ETV Bharat / sports

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ ଉଦଘାଟିତ - ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ର ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ର ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ । ମହାମାରୀ କୋଭିଡ ସଂକ୍ରମଣ କାରଣରୁ ଗତବର୍ଷ ଏହି ୟୁନିଭର୍ସିଟି ଗେମ୍ସ ଖେଳାଯାଇ ପାରିନଥିଲା । ଅଧିକ ପଢ଼ନ୍ତୁ

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ ଉଦଘାଟିତ

author img

By

Published : Apr 24, 2022, 8:51 PM IST

ବେଙ୍ଗାଲୁରୁ: ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ର(khelo India University games 2021) ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ । ବେଙ୍ଗାଲୁରୁର କାନ୍ତିବୀରା ଇଣ୍ଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ ଉଦଘାଟିତ ହୋଇଛି । ମହାମାରୀ କୋଭିଡ ସଂକ୍ରମଣ କାରଣରୁ ଗତବର୍ଷ ଏହି ୟୁନିଭର୍ସିଟି ଗେମ୍ସ ଖେଳାଯାଇ ପାରିନଥିଲା ।

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେକର୍ଡ ହୋଇଥିବା ବାର୍ତ୍ତା ପ୍ରସାରଣ ହୋଇଥିଲା । ସେ କହିଛନ୍ତି ଯେ, "କ୍ରୀଡ଼ାର ଶକ୍ତି ଦେଶକୁ ଶକ୍ତିଶାଳୀ କରିବାରେ ଭାଗୀଦାର ହୋଇଛି । କ୍ରୀଡ଼ା ଶକ୍ତି ଦେଶର ଶକ୍ତି ହେବା ସହ ଏକ ଦେଶ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିଛି । ଟୋକିଓ ଅଲମ୍ପିକ୍ସରେ ଆମ କ୍ରୀଡ଼ାବିତ୍‌ମାନେ ଭାଗ ନେଇ ଦେଶ ପାଇଁ ଗୌରବ ଆଣିଛନ୍ତି । କ୍ରୀଡ଼ାବିତ୍‌ଙ୍କ ଲକ୍ଷ୍ୟ କେବଳ ପଦକ ଜିତିବା ନଥିଲା ବରଂ ଦେଶ ପାଇଁ କିଛି କରିବାକୁ ଚାହିଁଥିଲେ କ୍ରୀଡ଼ାବିତ ।"

ଶେଷରେ ସଫଳତା ହାସଲ କରିବାକୁ କ୍ରୀଡ଼ାବିତ୍‌ଙ୍କୁ ଜୋରଦାର ଅଭ୍ୟାସ ଓ ନିଷ୍ଠା ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉଦଘାଟନୀ ସମାରୋହରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ କିଛି ପ୍ରତିଯୋଗୀ ମଲଖମ୍ବ କଳା ପ୍ରଦର୍ଶନ କରିଥିଲେ, ଯାହା ଦର୍ଶକଙ୍କ ମନ ମୋହିଥିଲା । କୌଶଳ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ ଉଦଘାଟନ ସମାରୋହରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଓ କର୍ଣ୍ଣାଟକ କ୍ରୀଡ଼ାମନ୍ତ୍ରୀ ଡକ୍ଟର କେସି ନାରାୟଣ ଗୌଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.