ETV Bharat / sports

ପୋଲାଣ୍ଡ ରାକିଂ ସିରିଜ କୁସ୍ତି: ଫାଇନାଲରେ ଭିନେଶ ଫୋଗଟ

author img

By

Published : Jun 11, 2021, 7:23 PM IST

ପୋଲାଣ୍ଡ ରାକିଂ ସିରିଜ କୁସ୍ତି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ଅଧିକ ପଢନ୍ତୁ...

Vinesh enters final of Poland Ranking Series wrestling
ପୋଲାଣ୍ଡ ରାକିଂ ସିରିଜ କୁସ୍ତି: ଫାଇନାଲରେ ଭିନେଶ ଫୋଗଟ

ହାଇଦ୍ରାବାଦ: ଚଳିତ ପୋଲାଣ୍ଡ ରାକିଂ ସିରିଜ କୁସ୍ତି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ଶୁକ୍ରବାର 53 କିଲୋଗ୍ରାମ ଫ୍ରିଷ୍ଟାଇଲ ଫାଇନାଲରେ ପହଞ୍ଚିଛନ୍ତି ଭିନେଶ । ଫାଇନାଲ ମୁକାବିଲାରେ ସେ ଉକ୍ରେନର ଖେରୀଷ୍ଟନା ବେରେଜାଙ୍କୁ ଭେଟିବେ ।

ସେମିଫାଇନାଲ ମୁକାବିଲାରେ ୟୁଏସଏର ଏମି ଏନ ଫିରନସାଇଡଙ୍କୁ 6-0ରେ ହରାଇଛନ୍ତି ଭିନେଶ । ପୂର୍ବରୁ ଋଷିଆର ଏକତେରିନା ପୋଲେସଚପକଙ୍କୁ 6-2ରେ ପ୍ରଥମ ମୁକାବିଲାରେ ହରାଇଥିଲେ ।

ଅନ୍ୟପଟେ ଅଂଶୁ ମଲ୍ଲିକ ମହିଳା 57 କିଲୋଗ୍ରାମ ଫ୍ରିଷ୍ଟାଇଲ ଇଭେଣ୍ଟରୁ ଓହରି ଯାଇଛନ୍ତି । ଜ୍ବରରେ ପୀଡିତ ହୋଇଥିବା ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଥିବା ଟିମ କୋଚ୍‌ କହିଛନ୍ତି ।

ବୁଧବାର ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ଦୀପକ ପୁନିଆ ଆହତ କାରଣରୁ ପୁରୁଷ 86 କିଲୋଗ୍ରାମ ଫ୍ରିଷ୍ଟାଇଲ ଇଭେଣ୍ଟରୁ ଓହରି ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.