ETV Bharat / sports

ଖେଳରତ୍ନ ବଦଳରେ ଅର୍ଜୁନ ଆୱାର୍ଡ ଚାହାନ୍ତି କୁସ୍ତିଯୋଦ୍ଧା ରବି ଦହିୟା - କୁସ୍ତିଯୋଦ୍ଧା ରବି ଦହିୟା

ଅଲମ୍ପିକ ରୌପ୍ୟ ବିଜେତା କୁସ୍ତିଯୋଦ୍ଧା ରବି ଦହିୟା ମେଜର ଧ୍ୟାନଚାନ୍ଦ ଆୱାର୍ଡ ପୂର୍ବରୁ ଅର୍ଜୁନ ଆୱାର୍ଡ ଚାହାନ୍ତି । ଅଧିକ ପଢନ୍ତୁ...

WFI wants Arjuna Award for Ravi Dahiya instead of Khel Ratna
ଖେଳରତ୍ନ ବଦଳରେ ଅର୍ଜୁନ ଆୱାର୍ଡ ଚାହାନ୍ତି କୁସ୍ତିଯୋଦ୍ଧା ରବି ଦହିୟା
author img

By

Published : Oct 29, 2021, 9:00 PM IST

ନୂଆଦିଲ୍ଲୀ: ଅଲମ୍ପିକ ରୌପ୍ୟ ବିଜେତା କୁସ୍ତିଯୋଦ୍ଧା ରବି ଦହିୟା ମେଜର ଧ୍ୟାନଚାନ୍ଦ ଆୱାର୍ଡ ପୂର୍ବରୁ ଅର୍ଜୁନ ଆୱାର୍ଡ ଚାହାନ୍ତି । ଏନେଇ ସ୍ପଷ୍ଟ କରିଛି ଭାରତୀୟ କୁସ୍ତି ମହାସଂଘ(WFI) ।

ଭାରତୀୟ ଆଥଲେଟ୍‌ ନୀରଜ ଚୋପ୍ରା, ରବି ଦହିୟା ଓ ଲଭଲିନା ବୋର୍ଗହେନଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଆୱାର୍ଡ ମିଳିବାକୁ ଯାଉଛି ।

ତେବେ ଅର୍ଜୁନ ଆୱାର୍ଡ ପାଇଁ ଆବେଦନ କରିଥିଲେ କୁସ୍ତିଯୋଦ୍ଧା ରବି ଦହିୟା । ଅଲମ୍ପିକ୍‌ରେ ପଦକ ଜିତିଥିବାରୁ ଖେଳ ରତ୍ନ ଆୱାର୍ଡ ପାଇଁ ଅନ୍ୟ ପଦକ ବିଜେତାଙ୍କ ସହ ତାଙ୍କ ନାମ ସୁପାରିଶ କରାଯାଇଛି । ମାତ୍ର ପ୍ରଥମେ ଅର୍ଜୁନ ଆୱାର୍ଡ ଓ ପରେ ଖେଳରତ୍ନ ଆୱାର୍ଡ ରବି ଚାହୁଁଥିବା ଜଣାପଡିଛି ।

ପ୍ୟାରିସ ଅଲମ୍ପିକ୍‌ ୨୦୨୪ରେ ରବି ଭଲ ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ବିଜୟ ଲକ୍ଷ୍ୟ କରିଛନ୍ତି । ଫଳରେ ସେ ପ୍ରଥମେ ଅର୍ଜୁନ ଆୱାର୍ଡ ଚାହୁଁଛନ୍ତି । କାହିଁକି ତାଙ୍କୁ ଅଧିକାରୀମାନେ ଖେଳ ରତ୍ନ ଆୱାର୍ଡ ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି ଜଣେ WFI ଅଧିକାରୀ ।

୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ଆୱାର୍ଡ ପ୍ରଦାନ କରାଯିବ । ତାଲିକାରେ ଯୋଗେଶ କାଥୁନିଆ, ନିସାଦ କୁମାର, ପ୍ରବୀଣ କୁମାର, ସୁହାସ ୟାଥିରାଜ, ସିଙ୍ଘରାଜ ଅଧାନା, ଭାବିନା ପଟେଲ, ହରବିନ୍ଦର ସିଂହ ଓ ସରଦ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.