନ କେହିବି ଭଲ ପ୍ରଦର୍ଶନ କରିପାରନ୍ତି । ଏବେ ଏବେ ବହୁତ ଜଣ ଭଲ ଥ୍ରୋଅର ଅଛନ୍ତି । ଚଳିତବର୍ଷ ୫ରୁ ୬ଥର ଥ୍ରୋଅର ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।"

ଭାରତ ପାଇଁ ମେଡାଲ ବିଜେତା ହେବାପାଇଁ ନୀରଜ କାହିଁକି ପ୍ରମୁଖ ଦାବିଦାର ?

ଅଲମ୍ପିକ ପଦକ ବିଜେତା ନୀରଜ ଦମଦାର ଫର୍ମରେ ରହିଛନ୍ତି । ନିକଟରେ ଷ୍ଟକହୋଲ୍‌ମ ଡାଇମଣ୍ଡ ଲିଗ୍‌ରେ ୮୯.୯୪ ମିଟର ଥ୍ରୋ କରି ନ୍ୟାସନାଲ ରେକର୍ଡ ନିଜ ନାମରେ କରିଛନ୍ତି ନୀରଜ । ଏପରିକି ଯୋଗ୍ୟତା ପର୍ଯ୍ୟାୟରେ ସେ ନିଜ କ୍ୟାରିୟରର ତୃତୀୟ ସର୍ବଶ୍ରେଷ୍ଠ ଥ୍ରୋ କରିଛନ୍ତି ।

କେଉଁ ପ୍ରତିନ୍ଦ୍ବନ୍ଦ୍ବୀ ନୀରଜଙ୍କୁ ଅଧିକ ଟକ୍କର ଦେଇପାରନ୍ତି ?

ଗ୍ରୁପ ଏ' ରେ ଚୋପ୍ରା ଶୀର୍ଷ ସ୍ଥାନରେ ରହିଛନ୍ତି । ତାଙ୍କର ଥ୍ରୋ ଦ୍ବିତୀୟ ସର୍ବଶ୍ରେଷ୍ଠ ରହିଥିଲା । ଚୋପ୍ରାଙ୍କ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ତଥା ଅନ୍ୟତମ ଗୋଲ୍ଡ ମେଡାଲ ବିଜେତା ଦାବିଦାର ଆଣ୍ଡରସନ ପିଟର୍ସ ଗ୍ରୁପ ବି'ର ଟପର ଅଛନ୍ତି । ଡିଫେଣ୍ଡିଂ ଚାମ୍ପିୟନ ପିଟର୍ସ ମଧ୍ୟ ଦମଦାର ଫର୍ମରେ ରହିଛନ୍ତି । ପିଠିରେ ଯନ୍ତ୍ରଣା ସତ୍ତ୍ବେ ଷ୍ଟକହୋଲ୍‌ମ ଡାଇମଣ୍ଡ ଲିଗ୍‌ରେ ୯୦.୩୧ ମିଟର ଥ୍ରୋ କରି ଚୋପ୍ରାଙ୍କୁ ହରାଇଥିଲେ ପିଟର୍ସ । ଚୋପ୍ରା ୯୦ ମିଟର ଲକ୍ଷ୍ୟରେ ଥିବାବେଳେ, ଦୋହା ଡାଇମଣ୍ଡ ଲିଗ୍‌ରେ ପିଟର୍ସ ୯୩.୦୭ ମିଟର ଥ୍ରୋ କରିଥିଲେ ।

ଗତସଂସ୍କରଣର ବିଶ୍ବ ଚାମ୍ପିଅନସିପ୍‌ରେ ନୀରଜଙ୍କ ପ୍ରଦର୍ଶନ

୨୦୧୭ ଲଣ୍ଡନ ବିଶ୍ବ ଚାମ୍ପିଅନସିପ୍‌ରେ ନୀରଜ ଯୋଗ୍ୟତାପର୍ଯ୍ୟାୟ ରାଉଣ୍ଡ ପାର୍‌ କରିବାକୁ ବିଫଳ ହୋଇଥିଲେ । ଏହା ତାଙ୍କର ଡେବ୍ୟୁ ସଂସ୍କରଣ ଥିଲା । ଅନ୍ୟପଟେ ବର୍ଷ ୨୦୧୯ରେ ଦୋହାରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଆହତ କାରଣରୁ ସେ ଅଂଶଗ୍ରହଣ କରିପାରିନଥିଲେ ।

Last Updated : Jul 23, 2022, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.