ହାଇଦ୍ରାବାଦ: ଅଷ୍ଟ୍ରେଲିଆର ଐତିହାସିକ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଶେଷ ହେଲା ଆଇସିସି ମହିଳା ଟି-20 ବିଶ୍ବକପ । 2010. 2012, 2018 ପରେ 2020ରେ 5ମ ଥର ପାଇଁ ଚମ୍ପିଆନ ହୋଇଛି ଘରୋଇ ଅଷ୍ଟ୍ରେଲିଆ ।
![Women's T20 WC](https://etvbharatimages.akamaized.net/etvbharat/prod-images/6339566_erwt.jpg)
ତେବେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଏହି ଫାଇନାଲ ମୁକାବିଲାକୁ, ମହିଳା କ୍ରିକେଟ ମ୍ୟାଚ ଇତିହାସରେ ରେକର୍ଡ ଦର୍ଶକ ଦେଖିଛନ୍ତି ।
ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(MCG)ରେ 86,174 ଜଣ ଦର୍ଶକ ଏହି ମ୍ୟାଚକୁ ଷ୍ଟାଡିୟମରେ ଉପସ୍ଥିତ ରହି ଦେଖିଛନ୍ତି ।
ଏହି ମ୍ୟାଚରେ 85 ରନରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । 185 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ମାତ୍ର 99 ରନରେ ସମସ୍ତ ୱିକେଟ ହରାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ