ନୂଆଦିଲ୍ଲୀ: ଭାରତୀୟ ଅପରାଜେୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂହ ଖୁବଶୀଘ୍ର ରିଙ୍ଗ୍କୁ ଫେରିବେ । ମାର୍ଚ୍ଚ 19ରେ ଗୋଆରେ ହେବାକୁ ଥିବା କାସିନୋ ସିପ୍ ବକ୍ସିଂ ପ୍ରତିଯୋଗୀତାରେ ଭାଗ ନେବେ ବିଜେନ୍ଦର । ତେବେ ଆୟୋଜକଙ୍କ ପକ୍ଷରୁ ଏଯାବତ ବିଜେନ୍ଦରଙ୍କ ପ୍ରତିପକ୍ଷ ବକ୍ସିଂଯୋଦ୍ଧାଙ୍କ ନାମ ଘୋଷଣା କରାଯାଇନାହିଁ । ଏହି ମ୍ୟାଚ କାସିନୋ ଜାହାଜର ଡେକ୍ରେ ହେବାକୁ ଯାଉଥିବାରୁ ସମସ୍ତେ ଉତ୍ସାହିତ ରହିଛନ୍ତି ।
-
This time for Goa 👊🏽 #March19 pic.twitter.com/8CbVSdpmJc
— Vijender Singh (@boxervijender) March 1, 2021 " class="align-text-top noRightClick twitterSection" data="
">This time for Goa 👊🏽 #March19 pic.twitter.com/8CbVSdpmJc
— Vijender Singh (@boxervijender) March 1, 2021This time for Goa 👊🏽 #March19 pic.twitter.com/8CbVSdpmJc
— Vijender Singh (@boxervijender) March 1, 2021
ବିଜେନ୍ଦର କହିଛନ୍ତି ଅଭିଜ୍ଞତା ବୃଦ୍ଧି କରିବାକୁ ଚାହାଁନ୍ତି । ଏହା ଭାରତରେ ପୂର୍ବରୁ ଦେଖାଯାଇନାହିଁ, ଏପରି ପେଷାଦାର ମ୍ୟାଚରେ ଅଂଶଗ୍ରହଣ କରୁଥିବାରୁ ବହୁତ ଖୁସି । ଦୀର୍ଘଦିନ ପରେ ରିଙ୍ଗ୍କୁ ଫେରୁଥିବାରୁ ବେଶ ଉତ୍ସାହିତ । ଏହି ମେଗା ଇଭେଣ୍ଟ ପାଇଁ କଠିନ ଅଭ୍ୟାସ ଆରମ୍ଭ କରିଛନ୍ତି ।
35 ବର୍ଷୀୟ ଡବ୍ଲୁବିଓ ଓରିଏଣ୍ଟାଲ ଓ ଡବ୍ଲୁବିଓ ଏସିଆ ପାସିଫିକ୍ ସୁପର ମିଡିଲୱେଟ୍ ଚମ୍ପିଆନ ଦୁବାଇରେ ଘାନାର ପୂର୍ବତନ କମନୱେଲଥ୍ ଚମ୍ପିଆନ ଚାର୍ଲ୍ସ ଆଡାମୁଙ୍କୁ ପରାସ୍ତ କରି ନଭେମ୍ବର 2019 ରେ କ୍ରମାଗତ ଦ୍ବାଦଶ ବିଜୟ ହାସଲ କରିଥିଲେ ।
କାସିନୋ ଜାହାଜର ଡେକ୍ରେ ହେବାକୁ ଯାଉଥିବାରୁ ପ୍ରଶଂସକଙ୍କ ଠାରୁ ନେଇ ଆୟୋଜକ ଓ ଖେଳାଳି ସମସ୍ତେ ଉତ୍ସାହିତ ଥିବା କହିଛନ୍ତି, ଆଇଓସ ବକ୍ସିଂ ପ୍ରୋମୋସନ ନୀରବ ତୋମାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ