ETV Bharat / sports

ଲକଡାଉନ ପରେ ଅଭ୍ୟାସକୁ ଫେରିବେ ଭାରତୀୟ ଆଥଲେଟ: କେନ୍ଦ୍ର କ୍ରୀଡାମନ୍ତ୍ରୀ

author img

By

Published : May 11, 2020, 2:59 PM IST

ଲକଡାଉନ ଅବଧି ଶେଷ ପରେ ଖୋଲିବ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ଟ୍ରେନିଂ ସେଣ୍ଟର । ଅଭ୍ୟାସକୁ ଫେରିବେ ଭାରତୀୟ ଆଥଲେଟ । ଟ୍ବିଟ ଯୋଗେ ଏହା ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ।

Will resume training of elite athletes once lockdown is lifted: Kiren Rijiju
ଲକଡାଉନ ପରେ ଅଭ୍ୟାସକୁ ଫେରିବେ ଭାରତୀୟ ଆଥଲେଟ: କେନ୍ଦ୍ର କ୍ରୀଡାମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କ୍ରୀଡା ଆରମ୍ଭ ନେଇ ସଙ୍କେତ ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ । ଲକଡାଉନ ଅବଧି ଶେଷ ପରେ ଖୋଲିବ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ଟ୍ରେନିଂ ସେଣ୍ଟର । ଅଭ୍ୟାସକୁ ଫେରିବେ ଭାରତୀୟ ଆଥଲେଟ । ଟ୍ବିଟ ଯୋଗେ ଏହା ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ।

ତେବେ ଦେଶର ସମସ୍ତ କ୍ରୀଡାବିତ ଓ କର୍ମଚାରୀ ଓ କ୍ରୀଡା ଅଧିକାରୀଙ୍କୁ ଭିଡ ନ କରିବାକୁ ଅପିଲ କରିଛନ୍ତି କ୍ରୀଡାମନ୍ତ୍ରୀ । ସ୍ବାସ୍ଥ୍ୟ ଓ ସୁରକ୍ଷା ଆମପାଇଁ ସର୍ବୋପରି ବୋଲି ସେ କହିଛନ୍ତି ।

ମେ 17 ତାରିଖରେ 3ୟ ପର୍ଯ୍ୟାୟ ଲକଡାଉନ ଅବଧିର ଶେଷ ହେବ । ତେବେ ଏହାପରେ ଭାରତ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାଉପରେ ସମସ୍ତଙ୍କ ନଜର ରହିଛି । ପ୍ରଧାନମନ୍ତ୍ରୀ ମୋଦି ସବୁରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେଁ ବୈଠକ କରିବେ । ଏଥିରେ ଲକଡାଉନ ନେଇ ପରବର୍ତ୍ତୀ ନିଷ୍ପତି ହେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.