ଟୋକିଓ: 2020 ଅଲମ୍ପିକ ଆୟୋଜନ ନେଇ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆଶାବାଦୀ । ବିନା କୌଣସି ବାଧାବିଘ୍ନ ଅଲମ୍ପିକ ଆୟୋଜିତ କରିବା ନେଇ ସକାରାତ୍ମକ ମତ ରଖିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ।
![2020 Olympics](https://etvbharatimages.akamaized.net/etvbharat/prod-images/6413612_rrr.jpg)
ବିଶ୍ୱ କ୍ରୀଡାର ସମ୍ମାନଜନକ ଅଲମ୍ପିକ ଗେମ୍ସକୁ ନେଇ ଅନେକ ଚର୍ଚ୍ଚା ହେଉଛି । ମହାମାରୀ କୋରୋନା(COVID-19) ଭାଇରସ ପାଇଁ ଏହି ମେଗା କ୍ରୀଡା ଇଭେଣ୍ଟ ପ୍ରଭାବିତ ହେବା ନେଇ ଅନୁମାନ କରାଯାଉଛି । ତେବେ ଜାପାନ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ପରେ ଅଲମ୍ପିକ ପୂର୍ବ ନିର୍ଦ୍ଧାରିତ ସମୟରେ ହେବା ନେଇ ଆଶା କରାଯାଉଛି ।
![2020 Olympics](https://etvbharatimages.akamaized.net/etvbharat/prod-images/6413612_eww.jpg)
ତେବେ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଲମ୍ପିକ ନେଇ ମତ ରଖିଥିଲେ । ଟ୍ରମ୍ପ କହିଥିଲେ ଆୟୋଜକ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଅଲମ୍ପିକ ଗେମ୍ସକୁ ଘୁଞ୍ଚାଇବାକୁ ଚିନ୍ତା କରିବା ଆବଶ୍ୟକ । ତେବେ ଏନେଇ ଶେଷ ନିଷ୍ପତ୍ତି ଅନ୍ତର୍ଜାତୀୟ ଅଲମ୍ପିକ କମିଟି(IOC) ଖୁବଶୀଘ୍ର ଶୁଣାଇବା ନେଇ ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ