ହାଇଦ୍ରାବାଦ: ଭାରତୀୟ ପ୍ରଥମ ପ୍ରୋ ବକ୍ସର ବିଜେନ୍ଦ୍ର ସିଂ ପୁଣି ରିଙ୍ଗକୁ ଫେରିଛନ୍ତି । ବର୍ଷକ ପରେ ବକ୍ସର ବିଜେନ୍ଦ୍ର ସିଂ ଆମେରିକାର ମାଇକ ସ୍ନାଇଡର ବିପକ୍ଷରେ ରିଙ୍ଗକୁ ଓହ୍ଲାଇଥିଲେ । ଏହି ମ୍ୟାଚରେ ନିଜର ଦମ୍ଦାର ପ୍ରଦର୍ଶନ କରି ସ୍ନାଡରଙ୍କୁ ମାତ୍ ଦେଇଛନ୍ତି ବିଜେନ୍ଦ୍ର ସିଂ ।
ନେଓ୍ବାର୍କରେ ଅନୁଷ୍ଠିତ 8 ରାଉଣ୍ଡ ବିଶିଷ୍ଟ ସୁପର ମିଡିଲଓ୍ବେଟ ଚାମ୍ପିଆନରେ ବିଜେନ୍ଦ୍ର ସିଂ ମାଇକ ସ୍ନାଡରଙ୍କୁ ନକ୍ ଆଉଟ କରିଛନ୍ତି । ଡବ୍ୟ୍ଲୁବିଓ ଓରିଏଣ୍ଟାଲ ଓ ଏସିଆ ପାସିଫିକ ସୁପର ମିଡିଲଓ୍ବେଟ ଚାମ୍ପିଆନରେ ବିଜେନ୍ଦ୍ର ଏଯାଏଁ କୌଣସି ମ୍ୟାଚରେ ପରାଜୟ ହୋଇ ନାହାଁନ୍ତି ।
ସୂଚନାଥାଉକି, 33 ବର୍ଷୀୟ ବିଜେନ୍ଦ୍ର ସିଂ ନିଜର ପ୍ରୋ ବକ୍ସିଂ କ୍ୟାରିୟରରେ ଏ ଯାଏଁ 11ଟି ମୁକାବିଲା ଖେଳିଛନ୍ତି ଓ ସମସ୍ତ ଫାଇଟ୍ରେ ଅପରାଜୟ ରହିଛନ୍ତି । ସେଥି ମଧ୍ୟରୁ ମୋଟ୍ 8ଟି ନକ୍ ଆଉଟ ମ୍ୟାଚରେ ବିଜୟ ହାସଲ କରିଛନ୍ତି ।
ତେବେ ଏହି ବିଜୟ ପରେ ଏକ ଭିଡିଓ ସହ ହିନ୍ଦୀରେ କିଛି ପଂକ୍ତି ନିଜର ଟ୍ବିଟର ପେଜ୍ରେ ପୋଷ୍ଟ କରିଛନ୍ତି ବିଜେନ୍ଦ୍ର ସିଂ ।