ETV Bharat / sports

ଭାରତୀୟ କୁସ୍ତି ମହାସଂଘକୁ କ୍ଷମା ମାଗିଲେ ଭିନେଶ ଫୋଗଟ

author img

By

Published : Aug 15, 2021, 10:31 PM IST

ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ସରେ ବିଶୃଙ୍ଖଳିତ ଆଚରଣ ପାଇଁ ଦେଶର କୁସ୍ତି ମହାସଂଘ ଭିନେଶଙ୍କୁ ସାମୟିକ ନିଲମ୍ବିତ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଅଧିକ ପଢନ୍ତୁ...

Vinesh Phogat sends apology to WFI, disciplinary committee to take call
ଭାରତୀୟ କୁସ୍ତି ମହାସଂଘକୁ କ୍ଷମା ମାଗିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଭାରତୀୟ କୁସ୍ତି ମହାସଂଘ(WFI)କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ସରେ ବିଶୃଙ୍ଖଳିତ ଆଚରଣ ପାଇଁ ଦେଶର କୁସ୍ତି ମହାସଂଘ ଭିନେଶଙ୍କୁ ସାମୟିକ ନିଲମ୍ବିତ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ।

"ଭିନେଶ ଏକ ଇ-ମେଲ ପଠାଇଛନ୍ତି, ସେ ଦର୍ଶାଇଥିବା ଉତ୍ତରକୁ କମିଟି ଅନୁଧ୍ୟାନ କରିବ । ତେବେ ଉତ୍ତରରେ ଶୃଙ୍ଖଳା କମିଟି କେତେ ପରିମାଣରେ ସନ୍ତୁଷ୍ଟ ହେଉଛି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ," WFI ସୂତ୍ରରୁ ଏହି ସୂଚନା ମିଳିଛି । ଟୋକିଓ ଅଲମ୍ପିକ୍‌ରେ ଗ୍ରାପଲର ଭିନେଶ ଫୋଗଟଙ୍କ ବ୍ୟବହାର ପାଇଁ ସାମୟିକ ନିଲମ୍ବିତ କରିଥିଲା WFI । ଏଥିସହ ମହାସଂଘ ଭିନେଶଙ୍କ ଉତ୍ତର ଅପେକ୍ଷାରେ ରହିଥିଲା ।

ଭିନେଶ କୋଚ୍‌ ଓଲର ଅକୋସଙ୍କ ସହିତ ହଙ୍ଗେରୀରେ ଟ୍ରେନିଂ ନେଉଥିଲେ ଓ ସେଠାରୁ ସିଧାସଳଖ ଟୋକିଓ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ଅଲମ୍ପିକ ଭିଲେଜରେ ରହିବାକୁ ମନା କରିଥିଲେ ଓ ଅନ୍ୟ ଭାରତୀୟ ସଦସ୍ୟଙ୍କ ସହିତ ଟ୍ରେନିଂ କରିବାକୁ ରାଜି ହୋଇନଥିଲେ ।

ଭିନେଶଙ୍କ ବେଲାରସ କ୍ବାର୍ଟର ଫାଇନାଲ ପ୍ରତିନ୍ଦ୍ବନ୍ଦ୍ବୀ ସେମି ଫାଇନାଲରେ ପରାସ୍ତ ହେବାପରେ ବ୍ରୋଞ୍ଜ ପଦକ ବିଜୟ ଆଶା ମଉଳିଯାଉଥିଲା ।

ଟୋକିଓ ଅଲମ୍ପିକର ମହିଳା ଫ୍ରୀଷ୍ଟାଇଲ ୫୩ କିଲୋଗ୍ରାମ ବର୍ଗର କ୍ବାର୍ଟର ଫାଇନାଲରେ ବେଲାରସନର ଭାନେସାଙ୍କ ଠାରୁ ପରାସ୍ତ ହୋଇଥିଲେ ଭିନେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.