ETV Bharat / sports

Womens Hockey World Cup: ନେଦରଲାଣ୍ଡସ ନବମ ଥର ବିଶ୍ବ ଚାମ୍ପିଅନ

author img

By

Published : Jul 19, 2022, 9:41 AM IST

ମହିଳା ହକି ବିଶ୍ବକପ ଟାଇଟଲ କବଜା କରିଛି ଆୟୋଜକ ନେଦରଲ୍ୟାଣ୍ଡସ । ଲଗାତାର ତୃତୀୟ ଥର ଚାମ୍ପିଅନ ହେବା ସହ ସର୍ବାଧିକ 9 ଥର ଟାଇଟଲ ବିଜେତା ହୋଇଛି ନେଦରଲ୍ୟାଣ୍ଡସ ମହିଳା ହକି ଦଳ । ଅଧିକ ପଢନ୍ତୁ

ମହିଳା ହକି ବିଶ୍ବକପ, ନେଦରଲାଣ୍ଡସ ଚାମ୍ପିଅନ
ମହିଳା ହକି ବିଶ୍ବକପ, ନେଦରଲାଣ୍ଡସ ଚାମ୍ପିଅନ

ତେରାସା: ମହିଳା ହକି ବିଶ୍ବକପ ଟାଇଟଲ କବଜା କରିଛି ଆୟୋଜକ ନେଦରଲ୍ୟାଣ୍ଡସ । ଲଗାତାର ତୃତୀୟ ଥର ଚାମ୍ପିଅନ ହେବା ସହ ସର୍ବାଧିକ 9 ଥର ଟାଇଟଲ ବିଜେତା ହୋଇଛି ନେଦରଲ୍ୟାଣ୍ଡସ ମହିଳା ହକି ଦଳ । ଫାଇନାଲରେ ଆର୍ଜେଣ୍ଟିନାକୁ 3-1ରେ ହରାଇ ଟାଇଟଲ ଜିତିଛି ନେଦରଲ୍ୟାଣ୍ଡସ । ଫାଇନାଲ ମୁକାବିଲାରେ ନେଦରଲ୍ୟାଣ୍ଡସର ପ୍ରଦର୍ଶନ ପ୍ରଭାବଶାଳୀ ରହିଥିଲା । 17, 24 ଓ 34 ମିନିଟରେ ଦଳ 3ଟି ଗୋଲ ଦେଇ 3-0ରେ ଆଗୁଆ ରହିଥିଲା ।

  • Netherlands clinch their 9th FIH Hockey Women's World Cup title!
    Argentina settle for Silver, while Australia end their #HWC2022 campaign with a Bronze.
    Here is our round-up of the games on the final day.@oranjehockey @ArgFieldHockey @HockeyAy

    — International Hockey Federation (@FIH_Hockey) July 17, 2022 " class="align-text-top noRightClick twitterSection" data=" ">

ଗୋଲ୍‌ ପରିଶୋଧ କରିବାକୁ ଆର୍ଜେଣ୍ଟିନା ସବୁ ଶକ୍ତି ଖଟାଇଥିଲା । 46 ମିନିଟରେ ମାତ୍ର ଗୋଟିଏ ଗୋଲି କରିବାକୁ ସକ୍ଷମ ହୋଇଥିଲା ଦଳ । ଫଳରେ ମ୍ୟାଚଟି ନେଗରଲ୍ୟାଣ୍ଡସ କବଜାକୁ ଆସିଥିଲା । ନେଗରଲ୍ୟାଣ୍ଡସ ସ୍ବର୍ଣ୍ଣ ଜିତିଥିବାବେଳେ ଆର୍ଜେଣ୍ଟିନା ରୌପ୍ୟରେ ସନ୍ତୁଷ୍ଟ ହୋଇଛି ।ନେଦରଲ୍ୟାଣ୍ଡସ ପୂର୍ବରୁ 1974, 1978, 1983, 1986, 1990, 2006, 2014 ଓ 2018 ସଂସ୍କରଣରେ ଚାମ୍ପିଅନ ହୋଇଥିଲା । ଆର୍ଜେଣ୍ଟିନା ପୂର୍ବରୁ 2002 ଓ 2010ରେ ଟାଇଟଲ ଜିତିଥିଲା ।

ଅନ୍ୟପଟେ ବ୍ରୋଞ୍ଚ ପାଇଁ ହେଉଥିବା ମୁକାବିଲାରେ ଅଷ୍ଟ୍ରେଲିଆ ବାଜି ମାରିଛି। ଜର୍ମାନୀକୁ 2-1ରେ ପରାସ୍ତ କରିଛି ଦଳ । ବିଶ୍ବକପରେ ନ୍ୟୁଜିଲାଣ୍ଡ ପଞ୍ଚମ, ବେଲଜିୟମ ଷଷ୍ଠ, ସ୍ପେନ ସପ୍ତମ ଓ ଇଂଲଣ୍ଡ ଅଷ୍ଟମ ସ୍ଥାନରେ ରହିଛି। କ୍ରସ ଓଭରରେ ପରାସ୍ତ ହୋଇଥିବା ଭାରତ ନବମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.