ETV Bharat / sports

Wimbledon 2022: ୱିମ୍ବଲଡନ ଚାମ୍ପିଅନ୍ ରିବକିନା - ଓ୍ବିମ୍ବଲଡନ ଚାମ୍ପିଅନ୍

ଇତିହାସ ରଚିଲେ ଏଲେନା ରବକିନା । ଚଳିତ ୱିମ୍ବଲଡନ ଚାମ୍ପିଅନ୍ ହୋଇ ପ୍ରଥମ ଏସୀୟ ମହିଳା ଭାବେ ଇତିହାସ ରଚିଛନ୍ତି ଏଲେନା ରିବକିନା । ଅଧିକ ପଢନ୍ତୁ

Wimbledon 2022
Wimbledon 2022
author img

By

Published : Jul 10, 2022, 9:40 AM IST

ଲଣ୍ଡନ: ଇତିହାସ ରଚିଲେ ଏଲେନା ରିବକିନା । ଚଳିତ ଓ୍ବିମ୍ବଲଡନ ଚାମ୍ପିଅନ୍ ହୋଇ ପ୍ରଥମ ଏସୀୟ ମହିଳା ଭାବେ ଇତିହାସ ରଚିଛନ୍ତି ଏଲେନା ରିବକିନା । ଓ୍ବିମ୍ବଲଡନରେ ସିଙ୍ଗଲ୍ସ ଚାମ୍ପିଅନ୍ କାଜାଖସ୍ତାନର ପ୍ରଥମ ଖେଳାଳି ଭାବେ ଗ୍ରାଣ୍ଡସ୍ଲମ ଟାଇଟଲ ହାତେଇବାରେ ସଫଳ ହୋଇଛନ୍ତି ରିବକିନା । ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ ମୁକାବିଲାରେ ଟ୍ୟୁନିସିଆ ଖେଳାଳି ଓନ୍ସ ଜାବେଓରଙ୍କୁ ୩-୬, ୬-୨, ୬-୨ ସେଟରେ ପରାସ୍ତ କରି ଟାଇଟଲ ହାତେଇଛନ୍ତି । ୧ ଘଣ୍ଟା ୪୮ ମିନିଟର କଡ଼ା ମୁକାବିଲାର ମ୍ୟାଚକୁ ଜିତି ନେଇଛନ୍ତି ।

ମ୍ୟାଚ ଆରମ୍ଭରୁ ଜାବେଓର ପ୍ରଭାବ ବିସ୍ତାର କରିଥିଲେ । ପ୍ରଥମ ସେଟ ଅକ୍ତିଆର କରିଥିଲେ । ଦ୍ବିତୀୟ ସେଟରେ ଏଲେନା କମବ୍ୟାକ କରିଥିଲେ । ଏହାପରେ ମ୍ୟାଚ ରୂପରେଖ ବଦଳି ଯାଇଥିଲା । ବେସ ଲାଇନ ଆକ୍ରମଣ କରିଥଲେ ରିବକିନା ଏହାପରେ ଜାବେଓରଙ୍କ ପକ୍ଷେ ପଏଣ୍ଟ ହାତେଇବା କଷ୍ଟକର ହୋଇଥିଲା । ତୃତୀୟ ଓ ଚତୁର୍ଥ ସେଟ ଜିତି ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲେ ଏଲେନା । ସମ୍ପୂର୍ଣ୍ଣ ମ୍ୟାଚରେ ସେ 4ଟି ବ୍ରେକ ପଏଣ୍ଟ ହାସଲ କରିଥିଲେ ।

ଟେନିସ ଇତିହାସରେ ପ୍ରଥମ ଆଫ୍ରିକୀୟ ମହିଳା ଭାବେ ଜାବେଓରଙ୍କ ଗ୍ରାଣ୍ଡସ୍ଲମ ଟାଇଟଲ ଜିତିବା ଆଶା ଆଶାରେ ରହିଯାଇଛି । ସବୁ ଶକ୍ତି ଖଟାଇଥିଲେ ବି 23 ବର୍ଷୀୟ ରିବକିନାଙ୍କ ଖେଳ ଆଗରେ ଫିକା ପଡିଯାଇଥିଲା । 2011 ପରେ କନିଷ୍ଠ ଖେଳାଳି ଭାବେ ଓ୍ବିମ୍ବଲଡନ ଚାମ୍ପିଅନ୍ ହୋଇଛନ୍ତି ଏଲେନା ।

ଉଭୟ ଖେଳାଳି ପୂର୍ବରୁ କୌଣସି ଗ୍ରାଣ୍ଡସ୍ଲମ ଫାଇନାଲ ଖେଳିନଥିଲେ । ଦୁଇ ଦେଶ ପାଇଁ ଇତିହାସ ରଚିବାର ସୁଯୋଗ ଥିଲା । ବାଜି ମାରି ନେଇଛନ୍ତି ଏଲେନା ରିବକିନା । ମାନ୍ୟତା ତାଲିକାରେ ଥିବା ଜାବେଓର ଟାଇଟାଲ ହାତେଇବା ନେଇ ଅନୁମାନ କରାଯାଉଥିଲା ହେଲେ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଥିଲେ ଏଲେନା । ରବକିନା ସମସ୍ତଙ୍କୁ ଚକିତ କରି ଦେଇଥିଲେ । ଜାବେଓରଙ୍କ ସ୍ବପ୍ନ ଧୂଳିସାତ ହୋଇଛି । ଟାଇଟଲ ଜିତିବା ପରେ ପ୍ରତିକ୍ରିୟା ରଖିବାକୁ ଶଦ୍ଦ ନଥିବା କହିଥିଲେ ରିବକିନା । ଏପରି ଅନୁଭୂତି ଆଗକୁ କେବେ ହୋଇନଥିବା କହିଛନ୍ତି ଏଲେନା । ସଫଳତା ପାଇଁ ଫ୍ୟାନ୍ସ ଦେବା ସହ ଜାବେଓରଙ୍କର ମଧ୍ୟ ପ୍ରଶଂସା କରିଥିଲେ। କିଛି ସମୟ ପାଇଁ ଭାବ ବିହ୍ବଳ ହୋଇ ପଡିଥିଲେ ଏଲେନା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.